ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାପ କାମୁଡା ରେ ମହିଳା ମୃତ୍ୟୁ

ଚନ୍ଦାହାଣ୍ଡି(୨୧/୮ ମ ନି ସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଫଟକି ପଂଚାୟତ ଅଧୀନ ଲୁଧୁଆପଡା ଗ୍ରାମର ଲଖନ ହରିଜନଙ୍କ ସ୍ତ୍ରୀ ବେଲ ହରିଜନ (୪୬) ଗତ ଶନିବାର ବିଳମ୍ବିତ ରାତିରେ ଶୋଇ ଥିବା ସମୟ ରେ ଏକ ବିଷାକ୍ତ ସାପ କାମୁଡି ଦେବା ଫଳରେ ବେଲ ର ଚିକିତ୍ସାଧୀନ ଅବସ୍ଥା ରେ ଉମରକୋଟ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମୁର୍ତ୍ୟୁ ହୋଇ ଥିବା ନେଇ ଚନ୍ଦାହାଣ୍ଡି ଥାନା ଅଧିକାରୀ ପ୍ରମାନନ୍ଦ ସୁନାନୀ ପ୍ରକାଶ କରିଛନ୍ତି l ଚନ୍ଦାହାଣ୍ଡି ଥାନା କେଶ ନଂ ୧୦/୨୨ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଏହାର ତଦନ୍ତ ଭାର ଏ .ଏସ .ଆଇ ହୃଷିକେଶ ପଟେଲ କୁ ଦେଇ ଥିବା ସେ ସୂଚନା ଦେଇଛନ୍ତି l ଏ ଦିଗରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସହାୟତା ଯୋଗାଇ ଦେବା କୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି l ପୋଲିସ ସୂତ୍ର ନୁସାରେ ଲୁଧୁଆପଡା ଗ୍ରାମର ବେଲ ହରିଜନ ସବୁଦିନ ପରି ନିଜ ସ୍ୱାମୀ ଲଖନ ହରିଜନ ଏବଂ ପରିବାର ର ଅନ୍ୟମାନଙ୍କୁ ଖାଇବାକୁ ଦେଇ ନିଜେ ଖାଇ ସାରି ଶନିବାର ରାତିରେ ଶୋଇପଡ଼ିଥିଲା l ଶୋଇ ଥିବା ସମୟ ରେ ଏକ ବିଷାକ୍ତ ସାପ କାମୁଡି ଦେବା ଫଳରେ ସେ ଅଚେତ ହୋଇ ପଡିବାରୁ ପରିବାର ଲୋକ ତାଙ୍କୁ ୧୦୮ ଯୋଗେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ପରେ ସେଠାରେ ଡାକ୍ତର ସନ୍ଧିପ ଶତପଥି ଏବଂ ଡାକ୍ତର ମନିଷ କୁମାର ପୁରୋହିତ ଙ୍କ ଚିକିତ୍ସା ପରେ ସ୍ଵାସ୍ତ୍ୟ ର କୌଣସି ଉନ୍ନତି ନହେବାରୁ ତାଙ୍କୁ ଉମରକୋଟକୁ ରେଫର କରାଯାଇଥିଲା ରବିବାର ଦିନ ସେଠାରେ ଚିକିତ୍ସାଧୀନ ଅବସ୍ଥା ରେ ମୁର୍ତ୍ୟୁବରଣ କରିବାରୁ ବେଲର ସ୍ୱାମୀ ଚନ୍ଦାହାଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ ଦେବା ପରେ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଘଟଣାର ତଦନ୍ତ ଚଳେଇ ଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି l ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ମଇ ଦିବସ ତଥା ଆନ୍ତଜାତୀୟ ଶ୍ରମିକ ଦିବସ ପାଳିତ

କବି ରାମଚନ୍ଦ୍ର ମହାନ୍ତି ଙ୍କ କବିତା ଶ୍ରମିକ ପାଇଁ ଦିନ ଟିଏ

ରାଇରଙ୍ଗପୁରରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ଖବରଦାତା ସମ୍ମିଳନୀରେ ଝାଡ଼ଖଣ୍ଡ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା

Sunil Chandra Nayak

Leave a Comment

error: Content is protected !!