ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଧନ୍ୟ ତୁମେ ଗୋପାଙ୍ଗନା

ଧନ୍ୟ ତୁମେ ଗୋପାଙ୍ଗନା

ଉପେନ୍ଦ୍ର କୁମାର ବସ୍ତିଆ

   
ଧନ୍ୟତୁମେ ଗୋପାଙ୍ଗନା 
ଧନ୍ୟ ହେ ବ୍ରଜ ବାସିନା 
ଶୟନେ ସପନେ ତୁମେ 
ବ୍ରଜବାଳ ସୁମରଣା 
ଧନ୍ୟ ତୁମେ •••••।
ଦୁଃଖ ନାହିଁ ଶୋକ ନାହିଁ 
ଚିନ୍ତାନାହିଁ ଭୟ ନାହିଁ 
ଲଜ୍ୟାକୁ ଖାତିରି ନାହିଁ 
ଶ୍ୟାମ ଯେଣୁ ଜଣାଶୁଣା 
ଧନ୍ୟ ତୁମେ •••••।
ଦୋହନ କାଳେ ଗୋଧନା 
ଲିପିଲା ବେଳେ ଅଗଣା 
ଦଧି ମନ୍ଥା ବେଳେ କାହ୍ନା
ଟାଣନ୍ତି ତୁମ ଓଢ଼ଣା 
ଧନ୍ୟ ତୁମେ •••••।
ତୁଳସୀ ଚଉଁରା ମୂଳେ 
ଜଳ ଦେଉଥିଲା ବେଳେ 
ଶିଶୁ ପ୍ରବୋଧିଲା କାଳେ 
କାହ୍ନାକର ସୁମରଣା
ଧନ୍ୟ ତୁମେ •••••।
ଗୃହ କାର୍ଯ୍ୟ କଲା ବେଳେ 
ସ୍ଵାମୀ ସେବା ରତ ଥିଲେ 
ମୋହନ ବଂଶୀ ଶୁଣିଲେ 
ହେଉଥିଲ ବାଟ ବଣା 
ଧନ୍ୟ ତୁମେ •••••।
ଗୋପୀ ସଙ୍ଗେ ସୁକୁମାରୀ 
କାଖରେ କଳସୀ ଧରି 
ଯାଉଥିଲେ ନୀର ଆଣି 
ହଟହଟା କରେ କାହ୍ନା
ଧନ୍ୟ ତୁମେ •••••।
ଗୋପ ବାଳକ ସଙ୍ଗରେ 
ଗୋଧେନୁ ବତ୍ସା ପଛରେ 
ମୁରଲୀ ଧରି ହସ୍ତରେ 
ବନେ ଯାଉଥିଲେ କାହ୍ମା 
ଧନ୍ୟ ତୁମେ •••••।
ରାଧାରାଣୀ କୁଞ୍ଜେ ଥିଲେ 
ମୋହନ ଧ୍ଵନୀ ଶୁଣିଲେ 
ତେଜି ତମାଳ ମାଳକୁ 
ସିଧା ଚାଲନ୍ତି ଯମୁନା 
ଧନ୍ୟ ତୁମେ •••••।

ରାଉରକେଲା

Related posts

ଅପର୍ତ୍ତି ସେଠୀ ଙ୍କ କବିତା ନୂଆ ତରକାରୀ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଚୂଡ଼ା ପାହାଡ଼ ର ଗଦଳାଝରଣରେ ମହା ଶିବ ରାତ୍ରି

Sunil Chandra Nayak

Leave a Comment

error: Content is protected !!