ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷୟତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ନର୍ଲା -( ମ ନି ସ )- ନର୍ଲା ଉପରପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିକ୍ଷୟତ୍ରୀ ଶ୍ରୀମତୀ କ୍ରିଷ୍ଣା କୁମାରୀ ହୋତା ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ଶ୍ରୀମତୀ ବନିତା ମିଶ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି l ଏହି ସମ୍ବର୍ଦ୍ଧନା ସଭା ରେ ମୁଖ୍ୟ ଅତିଥି ଭାବେ ନର୍ଲା ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ତପି ମଣି ଯାନୀ, ସମ୍ମାନିତ ଅତିଥି ଭାବେ ଏ ବି ଇ ଓ ଜୟସେନ ନିଆଲ, ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ଅନୁପମା ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସରୋଜ ପୁଝାରୀ, ସାମ୍ବାଦିକ ନିରଞ୍ଜନ ଗଉଡ଼, ସି ଆର ସି ସି ଅର୍ଜୁନ ବାଗ, ଶିକ୍ଷକ ଶରତ ଭୋଇ,ପ୍ରମୁଖ ଉପସ୍ଥିତ ରହି ଥିଲେ l ଉକ୍ତ ସମ୍ବର୍ଦ୍ଧନା ସଭାରେ ସମସ୍ତ ଅତିଥି ଶିକ୍ଷୟତ୍ରୀ ହୋତା ଙ୍କ ନୀତି ଆଦର୍ଶ ଓ ମହନୀୟ ଗୁଣର ଗୁଣଗାନ କରିଥିଲେ l ଏହି ସମ୍ବର୍ଦ୍ଧନା ସଭା କୁ ଅବସର ପ୍ରାପ୍ତ ଶିକ୍ଷକ ମଧୁସୂଦନ ରାଉତ ପରିଚାଳନା କରିଥିବାବେଳେ କମିଟି ସଦସ୍ୟ ସଦସ୍ୟା, ପାଚିକା ଓ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l ଶ୍ରୀମତୀ ହୋତା ଜଣେ ମେଳାପୀ ମିଷ୍ଟ ବାସୀ, ଆଦର୍ଶ ଓ ଛାତ୍ର ବତ୍ସଳl ଶିକ୍ଷୟତ୍ରୀ ଭାବେ ନର୍ଲା ଉପରପଡା ବିଦ୍ୟାଳୟ କୁ ଆଦର୍ଶ ବିଦ୍ୟାଳୟ ରୂପେ ଗଢି ତୋଳିବା ସହ ଉତ୍ତମ ଛାତ୍ର ଛାତ୍ରୀ ସୃଷ୍ଟି କରିବାରେ ତାଙ୍କର ଅବଦାନ ଅତୁଳନୀୟ l ଶେଷରେ କମିଟି ସଦସ୍ୟ ସଦସ୍ୟା, ଶିକ୍ଷକ ଶିକ୍ଷୟତ୍ରୀ ମିଶି ଶ୍ରୀମତୀ ହୋତା ଙ୍କ ଅବଶିଷ୍ଟ ଜୀବନ ମଙ୍ଗଳ କାମନା ସହ ସମ୍ବର୍ଦ୍ଧନା ଦେଇ ତାଙ୍କ ନର୍ଲା ସ୍ଥିତ ବାସ ଭବନ ରେ ଛାଡି ଆସିଥିଲେ।

ନିରଞ୍ଜନ ଗଉଡ଼ ଙ୍କ ରିପୋର୍ଟ।

Related posts

ଜିଲ୍ଲାପାଳଙ୍କ ବୋଡେ଼ନ ବ୍ଲକ ପରିଦର୍ଶନ

Sunil Chandra Nayak

କେସିଙ୍ଗା ବ୍ଲକ ଚେୟାରମେନ ଙ୍କ କ୍ଷେତ୍ର ପରିଦର୍ଶନ

Sunil Chandra Nayak

ତିରିଂଥାନା; ଜିରେଇ ଗ୍ରାମ ନିକଟ ବାରୁଡୁଙ୍ଗୁରି ପଡ଼ିଆରେ ଯୁବତୀଙ୍କ ମୃତଦେହ ପୋଲିସ୍ ଦ୍ବାରା ଉଦ୍ଧାର

Leave a Comment

error: Content is protected !!