ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସାହିତ୍ୟ ବିଭାଗ ଚରୈବେତି ତରଫରୁ ମାସିକ ସାହିତ୍ୟ ଆସର

ଢ଼େଙ୍କାନାଳ:ତା ୨୧.୦୮.୨୨_ ଆଜି ଅପରାହ୍ନ ୩ ଘଟିକା ସମୟ ରେ ପୂର୍ବ ସୂଚନା ମୁତାବକ #ଢେଙ୍କାନାଳଥିଙ୍କର୍ସଫୋରମ ର ସାହିତ୍ୟ ବିଭାଗ #ଚରୈବେତି ତରଫରୁ ଚଳିତ ମାସର ମାସିକ ସାହିତ୍ୟ ଆସର ସ୍ଥାନୀୟ ଦଧିବାମନ ମଠ ପରିସର ରେ ର ପ୍ରମୁଖ ଶ୍ରୀଯୁକ୍ତ ସୁଶିଲ କୁମାର ନନ୍ଦଙ୍କ ପୌରୋହିତ୍ୟ ଏବଂ ସହ ପ୍ରମୁଖ ଶ୍ରୀଯୁକ୍ତ ବିବେକାନନ୍ଦ ଷଡ଼ଙ୍ଗୀ ଙ୍କ ସହିତ କବୟିତ୍ରୀ କାଦମ୍ବରୀ ମହାକୁଡ଼ ଙ୍କ ସଂଯୋଜନା ରେ ପ୍ରାୟ ୨୫ ଜଣ କବି /କବୟିତ୍ରୀ ଙ୍କ ସହାଭାଗିତା ରେ ଅନୁଷ୍ଠିତ ହୋଇଯାଇଛି |ଉକ୍ତ ଆସର ଆରମ୍ଭ ପୂର୍ବ ରୁ କୁନି ସଦସ୍ୟା କୁମାରୀ ଅଂଶୀତା ପଟ୍ଟନାୟକ ମନ୍ତ୍ର ପାଠ କରିଥିଲେ ତାପରେ ସଭା ରେ ଉପସ୍ଥିତ ଥିବା ବରିଷ୍ଠ କବି /କବୟିତ୍ରୀ ମାନଙ୍କୁ ଆଜି ର ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ଫୋରମ ତରଫରୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରାଯାଇଥିଲା | ଉକ୍ତ କବିତା ଆସର ରେ କବି ଶ୍ରୀଯୁକ୍ତ ଲଳିତ ପଟ୍ଟନାୟକ, ରବୀନ୍ଦ୍ର ସାହୁ, ପ୍ରେମାନନ୍ଦ ରାଉତ, ସଂଯୁକ୍ତା ଶରଣ, ବୈଜୟନ୍ତୀ ପଟ୍ଟନାୟକ, ପ୍ରକାଶ ରାଉତ, ବୈକୁଣ୍ଠ ନାଥ ଦ୍ବିବେଦୀ, ଅବିନାଶ ପଟ୍ଟନାୟକ, ସନ୍ତୋଷୀ ସ୍ୱାଇଁ, ସସ୍ମିତା ମିଶ୍ର, କାଦମ୍ବରୀ ମହାକୁଡ଼, ବିବେକାନନ୍ଦ ଷଡ଼ଙ୍ଗୀ, ବିଶ୍ଵପ୍ରଜ୍ଞା ଷଡ଼ଙ୍ଗୀ, ସୋମେନ୍ଦୁ ଶତପଥୀ,ଅଖିଳ ସାହୁ, ସୁଶୀଲ କୁମାର ନନ୍ଦ,ଦେବ ପ୍ରସାଦ ସାହୁ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ |ଉକ୍ତ ସାହିତ୍ୟ ଆସରକୁ ସରସ ସୁନ୍ଦର କରିବା ପାଇଁ ଫୋରମ ର ଉପଦେଷ୍ଟା ଶ୍ରୀଯୁକ୍ତ ଟଙ୍କଧର ବେହେରା ଏବଂ ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ଦେବୀ ପ୍ରସନ୍ନ ପାଣୀ, ବିନୋଦ ମଲ୍ଲିକ, ବିଶ୍ୱଜିତ ବରାଳ, ସୟଦ ସଫର ଅଲ୍ଲୀ, ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ |ଆସନ୍ତା ତା ୧୧.୦୯.୨୨ ରେ ହେବାକୁ ଥିବା ଫୋରମ ର ବାର୍ଷିକ ଉତ୍ସବରେ ସମସ୍ତ କବି /କବୀ ବନ୍ଧୁ ମାନେ ଯୋଗ ଦେବା ପାଇଁ ଫୋରମ ର ସଭାପତି ଶ୍ରୀଯୁକ୍ତ ସୋମେନ୍ଦୁ ଶତପଥୀ ଏବଂ ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ ନିବେଦନ କରିଥିଲେ |

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ପ୍ରକ୍ରୁତି ପୁରସ୍କାର ରେ ସମ୍ମାନୀତ

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଭୟ ହେଲାଣି ମୋହର

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

Leave a Comment

error: Content is protected !!