ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୃତ୍ୟୁ ହୋଇଥିବା ମହିଳାଙ୍କ ପରିବାର ଅଭିଯୋଗ ଶୁଣାନୀରେ ଅଭିଯୋଗ କଲେ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବରଗା ଗ୍ରାମର ସୁଶୀଲ କୈବର୍ତ୍ତଙ୍କ ସ୍ତ୍ରୀ ଦୀପା କୈବର୍ତ୍ତଙ୍କୁ ଗତ ଜୁଲାଇ ଏଗାର ତାରିଖ ଦିନ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଲୟରେ ଡ. ଦୀନବନ୍ଧୁ ମହାନନ୍ଦ ଭୁଲ ଅସ୍ତ୍ରୋପଚାର କରିଥିଲେ । ଫଳରେ ଦୀପାଙ୍କର ଚିକିତ୍ସାଧିନ ଅବସ୍ଥାରେ ଜୁଲାଇ ସତର ତାରିଖରେ ତାଙ୍କର ବୁର୍ଲା ଠାରେ ମୃତ୍ୟୁ ହୋଇଥିଲା । ସେନେଇ ଖଡ଼ିଆଳ ଥାନା ଛକ ଠାରେ ସହାୟତା ଯୋଗାଇ ଦେବା ନେଇ ୩୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଏହି ସମୟରେ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ନେଇ ବିଭିନ୍ନ ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିଲେ । ରେଡ଼ କ୍ରସ ପାଣ୍ଠିରୁ କୋଡିଏ ହଜାର ଟଙ୍କା , ବିଡ଼ିଓ ଖଡ଼ିଆଳ ପକ୍ଷରୁ ଆବାସ ଯୋଜନାରେ ସାମିଲ କରିବା , ତହସିଲଦାର ବିଭାଗ ପକ୍ଷରୁ ଚାରି ଡ଼ିସିମିଲ ଜମି , ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ବିଭିନ୍ନ ପ୍ରତିଶ୍ରୁତି ଦେଇଥିଲେ ଓ ସଂପୃକ୍ତ ଡାକ୍ତରଙ୍କ ବିରୋଧ କାର୍ୟ୍ଯ ନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ବର୍ତ୍ତମାନ ସ୍ତ୍ରୀ ଦୀପାଙ୍କ ମୃତ୍ୟୁ ପରେ ସ୍ବାମୀ ସୁଶିଳା କୈବର୍ତ୍ତ ତିନୋଟି ନାବାଳକ ପୁଅ ଝିଅ ମାନଙ୍କୁ ନେଇ ରହୁଥିବା ବେଳେ ସୁଶୀଲ ପୁଅ ଝିଅ ମାନଙ୍କ ପାଇଁ କୌଣସି କାର୍ଯ୍ୟ କରି ପାରୁନାହାନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଘୋଷଣ କରିଥିବା ସହାୟତା ରାଶି ଯୋଗାଇ ଦେବାକୁ ଅଭିଯୋଗ ଶୁଣାଣି ଶିବିରରେ ଲିଖିତ ଅଭିଯୋଗ କରିଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପ୍ରେମଲତା ଙ୍କ କବିତା ଦୀପାବଳୀ

Sunil Chandra Nayak

ବିବେକ ସେନା ତରଫରୁ ଶହୀଦ ଲକ୍ଷ୍ମଣ ନାୟକ ଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ତ୍ରିଲୋଚନ ପାଢ଼ୀ ଙ୍କ କବିତା ତୁମ ପାଇଁ ପ୍ରଭୁ ଚିଠି

Sunil Chandra Nayak

Leave a Comment

error: Content is protected !!