ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଫଳା ଦାସ ଙ୍କ କବିତା ତୁମେ ଏମିତି କାହିଁକି ଆସ

ତୁମେ ଏମିତି କାହିଁକି ଆସ

 

  ସଫଳା ଦାସ 

     
ତୁମେ ଏମିତି କାହିଁକି ଆସ 
କର୍ମ ଶାଳାମୋର ରୋଷେଇ ଘରଟି 
ତାକୁ କର ସର୍ବନାଶ ।।
ତମେ ଏମିତି କାହିଁକି ଆସ*****
ଭାତ ଯାଉହେଲା ଡାଲି ପୋଡିଗଲା
ତରକାରୀ ରେ ଲୁଣ ନାହିଁ 
ଗେରସ୍ତ ମୋହର ରାଗେ ଗର ଗର 
ଉପାଡିଲେ ତାଙ୍କ ନିଶ
ତମେ ଏମିତି କାହିଁକି ଆସ *****
ମାଇକି ପରିକା ଶବ୍ଦ କରିକା 
ବାଇକି ରେ ଗଲେ ଉଡି
ହୋଟେଲରେ ବସି ଚିକେନ ଭିଡିଲେ
ଘରେ ମୋର ଏଣେ ଉପାସ।।
ତମେ ଏମିତି କାହିଁକି ଆସ *****
ପେଟେ ଠୁଙ୍କି ଢିଙ୍କି ପରିଗଡିଗଲେ
 ଖଟରେ ଆଉଜି ବସିଲି
କର ନେଉଟେଇ ଗୋଡକୁ ଥୋଇଲେ 
ଗୋଡ ଦୁଇଟା କୁ ଘସ।।
ତମେ ଏମିତିା କାହିଁକି ଆସ ***
ରାତିପାଇଗଲା ସକାଳ ହୋଇଲା 
ରାଗ ହୋଇଗଲା ଶେଷ 
ପଚାରିଲେ କାଲି କାହା କଥା ଭାବି
ରୋଷେଇ ର ସର୍ବନାଶ।।
ତୁମେ ଏମିତି କାହିଁକି ଆସ ****
କହିଲି କାହିଁକି ଅଝଟ ମନଟା
ନେଇଗଲା ଏଣେ ତେଣେ 
ତୁମେ ଆସିଥିଲ ପ୍ରଥମ ଦେଖାରେ
 ସେ ରୂପ ସେ ମୂହଁ ହସ
ସ୍ମୃତି ହୋଇ ମୋର ଆଗରେ ନାଚିଲା 
ରୋଷେଇ ମୋ ସର୍ବ ନାଶ ।।

କଟକ

 

Related posts

ଆଦର୍ଶ ପାଠାଗାର ଆୟୋଜିତ ଚନ୍ଦନ ସ୍ମୃତି ଚିତ୍ରାଙ୍କନ ପ୍ରତିଯୋଗିତା ଫଳାଫଳ

Sunil Chandra Nayak

ଜଣା ଅଜଣା..ସୃଷ୍ଟିର ସମ୍ଭାର, ଏଗାର କେଜିଆ ଫୁଲ ଓ ଇଞ୍ଚେ ବହଳ ପାଖୁଡ଼ା

Sunil Chandra Nayak

ଅବକାରୀ ବିଭାଗର ମିଳିତ ଚଢାଉ , ୬କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ , ଜଣେ ଗିରଫ

Leave a Comment

error: Content is protected !!