ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ହାତକୁ ପତାଇ ମାଗୁଛି କାଳିଆ
     ଦୀନ ମୁଖେ ଦିଅ ଦାନ
ପ୍ରକୃତି ବିପଦ ପଡ଼ିଛି ଉପରେ
    ଖାଇବା ନାହିଁ ତା ଅନ୍ନ।
ସଂସାର ଯାହାର ଭୋକରେ ଆଉଟି
    ଉଛନ ହୁଏ ଜଞ୍ଜାଳ
ବଞ୍ଚିବାକୁ ରାସ୍ତା ବତାଇ ଦିଅହେ
   ପ୍ରଭୁ ତା କୁଳ ସମ୍ବାଳ।
ଭକ୍ତ ଡାକେ ହରି କର ମୋତେ ପାରି
    ଜପୁଛି ତୋ ନାମ ଧରି
ବିପଦ ଘୁଞ୍ଚିବ ଶକତ ହୋଇବା 
    ପ୍ରଭୁ ମୋର ଦଇତାରୀ।
ଭକ୍ତ ବନ୍ଧୁ ହରି ଶୁଣ ମୋ ଗୁହାରୀ
      ଶରଣ ନେଉଛି ପାଦ
ବଞ୍ଚିଥିବା ଯାଏ ନାମ ଗାଉଥିବା
      ପ୍ରଭୁ ମୋ ପାଇଁ ସଂପଦ।
ବସିଛ ଠାକୁର ରତ୍ନ ବେଦୀ ପରେ
    ମୋ ଘର ଶୂନ୍ୟ ଆକାଶ
ଶିଶିର ପବନ ଝିପି ଝିପି ବର୍ଷା
    ଜଗତ ଦିଅ ସାହସ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଧର୍ମଗଡ ଠାରେ ୭୬ ତମ ଉପଖଣ୍ଡ ସ୍ତରୀୟ ସ୍ବାଧୀନତା ଦିବସ

Sunil Chandra Nayak

ଶୁଭଶ୍ରୀ ପ୍ରଧାନ ଙ୍କ କବିତା ଅଜଣା ପଥର ପଥିକ

ଖଡ଼ିଆଳ ଦୁଇ ନମ୍ବର କଲ୍ୟାଣ ମଣ୍ଡପ ଠାରେ ନୂଆପଡ଼ା ଜିଲ୍ଲା କଂଗ୍ରେସ ର ନବ ସଂକଳ୍ପ ଶିବିର

Sunil Chandra Nayak

Leave a Comment

error: Content is protected !!