ନର୍ଲା -( ମ ନି ସ )- ନର୍ଲା ଉପରପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିକ୍ଷୟତ୍ରୀ ଶ୍ରୀମତୀ କ୍ରିଷ୍ଣା କୁମାରୀ ହୋତା ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ଶ୍ରୀମତୀ ବନିତା ମିଶ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି l ଏହି ସମ୍ବର୍ଦ୍ଧନା ସଭା ରେ ମୁଖ୍ୟ ଅତିଥି ଭାବେ ନର୍ଲା ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ତପି ମଣି ଯାନୀ, ସମ୍ମାନିତ ଅତିଥି ଭାବେ ଏ ବି ଇ ଓ ଜୟସେନ ନିଆଲ, ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ଅନୁପମା ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସରୋଜ ପୁଝାରୀ, ସାମ୍ବାଦିକ ନିରଞ୍ଜନ ଗଉଡ଼, ସି ଆର ସି ସି ଅର୍ଜୁନ ବାଗ, ଶିକ୍ଷକ ଶରତ ଭୋଇ,ପ୍ରମୁଖ ଉପସ୍ଥିତ ରହି ଥିଲେ l ଉକ୍ତ ସମ୍ବର୍ଦ୍ଧନା ସଭାରେ ସମସ୍ତ ଅତିଥି ଶିକ୍ଷୟତ୍ରୀ ହୋତା ଙ୍କ ନୀତି ଆଦର୍ଶ ଓ ମହନୀୟ ଗୁଣର ଗୁଣଗାନ କରିଥିଲେ l ଏହି ସମ୍ବର୍ଦ୍ଧନା ସଭା କୁ ଅବସର ପ୍ରାପ୍ତ ଶିକ୍ଷକ ମଧୁସୂଦନ ରାଉତ ପରିଚାଳନା କରିଥିବାବେଳେ କମିଟି ସଦସ୍ୟ ସଦସ୍ୟା, ପାଚିକା ଓ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l ଶ୍ରୀମତୀ ହୋତା ଜଣେ ମେଳାପୀ ମିଷ୍ଟ ବାସୀ, ଆଦର୍ଶ ଓ ଛାତ୍ର ବତ୍ସଳl ଶିକ୍ଷୟତ୍ରୀ ଭାବେ ନର୍ଲା ଉପରପଡା ବିଦ୍ୟାଳୟ କୁ ଆଦର୍ଶ ବିଦ୍ୟାଳୟ ରୂପେ ଗଢି ତୋଳିବା ସହ ଉତ୍ତମ ଛାତ୍ର ଛାତ୍ରୀ ସୃଷ୍ଟି କରିବାରେ ତାଙ୍କର ଅବଦାନ ଅତୁଳନୀୟ l ଶେଷରେ କମିଟି ସଦସ୍ୟ ସଦସ୍ୟା, ଶିକ୍ଷକ ଶିକ୍ଷୟତ୍ରୀ ମିଶି ଶ୍ରୀମତୀ ହୋତା ଙ୍କ ଅବଶିଷ୍ଟ ଜୀବନ ମଙ୍ଗଳ କାମନା ସହ ସମ୍ବର୍ଦ୍ଧନା ଦେଇ ତାଙ୍କ ନର୍ଲା ସ୍ଥିତ ବାସ ଭବନ ରେ ଛାଡି ଆସିଥିଲେ।
ନିରଞ୍ଜନ ଗଉଡ଼ ଙ୍କ ରିପୋର୍ଟ।