ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବାହୁଡା଼ ବେଳ

ବାହୁଡା଼ ବେଳ

ଉପେନ୍ଦ୍ର କୁମାର ବସ୍ତିଆ

    
ନୀଳ ଆକାଶର ପକ୍ଷୀଟିଏ ପରି 
  ଉଡିଯାଏ କେହି ଚାଂହନା 
ଆନନ୍ଦେ ଯାଉଛି ଦୂର ଦିଗ ବଳୟେ 
  ପଛୁ ମୋତେ କେହି ଡ଼ାକାନା ।
ସବୁ ମୋହମାୟା ତୁଟାଇ ଦେଇଛି 
 ଫେରିବାକୁ କେହି କୁହନା 
ମୋ ପଥରେ ମୋତେ ଯିବାକୁ ହିଁ ଦିଅ 
  ଭୋଗିବିନି ଆଉ ଯାତନା।
ସଂସାର ମଞ୍ଚରେ ଅଭିନୟ ଥିଲା 
  ଅଢେଇ ଦିନର ଖେଳନା 
ମଞ୍ଚ ଭାଙ୍ଗିଗଲା ଖେଳ ସରିଗଲା 
  ପୁରି ଗଲା ସବୁ ବାସନା ।
ବସା ଭାଙ୍ଗିଗଲା ଉଡ଼ି ଯାଉଛି ମୁଁ 
  ନୀଳ ସରୋବର କୂଳକୁ 
ଫେରିବିନି କେବେ ଆଉଥର ପାଇଁ 
  ଏ ମାୟା ସଂସାର ଡାଳକୁ ।
ନଇଁ ନଇଁ ଆସେ ଶ୍ୟାମଳିନି ସଂଜ 
  ବହୁବାଟ ଅଛି ଯିବାକୁ 
ହଜିଯିବ ମୋର ନିଜର ଠିକଣା 
  ଚାଲି ଯିବି ବହୁ ଦୂରକୁ ।

ରାଉରକେଲା

 

Related posts

ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ନବନିଯୁକ୍ତ ୮୦୪ କର୍ମଚାରୀଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଝରାଫୁଲ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!