ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁର୍ଗା ପୂଜା ପ୍ରସ୍ତୁତି ବୈଠକ 

 କୋଷାଗୁମୁଡା ୨୨|୦୮|( ମନିସ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ସଦର ମହକୁମା ସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ରବିବାର ଦୁର୍ଗା ପୂଜା ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l କୋରନା ଯୋଗୁଁ ଦୁଇ ବର୍ଷ ଆଡମ୍ବର ସହକାରେ ପୂଜା ପାଳନ କରାଯାଇ ନ ଥିଲା I ଏଣୁ ଚଳିତ ବର୍ଷ ଧୁମ୍ ଧାମ୍ ରେ ପାଳନ ହେବ ବୋଲି ଉପସ୍ଥିତ ସଭ୍ଯ ମାନେ ମତାମତ ରଖିଥିଲେ I ଚଳିତ ବର୍ଷ ପୂଜା ପାଇଁ ଏକ କମିଟି ଗଠନ କରାଯାଇଛି l ସଭାପତି ଭାବେ ପୂର୍ବତନ ସରପଞ୍ଚ ହରିବନ୍ଦୁ ମାଝୀ, ସମ୍ପାଦକ ପୂର୍ବତନ ସମିତି ସଭ୍ୟ ମଧୁସୂଦନ ଭତ୍ରା ଓ କୋଷାଧକ୍ଷ ମୋତିଗାଁ ସମିତି ସଭ୍ୟ ତ୍ରିଲୋଚନ ଧାକଡ ଙ୍କୁ ମନୋନିତ କରାଯାଇଛି l ବୈଠକରେ ପୂର୍ବ ବର୍ଷ ର ବିବରଣୀ ପାଠ କରିଥିଲେ I ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୋଷାଗୁମୁଡା ସମିତି ସଭ୍ୟ ଲକ୍ଷଣ ପୂଜାରୀ, ଜୀବନ ଗୋଷାଲ, ଚନ୍ଦନ କୁମାର ଗୁପ୍ତା, ପ୍ରଣବ ପଟ୍ଟନାୟକ, ଦୁର୍ଗା ପୂଜା ପୂଜକ ଜିତେନ୍ଦ୍ର ଆଚାର୍ଯ୍ଯ, ଟୁଟୁ ପରିଡା, ଅନିଲ ବାଘ,ଟିକିନା,ଓ ସମସ୍ତ ସଭ୍ୟ ମାନେ ଉପସ୍ଥିତ ଥିଲେ I

କୋଷାଗୁମୁଡା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

Related posts

ଥୁଆମୂଳ ରାମପୁର ବ୍ଳକ ଗସ୍ତରେ ସିଇଓ ଡବ୍ଳୁଓଡିସି ଶ୍ରୀଯୁକ୍ତ ଅଜିତ କୁମାର ମିଶ୍ର

Sunil Chandra Nayak

ଆଶା କର୍ମୀଙ୍କ ସମନ୍ୱିତ ରୋଗ ସର୍ଭେକ୍ଷଣ ଅଭିଯାନ କାର୍ଯ୍ୟକ୍ରମ

Sunil Chandra Nayak

ପେନସନ ଅର୍ଥ ଆତ୍ମସାତ ନେଇ ଥାନାରେ ଏତଲା

Sunil Chandra Nayak

Leave a Comment

error: Content is protected !!