ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆରପାରି ରେ ସମସ୍ତଙ୍କ ପ୍ରିୟ ଗାନ୍ଧିବାଦୀ ସମାଜସେବୀ ଘାସିରାମ ପାଟ୍ଟଯୋଷୀ

କୋକସରା,୨୩/୮- ( ମ ନି ସ)  କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଞ୍ଚଳର ଚିର ପରିଚିତ ଗାନ୍ଧିବାଦୀ ଚିନ୍ତାଧାରାରେ ଅନୁପ୍ରାଣିତ ବରିଷ୍ଠ ସମାଜସେବୀ ଘାସିରାମ ପାଟ୍ଟଯୋଷୀ ଙ୍କ ମଙ୍ଗଳବାର ସନ୍ଧ୍ୟାରେ ନିଜ ବାସ ଭବନରେ ପରଲୋକ ହୋଇଯାଇଛି। ଗତକିଛ ମାସ ହେବ ସେ ଯକୃତ ଜନିତ ରୋଗରେ ପୀଡିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ଶିକ୍ଷକତାରୁ ଅବସର ନେବାପରେ ସେ ମାନବ ସେବା ହିଁ ମାଧବ ସେବାକୁ ଵ୍ରତ କରି ସମାଜସେବା କ୍ଷେତ୍ରରେ ନିଜର ଜୀବନକୁ ଉତ୍ସର୍ଗୀକୃତ କରିଥିଲେ। ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହେଉଥିବା ସରକାରୀ ବେସରକାରୀ କାର୍ଯ୍ୟକ୍ରମରେ ତାଙ୍କର ଯୋଗଦାନକୁ କେବେ ଅଞ୍ଚଳ ବାସୀ ଭୁଲିପାରିବେ ନାହିଁ। ଏକାଧାରରେ ଜଣେ ଲେଖକ, କବି ଓ ସାହିତ୍ୟ କ୍ଷେତ୍ରରେ ମଧ୍ୟ ନିପୁଣ ଥିଲେ। ରାଜ୍ୟ ସ୍ତରୀୟ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେ ସମ୍ମାନିତ ହୋଇ ନିଜ ଅଞ୍ଚଳ ପାଇଁ ପ୍ରଶଂସା ର ପାତ୍ର ହୋଇଛନ୍ତି। ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରା ର ସେ ପ୍ରତିଷ୍ଠାତା ସଦସ୍ୟ ଥିଲେ । ବୁଧବାର ସକାଳେ ତାଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ସମାପନ କରାଯିବା ନେଇ ପରିବାର ପକ୍ଷରୁ ସୂଚନା ମିଲିଛି। ତାଙ୍କ ପରଲୋକରେ କୋକସରା ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Related posts

ଖଡ଼ିଆଳ ରଥଯାତ୍ରା ରେ ଅଘଟଣ, ସେବାୟତ ରଥରୁ ଗୁରୁତର ଆହତ

ମାଟ୍ରିକ ପରୀକ୍ଷାରେ କୃତିତ୍ଵ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ଜାମଦା ଥାନା! ବୃଦ୍ଧାଙ୍କୁ ଡାହାଣୀ ଜନିତ ହତ୍ୟା ସନ୍ଦେହ

Sunil Chandra Nayak

Leave a Comment

error: Content is protected !!