ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରତିନାରାୟଣ ରାଉତ ଙ୍କ କବିତା ଶ୍ରୀକୃଷ୍ଣ ଜନ୍ମ ନାନ୍ଦୋତ୍ସବ 

ଶ୍ରୀକୃଷ୍ଣ ଜନ୍ମ ନାନ୍ଦୋତ୍ସବ 

ପିଲାଏ ଆସରେ ଶୁଣିବା ସଭିଏଁ
         କୃଷ୍ଣ ଭଗବାନ କିଏ
ଦ୍ୱାପର ଯୁଗରେ କଂସ ବନ୍ଦୀଶାଳେ
         ଜନମି ଥିଲେଟି ସିଏ ||1||
ଭାଦ୍ର କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ
         ଘୋର ବରଷା କାଳରେ 
କଂସ ରାଜା ଭୟେ ପିତା ବସୁଦେବ
       ଦେଲେନେଇ ଗୋପ ପୁରେ ||2||
ଦେବକୀ କୋଳରୁ ନେଇ ଗୋବିନ୍ଦଙ୍କୁ
          ଯଶୋମତି କୋଳେ ଦେଲେ
ବାଟେ ଉଗ୍ରେସେନ ଦର୍ଶନ କରିଲେ
        ଯମୁନା ବାଟ ଛାଡିଲେ ||3||
ସପ୍ତଫେଣୀ ନାଗ ଛତ୍ର ପ୍ରାୟ ହୋଇ
        ସୁରକ୍ଷା ଯେ ଦେଇଥିଲେ
ଯଶୋଦାଙ୍କ କୋଳୁ ବିଜୁଳୀ କୁ ଆଣି
        କଂସ ରାଜନକୁ ଦେଲେ ||4||
ଏହିକଥା ସବୁ ଗୁପତେ ରହିଲା
         ମାୟାଧର ମାୟା କଲେ
କେହି କାହା କଥା ଜାଣିନ ପାରିଲେ
           ସଭିଏଁ ତ ଭୁଲି ଗଲେ ||5||
ବୃଦ୍ଧ କାଳେ ପାଇ ଗୋବିନ୍ଦଙ୍କୁ ନନ୍ଦ
         କେତେ ମହୋତ୍ସବ କଲେ
ପିଠା ମିଠା ଆଉ ସାକର ରାବିଡି
           ସମସ୍ତଙ୍କୁ ବାଣ୍ଟି ଥିଲେ ||6||
ପୁର୍ଣିମାର ଚାନ୍ଦ ଖସି ପଡିଛିକି      
       ଯଶୋମତୀ ମାଆ କୋଳେ
ଶଙ୍ଖ ହୁଳହୁଳି ବାଇଦ ବଜାଇ
       ଗୋପୀଏ ନାଚନ୍ତି ଭୋଳେ ||7||
ଗର୍ଗ ମୁନି ଡାକି ପିତୃପିଣ୍ଡ ଦେଇ
          ଯାତ କରମ କରିଲେ
ନନ୍ଦ ଘରେ ତହୁଁ ଉତ୍ସବ ଚାଲିଲା
          କୃଷ୍ଣ ଲୀଳା ଆରମ୍ଭିଲେ ||8||
ଦାନାଧର୍ମ ପୁଣ୍ୟ ସବୁତ ଚାଲିଲା
          ଏକ ବିଂଶେ ନାମ ଦେଲେ
କୃଷ୍ଣ ମହିମାରେ ସଭିଏଁ ମଗନ
             ସବୁ ଦୁଃଖ ଭୁଲି ଗଲେ ||9||
ସେହି ପ୍ରଭୁ ପାଦେ ରହିଥାଉ ମନ
         କୃଷ୍ଣ ନାମ ତୁଣ୍ଡେ ଥାଉ
ତାଙ୍କୁ ଜପୁଥିଲେ ପାର ହୋଇ ଥାଏ 
         ଜୀବନର ସବୁ ଦାଉ ||10||

 ରତିନାରାୟଣ ରାଉତ l(ପ୍ର. ଶି.)

 ହରିଚନ୍ଦନପୁର, କେନ୍ଦୁଝର, ଓଡିଶା

  

Related posts

ଡମ୍ବରୁଧର ବେହେରାଙ୍କୁ  ବ୍ରହ୍ମପୁର ମହାନଗର ନିଗମ ମହୋତ୍ସବ ସାହିତ୍ୟ ସମ୍ମାନ (୨୦୨୨)

Sunil Chandra Nayak

କୁକୁର ପଲ ଆକ୍ରମଣରେ ୨୦ ମେଣ୍ଢା ମୃତ

ଉପଖଣ୍ଡ ସାମ୍ବାଦିକ ତରଫରୁ ସାମ୍ବାଦିକ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!