ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁଶାଡୁଙ୍ଗରିକୁ ପୌରପାଳିକାରେ ସାମିଲ କରିବା ନେଇ ଭବାନୀପାଟଣା ପୌରାଧ୍ୟକ୍ଷାଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ଡ଼.ଭବାନୀ ଶଙ୍କର ନିଆଲ

ଭବାନୀପାଟଣା -: ଆଜି ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଡ଼. ଭବାନୀ ଶଙ୍କର ନିଆଲ କୁଶାଡୁଙ୍ଗରିକୁ ପୌରପାଳିକାରେ ସାମିଲ କରିବା ନେଇ ଭବାନୀପାଟଣା ପୌରାଧ୍ୟକ୍ଷାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁଯାଇ,୨୦୧୫-୧୬ ମସିହାରେ ମାନ୍ୟବର ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଭବାନୀପାଟଣା ମୁଖ୍ୟ ରାସ୍ତାମାନଙ୍କରେ ଥିବା ଜବରଦଖଲକାରୀଙ୍କୁ ହଟାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଏକ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏହିକ୍ରମରେ ସରକାରୀ ମହାବିଦ୍ୟାଳୟର ପାଖାପାଖି ଜମିରେ ରହିଥିବା ୫୦୦/୬୦୦ ପରିବାରଙ୍କୁ ସ୍ଥାନାନ୍ତରିତ କରି ନିକଟସ୍ଥ କୁଶାଡ଼ଙ୍ଗରୀ ଓ ନୂଆପଡା କଲୋନୀପଡ଼ାରେ ସେ ସମସ୍ୟାର ପ୍ରଶାସନ ବ୍ୟବସ୍ଥାକରି ସବୁ ସମସ୍ୟାର ସମାଧାନ କରିବୁ ବୋଲି କହିଥିଲେ ହେଁ ଆଜିକୁ ୭ / ୮ ବର୍ଷ ହେବା ସତ୍ୱେ ସେଠାକାର ସମସ୍ୟା ତୈଥବତ ଅଛି । ସୂଚନା ଯୋଗ୍ୟ ଯେ, କୁଶାଡ଼ଙ୍ଗରିର ନିବାସୀ ଯଦିଓ ମୁନ୍ସିପାଲଟି ୨ ନମ୍ବର ୱାର୍ଡର ଭୋଟର ଅଟନ୍ତି, କୁଶାଡ଼ଙ୍ଗରିରେ ରହୁଥିବା କାରଣରୁ ଏହା ଶ୍ରୀପୁର ଏବଂ ମେଦିନୀପୁର ମୌଜାରେ ଆସୁଛନ୍ତି । ଏଣୁ ରେଭେନ୍ୟୁ ଦୃଷ୍ଟିକୋଣରୁ ନା ସେମାନେ ଶ୍ରୀପୁର ନିବାସୀ ନା ମୁନ୍ସିପାଲଟି ନିବାସୀ ।ଏଣୁ ଉକ୍ତ ବିଷୟରେ ବିଚାର କରିବାପାଇଁ ପୌରାଧ୍ୟକ୍ଷାଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏହି ସ୍ମାରକ ପତ୍ର ପ୍ରଦାନ କରାଯାଇଛି ବୋଲି ଡ଼. ଭବାନୀ ଶଙ୍କର ନିଆଲ କହିଥିଲେ । ସୂଚନା ଯୋଗ୍ୟ ଯେ, ଏହାର ପ୍ରତିଲିପି ଜିଲ୍ଲାପାଳ କଲାହାଣ୍ଡି,ବିଡ଼ିଓ ଭବାନୀପାଟଣା, ଇ.ଓ ଭବାନୀପାଟଣା, ଉପ-ପୌରାଧ୍ୟକ୍ଷା ଏବଂ ସମସ୍ତ କାଉନସିଲର ଭବାନୀପାଟଣା ପୌରପାଳିକା, ସାଂସଦ କଳାହାଣ୍ଡି ଏବଂ ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯାଇଥିବା କୁହାଯାଇଛି ।

ଭବାନୀପାଟଣା ରୁ କିଶନ ଶର୍ମା ଙ୍କ ରିପୋର୍ଟ 

Related posts

ପ୍ରତାପ କିଶୋର ରାଉତ ଙ୍କ କବିତା ଆସ ପ୍ରେମ ଦୀପ ଜାଳି ଦେବା

Sunil Chandra Nayak

ରାଇରଙ୍ଗପୁର ପୌରାଞ୍ଚଳ ମହୁଲଢିହା ଏବଂ ବାଇଦାପୋଷୀ ଗ୍ରାମରେ ବିଜେଡ଼ିର ଲୋକ ସଂପର୍କ ପଦଯାତ୍ରା

Sunil Chandra Nayak

ଡେଙ୍ଗଫାର୍ଷି ଗ୍ରାମର ଏୟାରଟେଲ ଲିଙ୍କ୍ ଟାଓ୍ବାରକୁ 4G ଟାଓ୍ବାର ଭାବରେ ସଂଯୋଗ କରଣ ଦାବି ପୂରଣ

Sunil Chandra Nayak

Leave a Comment

error: Content is protected !!