ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଝାରବନ୍ଧ ପଞ୍ଚାୟତ ପିଡିଏସ ଚାଉଳ ହଡପ୍ ଘଟଣା, ତଦନ୍ତ ଓ ଦ୍ରୁଢ ପଦକ୍ଷେପ ପାଇଁ ଗରିବସେନା ତରଫରୁ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର

ନୂଆପଡା: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଝାରବନ୍ଧ ପଞ୍ଚାୟତ ରେ ୨ମାସ ର ପିଡିଏସ ଚାଉଳ ହଡପ୍ ଘଟଣା ର ତଦନ୍ତ ସହ ଦ୍ରୁଢ ପଦକ୍ଷେପ ଗ୍ରହଣ କରବାକୁ ନୂଆପଡା ଜିଲ୍ଲା ଗରିବସେନା ଜିଲ୍ଲା ସଭାପତି ରବି ମଙ୍ଗରାଜ ଙ୍କ ତରଫରୁ ଉପଜିଲ୍ଲାପାଳ ତରଣୀସେନ ନାଏକ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଦାବୀ ପତ୍ର ଅନୁସାରେ ଗରିବ ଲୋକଙ୍କ ପରିବାର ପ୍ରତିପୋଷଣ ପାଇଁ ସରକାର ପ୍ରତି ପରିବାର ଙ୍କୁ ଚାଉଳ ଯୋଗାଉଛନ୍ତି। ହେଲେ ଅତ୍ଯନ୍ତ ଦୁଃଖଦ ବିଷୟ ଯେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଝାରବନ୍ଧ ପଞ୍ଚାୟତ ରେ ୨ମାସର ଚାଉଳ କୁ ଅଧିକାରୀ ଓ କିଛି ବ୍ଯକ୍ତି ହଡପ କରିଛନ୍ତି। ଫଲରେ ଗରିବ ଲୋକମାନେ ନିଜ ଅଧିକାର ରୁ ବଞ୍ଚିତ ହେଇଛନ୍ତି। ପଞ୍ଚାୟତ ଘରରେ ଚାଉଳ ନରଖି ଅନ୍ୟତ୍ର ଚାଉଳ କୁ ରଖା ଯାଇଥିଲା। ତତ୍ସହିତ ବର୍ତ୍ତମାନ ଘଟଣା ଲୋକ ଲୋଚନକୁ ଆସିବାରୁ ଚାଉଳ ବଦଲରେ ଲୋକଙ୍କୁ ଟଙ୍କା ପ୍ରଦାନ କରାଯାଇଛି। ୨ମାସ ପର୍ୟ୍ଯନ୍ତ ଚାଉଳ ଦିଆଯାଇ ନଥିବା ଘଟଣା କୁ ଉପରିସ୍ଥ ଅଧିକାରୀ ମାନେ କେମିତି ଯାଣି ପାରିଲେ ନାହିଁ ତାହା ସନ୍ଦେହ ଜନକ ଅଟେ। ଏଣୁ ଏହି ଘଟଣା ରେ ସଂପ୍ରୁକ୍ତ ଥିବା ସମସ୍ତ ଅଧିକାରୀ ଓ ବ୍ୟକ୍ତି ମାନଙ୍କ ଉପରେ ତଦନ୍ତ କରାଯାଇ ଓ ଆଇନ ଅନୁଯାୟୀ ଦ୍ରୁଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଉଲ୍ଲେଖ ରହିଛି। ନଚେତ ଆଗାମୀ ଦିନରେ ବାଧ୍ଯ ହୋଇ ଆନ୍ଦୋଳନ ପନ୍ଥା ଗ୍ରହଣ କରିବୁ ବୋଲି ଶ୍ରୀ ମଙ୍ଗରାଜ ଚେତାବନୀ ଦେଇଛନ୍ତି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପାର୍ବଣ ଋତୁ ଉପଲକ୍ଷେ ରାଇରଙ୍ଗପୁରରେ ଉପଖଣ୍ଡ ସ୍ତରୀୟ ଶାନ୍ତି କମିଟି ବୈଠକ

Sunil Chandra Nayak

କବିତା ସାହୁ ଙ୍କ କବିତା ଶୀତଳ ପରଶ

Sunil Chandra Nayak

ରଞ୍ଜିତ କୁ ସାହୁ ଙ୍କ କବିତା ପତ୍ରଝଡ଼ା ର ରୋମାଞ୍ଚ

Sunil Chandra Nayak

Leave a Comment

error: Content is protected !!