ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରକାରୀ ଯୋଜନା ସାତ ସପନ, ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ  

ଢେଙ୍କାନାଳ: ଚାରିଆଡେ ବାଉଁଶ ବଣ ଆଉ ତାରି ଭିତରେ ଭଙ୍ଗା କୁଡ଼ିଆରେ ବିତୁଛି ପାଞ୍ଚ ପ୍ରାଣୀ ର ଜୀବନ l ଗୁହାଳ ଠାରୁ ବି ହୀନ ଅବସ୍ଥା ରେ ରହିଛି । ଘର ଚାରି ଆଡେ ପାଣି କାଦୁଅ ଆଉ ଦିନରେ ସୂର୍ଯ୍ୟ ରାତିରେ ଜହ୍ନ ଦେଖା ଯାଉଛି ଘର ଭିତରେ l ଚାଳ ର ଛପର ଏକ ପ୍ରକାର ନାହିଁ କହିଲେ ଚଳେ, ନାଁ କୁ ସିନା ଘର ହେଲେ ତାହା ଭିତରେ ପଶୁ ବି ରହିବା ଅସମ୍ଭବ । ବିପଦ ସଂକୁଳ ଅତି ଦୟନୀୟ ଭାବେ ଜୀବନ ବିତୁଛି l ଝାଟି ମାଟି ଘର କାନ୍ଥ ଭୁଶୁଡି ଗଲାଣି ।ଘର ଚାଳରେ ବଡ ବଡ କଣା ସବୁ ହୋଇଯାଇଛି l ବର୍ଷା ହେଲେ ଘର ଭିତର ଓ ବାହାର ଅବସ୍ଥା ପୁରା ସମାନ । ଏଇ ଝାଟି ମାଟିର ଘରେ ଭାଗ୍ୟକୁ ଆଦରି ନେଇ ବାସ କରନ୍ତି ପୁଅ ୨ ଜଣ ଏବଂ ଶାଶୁ ଓ ସ୍ୱାମୀ l” ଖରା ବରଷା କୁ ନାହିଁ ରେ ଡର ,ମୁଣ୍ଡ ଉପର ଅଛି ଛାତ ଘର “_ ଏହି ନାରା ଏଠି ଫେଲ ମାରିଛି । ବର୍ଷା ଖରା ଶୀତ କାକର ଖାଇ ଭାଗ୍ୟ କୁ ଆଦରି ଭଙ୍ଗା ଦଦରା ଘରେ ଦିନ କାଟୁଛନ୍ତି କୁମଦିନୀ ଆଉ ତାଙ୍କ ପରିବାର l ନିଜ ଜୀବନ କୁ ପାଣି ଛଡେଇ ଏଇ ଘରେ ରହୁଛନ୍ତି କେତେବେଳେ ଯେ କଣ ହବ ତା ବି କେହି କହିପାରିବେନି । ହେଲେ ଏଇ ଗରିବ ଦମ୍ପତି କଣ ବା କରି ପାରିବେ ସେମାନେ ତ ଗରିବ ନିରୁପାୟ , ମୁଣ୍ଡ ଗୁଞ୍ଜିବାକୁ ଘର ଟିଏ ନାହିଁ ସେମାନେ ବାଧ୍ୟ ହୋଇ ଏଇ ଘରେ ରହୁଛନ୍ତି l ହେଲେ ବଡ ବଡ଼ିଆ ବାବୁ ମାନେ ସବୁ ଜାଣି ସୁଦ୍ଧା ଏଇ ଗରିବ ପରିବାର କୁ ଘର ଖଣ୍ଡେ ଦେବା ତ ଦୂରର କଥା ବର୍ଷା ଖରା ଦାଉରୁ ରକ୍ଷା ପାଇବା ପାଇଁ ପଲିଥିନ ଖଣ୍ଡିଏ ବି ମଧ୍ୟ ଯୋଗାଇ ଦେଉନାହାନ୍ତି l ପ୍ରତ୍ୟେକ ମଣିଷର ଗୋଟିଏ ସ୍ବପ୍ନ ଥାଏ ,ଘର ଖଣ୍ଡେ ମିଳିଲେ ଜୀବନ ସୁଖ ଶାନ୍ତିରେ ବିତେଇ ପାରନ୍ତି ହେଲେ ସେ ସ୍ବପ୍ନ ପରିବାର ପାଇଁ ସ୍ବପ୍ନ ହୋଇ ରହି ଯାଇଛି l ସତରେ ଗରିବ ହୋଇ  ଜନ୍ମ ନେବା ବୋଧ ହୁଏ ଏକ ଅଭିଶାପ ।ଗରିବ ସବୁଦିନ ଗରିବ ଏବଂ ଦୁଃଖ ସେମାନଙ୍କର ଭାଗ୍ୟରେ ଚିର ସାଥି ହୋଇ ରହିଥାଏ l ହଁ ଆଜ୍ଞା ,ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୋଡ଼ ଗ୍ରାମ ପଞ୍ଚାୟତ ରେ, କୁମଦିନୀ ପୃଷ୍ଟି ଙ୍କ ଦୁଃଖ କହିଲେ ନସରେ ।ଅଙ୍ଗନବାଡି ରେ ହେଲପର ଭାବେ ରୋଷେଇ କରି ଯାହା ଦି ପଇସା ପାଆନ୍ତି ଘର ର ଖର୍ଚ୍ଚ ପାଇଁ ବି ନିଅଣ୍ଟ ,ସ୍ୱାମୀ ପ୍ରସନ୍ନ ପୃଷ୍ଟି ଆଗରୁ ଯାହା କାମ ଧନ୍ଦା କରୁଥିଲେ ଘରକୁ ଦି ପଇସା ଆଣୁଥିଲେ ହେଲେ ଏବେ କିଛିଦିନ ହେଲା ଦେହର ବାତ ସାଜିଛି ବାଧକ ।ବଡ ପୁଅଟି ବାହାରେ ଦାଦନ ଖଟି ବାକୁ ଯାଇଛି ଯାହା ଦୁଇ ପଇସା ଦିଏ ସାନଭାଇ ପ୍ରଦ୍ୟୁମ୍ନ ପୃଷ୍ଟି ବୟସ ୧୯ ବର୍ଷ ଙ୍କ ମେଡିକାଲ ଖର୍ଚ୍ଚ ରେ ନିଅଣ୍ଟ ପ୍ରଦ୍ୟୁମ୍ନ ଗତ 3 ବର୍ଷ ହେଲା ମୁଣ୍ଡ ଖରାପ ହୋଇ ଘରେ ବସିଛି ମୁଣ୍ଡ ବେଶି ଖରାପ ହେଲେ କୁଆଡେ ଯେ ଚାଲିଯାଉଛି ତାର କିଛି ଠିକଣା ମିଳୁନି ,ଏମିତି ବହୁତ ଥର ବହୁ ଖୋଜା ଖୋଜି ପରେ ପୁଣି ପ୍ରଦ୍ୟୁମ୍ନ ଙ୍କୁ ପାଆନ୍ତି l ଯେଉଁ ବୟସରେ ରୋଜଗାର କରି ପୁଅ ପରିବାର ର ପ୍ରତିପୋଷଣ କରି ଘର ଚଳାଇବା କଥା ସେଇ ବୟସରେ ରୋଗ ସାଜିଛି ବାଧକ l ଏପରି କ୍ଷେତ୍ର ରେ କୁମଦିନୀ ସରକାର ଙ୍କୁ ଆକୁଳ ହୁଇ ନିବେଦନ କରିଛନ୍ତି ଖଣ୍ଡେ ଘର ଆଉ ପ୍ରଦ୍ୟୁମ୍ନ ର ଚିକିତ୍ସା ପାଇଁ । କିଛି ସାହାଯ୍ୟ ସହଯୋଗ କଲେ ପୁଅ ଭଲ ହୋଇପାରନ୍ତା l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ସକ୍ଷମ ପୂର୍ବ ଭାରତ, ରାଇରଙ୍ଗପୁର ଶାଖା ଆନୁକୁଲ୍ୟରେ ନିଃଶୁଳ୍କ ମଧୁମେହ ଶିବିର

Sunil Chandra Nayak

ବେଆଇନ ଧାନ ଚାଳାଣ, ୨ ଟ୍ରକ ଜବତ

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଦୁଃଖ

Sunil Chandra Nayak

Leave a Comment

error: Content is protected !!