ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦଣ୍ଡପାଟ ଅଞ୍ଚଳରେ ଦାଦନ ଙ୍କ କରୁଣ କାହାଣୀ , ଗାଁ କୁ ଫେରିଲା ପୁଣି ଏକ ଦାଦନ ଶ୍ରମିକ ଙ୍କ ମୃତ ଦେହ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଦଣ୍ଡପାଟ ଅଞ୍ଚଳ ରେ ଦିନ କୁ ଦିନ ଦାଦନ ସମସ୍ୟା ଉତ୍କଟ ହେବାରେ ଲାଗିଛି।ଦୈନଦିନ ବିଭିନ୍ନ ରାଜ୍ୟରେ ନିୟୋଜିତ ଥିବା ଦାଦନ ଶ୍ରମିକ ଙ୍କ ଦୁର୍ଦ୍ଦଶା ଖବର ଏବେ ଅଞ୍ଚଳ ଆଲୋଚନା ବିଷୟ ପାଲଟିଛି। ଶ୍ରମିକ ମାନେ କେତେବେଳେ ଠିକାଦାର ଦ୍ୱାରା ନିର୍ଯ୍ୟାତନା ଶିକାର ତ ପୁଣି କେତେବେଳେ ଦଲାଲ ଙ୍କ ନିକଟରେ ଆକଟ ବନ୍ଧକ ଥିବା ଘଟଣା ସାମ୍ନା କୁ ଆସୁଛି । ଗତ ଦୁଇ ମାସ ମାଧ୍ୟମରେ ବିଭିନ୍ନ ରାଜ୍ୟରେ ୩ଜଣ ଦାଦନ ଶ୍ରମିକ ଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ପୁଣି କଦଲିମୁଣ୍ଡା ପଞ୍ଚାୟତ ହାତୀପଖାନ ଗ୍ରାମର ଜଣେ ଦାଦାନଶ୍ରମିକ ଙ୍କ ମୃତ ଦେହ ଗାଁ କୁ ଫେରିଛି । ଏହା ଘଟଣା ସମଗ୍ର ଅଞ୍ଚଳ କୁ ସ୍ତବ୍ଧ କରିଛି। ସୂଚନା ମତେ ହାତୀପଖାନ ଗ୍ରାମର ଭାଗ୍ୟବାନ ସେନାପତି (୨୫)ନିଜ ଗାଁ ପଡାର ସାଙ୍ଗସାଥି ଙ୍କ ସହ ତେଲେଙ୍ଗାନା ରାଜ୍ୟ କୁ କାମ କରିବା ପାଇଁ ଯାଇଥିଲେ। ତେଲେଙ୍ଗାନା ର ମେହେନ୍ଦୀପଟନମ ଠାରେ ଥିବା ହାର୍ଦିକ କମ୍ପାନୀରେ ଦାଦନ ଶ୍ରମିକ ଭାବେ ନିୟୋଜିତ ହୋଇ କାମ କରୁଥିଲେ। ଗତ ତିନି ଦିନ ତଳେ ତାଙ୍କୁ ଜ୍ୱର ହେଉଥିଲା।ଧୀରେଧୀରେ ସ୍ୱାସ୍ଥ୍ୟ ଅବସ୍ଥା କ୍ଷୀଣ ହେବା ଅନୁଭବ କରି ନିକଟରେ ଦାଦନ ଶ୍ରମିକ ଭାବେ ନିୟୋଜିତ ଥିବା ସମ୍ପର୍କୀୟ ଙ୍କ ନିକଟ ଯାଇଥିଲେ। ସେଠାରେ ଅତି ଗୁରୁତ୍ୱ ହେବାରୁ ସମ୍ପର୍କୀୟ ମାନେ ଚାନ୍ଦା ଆଦାୟ କରି ବଡ ଡାକ୍ତରଖାନା ରେ ଚିକିତ୍ସା କରାଇଥିଲେ। ତେବେ ଗତ ଶନିବାର ଦିନ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ସମ୍ପର୍କୀୟ ଦାଦନ ଶ୍ରମିକ ମାନେ ଗାଁ କୁ ଶବ ନେବାପାଇଁ ନିଜ ଠିକାଦାର ଙ୍କୁ ସହାୟତା ପାଇଁ ଗୁହାରି କରିଥିଲେ। ଠିକାଦାର ଙ୍କ ଅନୁକମ୍ପା ସହଯୋଗ ଯୋଗୁଁ ଆଜି ମୃତ ଦେହ ଗାଁ କୁ ଫେରି ଆସିଛି।ମୃତ ଦାଦନ ଶ୍ରମିକ ଯେଉଁ କମ୍ପାନୀ ରେ କାମ କରୁଥିଲେ ସେହି ମାଲିକ କୌଣସି ପ୍ରକାର ଆର୍ଥିକ ସହାୟତା ଯୋଗାଇ ଦେଇ ନ ଥିବା ଯୋଗୁ ଏବେ ପରିବାର ରେ ଉଦବେଗ ପ୍ରକାଶ ପାଇଛି। କାମ କରୁଥିବା କମ୍ପାନୀ ଠାରୁ କ୍ଷତି ପୂରଣ ଭରଣା କରିବା ଓ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପରିବାର କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳ ବାସୀ ଙ୍କ ପକ୍ଷ ରୁ ଦାବୀ ହେଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବଣିଜରାରେ ଗଙ୍ଗାଧର ମେହେର ଜୟନ୍ତୀ ପାଳନ

Sunil Chandra Nayak

ନୂତନ ରାଜସ୍ୱ ଗ୍ରାମ ସକାଶେ ପ୍ରସ୍ତୁତି ବୈଠକ

Sunil Chandra Nayak

ବେଙ୍ଗାଲୁର ରୁ ଗାଁକୁ ଫେରୁଛି ଦାଦନ ଶ୍ରମିକଙ୍କ ଶବ

Leave a Comment

error: Content is protected !!