ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେନ୍ଦ୍ରୀୟ ବିଦ୍ୟାଳୟ ରାଜ୍ୟ ସ୍ତରୀୟ ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ୧୪ ବର୍ଷ ତଳ ବର୍ଗରେ ରାଇରଙ୍ଗପୁରର ବଦ୍ରିପ୍ରସାଦ୨ୟ ଓ ମନିଷ ୪ର୍ଥ

ମୟୂରଭଞ୍ଜ -୨୨/୮/୨୨ (ମସିହା) ଭୂବନେଶ୍ବର କେନ୍ଦ୍ରିୟ ବିଦ୍ୟାଳୟ ଜୋନର ଅନୁଗୋଳର କଣିହାଁ ଠାରେ ରାଜ୍ୟ ସ୍ତରୀୟ ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅଗଷ୍ଟ ୧୭/୧୮ ଦୁଇଦିନ ଧରି କ୍ରୀଡା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ୬୨ ଟି କେନ୍ଦ୍ରୀୟ ବିଦ୍ୟାଳୟ ବିଦ୍ୟାଳୟ ଅଂଶ ଗ୍ରହଣ କରିଥିଲେ । ୧୪ ବର୍ଷୀୟ ତଳ ବର୍ଗରେ କେନ୍ଦ୍ରୀୟ ବିଦ୍ୟାଳୟ,ମହୁଲଢିହା, ରାଇରଙ୍ଗପୁର ର ବଦ୍ରିପ୍ରସାଦ ଗିରି ୨ୟ ଏବଂ ମନିଷ ପାଲ ୪ର୍ଥ ସ୍ଥାନ ଅଧିକାର କରି ସଫଳତା ଆଣିଛନ୍ତି ।ତାଙ୍କ ସଫଳତାରେ ରାଇରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଓ ଶିକ୍ଷକ/ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଶୁଭେଚ୍ଛା ଜଣାଇଥିଲେ । ସେହିଭଳି ରାଇରଙ୍ଗପୁର ବେଡମିଣ୍ଟନ କ୍ଲବ୍ ର ସଦସ୍ଯ ବିନାୟକ ପାଲ,ରାହୁଲ ସ୍ବାମୀ,ମାସୁମ ଜୟିସ୍ବାଲ,ରାଜେଶ ସାର ପ୍ରମୁଖ ରାଇରଙ୍ଗପୁର ଇଣ୍ଡୋରଷ୍ଟାଡିୟମରେ ଦୁଇ ଯୁବକ ବେଡମିଣ୍ଟନ ତାରକାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମହାରାଷ୍ଟ୍ରରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା, ପରିବାର ବର୍ଗଙ୍କୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଙ୍କ ଦାବୀ

Sunil Chandra Nayak

ରୁକେୟା ଜବିନ ଙ୍କ କବିତା ବାଲିଘର

Sunil Chandra Nayak

ଆରମ୍ଭ ହେଲା ମାଁ ନାରାୟଣୀ ଙ୍କର ପଞ୍ଚବିଂଶ ତମ ଯାତ୍ରା ,ଏକ ମାସ ଧରି ଚାଲିବ

Leave a Comment

error: Content is protected !!