ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଆ ପଦ୍ୟ ସାହିତ୍ୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶୀର୍ଷକ ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠିତ 

ବ୍ୟୁରୋ _ଅତି ପରିଚିତ ସାହିତ୍ୟ ଅନୁଷ୍ଠାନ ବାଲେଶ୍ବରର “ସାହିତ୍ୟିକ କବି ବନ୍ଧୁ ପରିବାର” ପକ୍ଷରୁ ତା ୨୧.୦୮.୨୨ରିଖ ସନ୍ଧ୍ୟା ୬ଟା ସମୟରେ ଏକ ସାହିତ୍ୟ ଆଲୋଚନା ଚକ୍ର ଓ ମାସିକ କବିତା ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ସଭାରେ ଆଲୋଚକ ନ୍ୟୁରୋ ସର୍ଜରୀ ଡାକ୍ତର ଶ୍ରୀଯୁକ୍ତ ରବିନାରାୟଣ ପଣ୍ଡା ଓଡ଼ିଆ ପଦ୍ୟ ସାହିତ୍ୟରେ କବି ସମ୍ରାଟଙ୍କ ଭୂମିକା, ତାଙ୍କ ରଚନା, ଶବ୍ଦ ସଂଯୋଜନା ଓଡ଼ିଆ ବାଣୀଭଣ୍ଡାରକୁ ମହତ୍ ଅବଦାନ ବୋଲି କହିଥିଲେ ।ତାଙ୍କ ଭଳି ରଚନା ଓ ଶବ୍ଦ ମାଧୁରୀ ସବୁ ସୃଷ୍ଟିରେ ରଖି ବିଭିନ୍ନ ନୂତନ ଶୈଳୀରେ କାବ୍ୟଖଣ୍ଡ ରଚନା କରିବାରେ ଭଞ୍ଜ ପ୍ରଥମ । ଉକ୍ତ କାର୍ଯ୍ୟକ୍ରମରେ ସ୍ନିଗ୍ଧା ସାମନ୍ତରାୟ ଓମକାର ନାଦଧ୍ବନି ଦେଇ ସଭାକୁ ସମସ୍ତଙ୍କୁ ଆମନ୍ତ୍ରଣ କରିଥିବା ବେଳେ ସମ୍ପାଦିକା ପ୍ରଣତି ମହାପାତ୍ର ସମସ୍ତଙ୍କ ପରିଚୟ ପ୍ରଦାନ ସହ ସ୍ବାଗତ ଅଭିନନ୍ଦନ ଜଣାଇଥିଲେ, ସଭାପତି ଦେବେନ୍ଦ୍ର କୁମାର ନାଏକ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ କବି ସମ୍ରାଟଙ୍କ ବିଭିନ୍ନ ସୃଷ୍ଟିର ବର୍ଣ୍ଣନା ମାଧ୍ୟମରେ । ଦୀର୍ଘ ତିନି ଘଣ୍ଟାର କାର୍ଯ୍ୟକ୍ରମକୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ମାଟିର ଜଣେ ସୁଯୋଗ୍ୟ ସନ୍ତାନ ,ମଞ୍ଚ ଉପସ୍ଥାପକ,ସୁସାହିତ୍ୟିକ,ଶିକ୍ଷାବିତ ତଥା ଧୂରୀଣ ସଂଯୋଜକ ଶ୍ରୀମାନ ସୁପ୍ରଜିତ୍ ସାହୁ ନିଜ ଶବ୍ଦ ମାଧୁରୀରେ ଉପସ୍ଥିତ,ଦର୍ଶକ ,ଶ୍ରୋତା, ସ୍ରଷ୍ଟା ମାନଙ୍କ ମନମୋହି କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ବଡ଼ଭାଇ ବିଶ୍ବେଶ୍ବର ମାଝୀ ଅତିଥିଙ୍କୁ ଧନ୍ୟବାଦ ଦେଇଥିଲେ । ବିଭିନ୍ନ ସ୍ଥାନରୁ ଯେପରି ଓଡିଶା, ଭାରତ ବାହାରୁ ଘାନା,ମହାରାଷ୍ଟ୍ର, ମୁମ୍ବାଇ, ତେଲେଙ୍ଗାନା ,ମଧ୍ୟପ୍ରଦେଶ ଭଳି ଅନେକ ସ୍ଥାନରୁ କବି ସାହିତ୍ୟିକ ମାନେ ଉପସ୍ଥିତ ରହି ଆଲୋଚନା ଚକ୍ର ଓ କବିତା ଆସରକୁ ସଫଳ କରିଥିଲେ । ୩୫ରୁ ଉର୍ଦ୍ଧ କବି କବିତା ପାଠ କରିଥିଲେ ।ରମାକାନ୍ତ ମାହାଳି, ଭୁବନେଶ୍ୱର , ସଫଳା ଦାସ,କଟକ ,ପୂର୍ଣ୍ଣଚନ୍ଦ୍ର ମେହେର, ବଲାଙ୍ଗୀର , ନନ୍ଦିନୀ ରାଉତ, ଅନୁଗୁଳ , ଶୁଭେନ୍ଦୁ ମେହେର, ବଲାଙ୍ଗୀର , ଅରୁଣ କୁମାର ମହାପାତ୍ର, ତେଲେଙ୍ଗାନା,ବ୍ୟଙ୍ଗକବି ସର୍ବଗିଳା,ବାଲେଶ୍ବର , ସାଇପ୍ରିୟା ନାୟକ, ଭଦ୍ରକ , ବ୍ୟଙ୍ଗକବି ସୁବାସ ସ୍ବାଇଁ , ବାଲେଶ୍ବର , ସୁକାନ୍ତ ମହାରଣା, ପାରଳାଖେମୁଣ୍ଡି ,ଶ୍ରୀମତୀ ସ୍ନେହ ମିଶ୍ର , ବାମନ ଚନ୍ଦ୍ର ଦୀକ୍ଷିତ, ବିଳାସପୁର , ନାୟକ ଅକ୍ଷୟ ରାଜହସ୍ତୀ,ଢେଙ୍କାନାଳ , କାହ୍ନୁ ଚରଣ ସାହୁ,କଳାହାଣ୍ଡି , ତପନ କୁମାର ପଣ୍ଡା, ଘାନା , ରତିନାରାୟଣ ରାଉତ, କେନ୍ଦୁଝର , ଗୀତାଞ୍ଜଳି ପୃଷ୍ଟି, କଟକ , ସଂଯୁକ୍ତା ରାଉତ, ମହାରାଷ୍ଟ୍ର , ତପନ କୁମାର ବିଶ୍ବାଳ, ଢେଙ୍କାନାଳ , ନଗେନ୍ଦ୍ର କୁମାର ରାଉତ, ନବରଙ୍ଗପୁର , ରୀତା ଅପରାଜିତା ମହାନ୍ତି’ଭୁବନେଶ୍ୱର , ପ୍ରତିମା ଶତପଥୀ, ଯାଜପୁର ,ଡ ରତ୍ନାକର ସିଂହ, ବାଲେଶ୍ବର , ରାଜେଶ୍ବରୀ ନନ୍ଦ,କୋରାପୁଟ , ଅରୁଣ କୁମାର ମେହେର, ବୌଦ୍ଧ ,ରାଜେଶ୍ବରୀ ପଣ୍ଡା, ବାଲେଶ୍ବର ,ବିପିନ ବିହାରୀ ବାରିକ, ବାଲେଶ୍ବର ,ବିନୋଦିନୀ ଦାଶ,ଯାଜପୁର , ହୃଦୟ ରଞ୍ଜନ ପରିଡ଼ା , ଯାଜପୁର ,ରୁଷଭ ବେହେରା , ତରୁଣ କୁମାର ମିଶ୍ର ,ବିଶ୍ବେଶ୍ବର ମାଝୀ , ଦେବେନ୍ଦ୍ର କୁମାର ନାଏକ , ପ୍ରଣତି ମହାପାତ୍ର ,ବନଲକ୍ଷ୍ମୀ ମହାନ୍ତି ।କାର୍ଯ୍ୟକ୍ରମ ଶେଷରେ ସଂଯୁକ୍ତା ରାଉତ ସମସ୍ତଙ୍କୁ ଧନ୍ୟବାଦ ଓ ସ୍ନେହ ମିଶ୍ର ଶାନ୍ତିପାଠ କରିଥିଲେ।

   ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

କୋକସରା କୃଷି ସମବାୟ ସଭାପତି ଙ୍କ ଦାୟିତ୍ୱ ଗ୍ରହଣ

Sunil Chandra Nayak

କିପରି ଭଗବାନ ଶିବ ସର୍ବତ୍ର ବିଦ୍ଯମାନ, ଆସନ୍ତୁ ଜାଣିବା

Sunil Chandra Nayak

କଳାକାର ଶୋଭାଯାତ୍ରା ଓ ରାଜ୍ୟସ୍ତରୀୟ ଦଣ୍ଡନାଚ ସମାବେଶ ନିମନ୍ତେ ପ୍ରସ୍ତୁତି ବୈଠକରେ ବାଲେଶ୍ବର

Sunil Chandra Nayak

Leave a Comment

error: Content is protected !!