ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ହାଟ ସରିଗଲା ବାଟ ସରୁନାହିଁ

ହାଟ ସରିଗଲା ବାଟ ସରୁନାହିଁ

ଉପେନ୍ଦ୍ର କୁମାର ବସ୍ତିଆ

    
ହାଟ ସରିଗଲା ବାଟ ସରୁନାହିଁ 
    ସରିଗଲା କିଣାବିକା 
ନଦୀ ସେପାରୀରୁ କିଏ ସେ କହୁଛି 
    ନିଜପାଇଁ ନିଜେ ଏକା ।
ହାଟର ସଉଦା ହାଟେ କରି ଗଦା 
    ଭାବୁଛି ମନରେ ବସି 
ଯାହା ମୁଁ କିଣିଲି ଯାହା ମୁଁ ବିକିଲି 
    ଜାଣିଗଲି ଅଙ୍କ କଷି ।
ସୁଖଦୁଃଖ ପାପପୁଣ୍ୟ ଧର୍ମ ବଳ
   ଅରଜିଲି ଯେତେ ଯାହା 
ତହିଁରୁ କେବଳ ପୁଣ୍ୟ ଧର୍ମ ବଳ
    ହୋଇବଟି ମୋର ସାହା ।
ଦିନ ସରିଗଲା ସଂଜ ଆସିଗଲା 
    ସରିଲା ସଂସାର ଖେଳ 
କେତେ ମୁଁ ପାଇଲି କେତେ ହରାଇଲି 
    ଭାବୁଭାବୁ ଗଲା ବେଳ ।
ସଂସାର ସାଗର ପାରିହେବା ପାଇଁ 
    କୂଳରେ ହୋଇଛି ଠିଆ 
ନାଉରୀ କହୁଛି କାହିଁକି ବିଳମ୍ବ 
    ଆ ରେ ହାଟୁଆ ଆ ।
ମାହାଯାତ୍ରା ତୋର ସଜା ହୋଇଲାଣି 
    କାଲି ହେବୁ ବାସି ମଡା
ପ୍ରିୟ ପ୍ରାଣପକ୍ଷୀ ଉଡିଗଲା ପରେ 
    ଆଉ କିବା ତୋର ଲୋଡା ।
ରାମନାମ ସତ୍ୟ ହରିନାମ ସତ୍ୟ        
   ଜୀବନେ ଭଜିଲୁ ନାହିଁ
ଜୀବ ଗଲାପରେ ବନ୍ଧୁ ସହୋଦର 
    ଯିବେ ହରିନାମ କହି ।
ମଶାଣିର ଯୁଈ ରହିଛି ଅନାଇ 
    ନିମିଷେ ପାଉଁଶ ହେବ 
ରାମନାମ ସତ୍ୟ ହରୀନାମ ସତ୍ୟ 
    କର୍ମ ଫଳ ବାଛି ଦେବ ।

    ରାଉରକେଲା

Related posts

ଆଇଟିସି ମିଶନ ଶୁନେହେରା କଲ୍ ପ୍ରକଳ୍ପ ଆନୁକୂଲ୍ୟରେ କୃଷି ଭିତ୍ତିକ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ମମତା ସାହୁ ଙ୍କ କବିତା ଆସ ତୁମେ ଥରେ

Sunil Chandra Nayak

ପଞ୍ଚାୟତରାଜ ତାଲିମ ପାଇଁ କଳାହାଣ୍ଡି ରୁ ଦିଲ୍ଲୀରେ ପ୍ରତିନିଧିତ୍ୱ କଲେ ଲଡୁଗାଁ ସରପଞ୍ଚ

Sunil Chandra Nayak

Leave a Comment

error: Content is protected !!