ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲ୍ ଯାତ୍ରାରେ ଏକାଠି ହେଲେ ସାତପାଲି ମୁଖ୍ୟ , ମାଟି ଦେବତାଙ୍କ ନିକଟରେ ନବାନ୍ନ ଚଢିଲା 

୩୦ରେ ଭାଦ୍ରବ ଯାତ୍ରା ଦିନ ଧାର୍ଯ୍ୟ

ରାଇଘର (ମ ନି ସ )୨୪/୦୮ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସାତପାଲି ଗ୍ରାମବାସୀ ଏକାଠି ହୋଇ ପାରମ୍ପରିକ ମାଟି ଦେବତାଙ୍କ ନିକଟରେ ନବାନ୍ନ ଲାଗି କରିଛନ୍ତି ଏହି ପୁଜା ବାଲ୍ ଯାତ୍ରା ନାମରେ ପରିଚିତ l ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳ l ଏଠାକାର ଆଦିବାସୀଙ୍କ ପରମ୍ପରା ଭିନ୍ନ ଅଟେ l ସମସ୍ତ ଅଞ୍ଚଳବାସୀ ମିଳିତ ଭାବେ ଅଂଚଳର ପରମ୍ପରା ଉପରେ ଗୁରୁତ୍ୱ ଦେଇ ପୂଜା ବିଧି କରି ଥାନ୍ତି l ଆଜି ରାଇଘର ସଦର ମହକୁମା ଧଡ଼ରାପାରା ମଧ୍ୟ ଭାଗରେ ଥିବା ମାଟି ଦେବତାଙ୍କ ପୁଜା ସ୍ଥଳରେ ସାତପାଲି ଗ୍ରାମର ସମସ୍ତ ଅଂଚଳବାସୀ ମୁଖ୍ୟ କର୍ମକର୍ତ୍ତାଙ୍କୁ ନେଇ ଏକାଠି ହୋଇ ଏହି ବାଲ୍ ଯାତ୍ରା ପାଳନ କରିଥିଲେ l ବାଲ୍ ଯାତ୍ରା ସଂପର୍କରେ ରାଇଘର ସାତପାଲି ମୁଖ୍ୟ କମଳ ସିଂ ରାଜପୁତଙ୍କ ସୂଚନା ଅନୁଯାୟୀ ମାଟି ଦେବତାଙ୍କ ଯାତ୍ରା ଦିନ ଅଂଚଳବାସୀ ସାମିଲ୍ ହୋଇ ଚାଷ କାର୍ଯ୍ୟ ନିମନ୍ତେ ଧାନ ବୁଣିବା ଓ ଫସଲ ଭଲରେ ହେବା ପାଇଁ ପୁଜା ପାଠ କରିଥାନ୍ତି l ପରମ୍ପରା ଅନୁଯାୟୀ ଜମିରେ ଧାନ ହେବା ପରେ ନବାନ୍ନ ଭୋଗ ମାଟି ଦେବତାଙ୍କ ନିକଟକୁ ଚଢ଼ାଇବା ହିଁ ଏହି ଯାତ୍ରା ର ଉଦେଶ୍ୟ l ଭାଦ୍ରବ ମାସର ପ୍ରଥମ ସପ୍ତାହରେ ଏହି ବାଲ୍ ଯାତ୍ରା ହୁଏ l ପରେ ଠାକୁରାଣୀ ମନ୍ଦିର ଠାରେ ଭାଦ୍ରବ ଯାତ୍ରା ନିମନ୍ତେ ତାରିଖ ନିର୍ଘଣ୍ଟ ହୁଏ l ଏହି କ୍ରମରେ ଆସନ୍ତା ୩୦ ତାରିଖ ଦିନ ଭାଦ୍ରବ ଯାତ୍ରା ଅନୁଷ୍ଠିତ ହେବ ବୋଲି ଜଣାପଡିଛି l ସେହି ଦିନ ନୁଆଖାଇ ନିମନ୍ତେ ତାରିଖ ନିର୍ଦ୍ଧାରଣ ହୁଏ l ଏହି ଯାତ୍ରା ରେ କେବଳ ନବାନ୍ନ ଭୋଗ ଚଢ଼ାଇବା ନିମନ୍ତେ ମାଟି ଦେବତାଙ୍କ ନିକଟରେ ସମସ୍ତେ ଏକାଠି ହୋଇଥାନ୍ତି l ମାଟି ପୂଜାରୀ ଲବ ପୂଜାରୀ,ଠାକୁରାଣୀ ପୂଜାରୀ ପରଦେଶୀ ପୁଜାରୀ,ଗ୍ରାମ ମୁଖିଆ କମଳ ସିଂ ରାଜପୁତ,ସୁଦର୍ଶନ ମାଝୀ,ସବ୍ ସିଂ ମାଳୀ,ମହେଶ ଧୁରୁଆ,ଗୋବିନ୍ଦ ଗଣ୍ଡ ସହ ସାତ କୁଳ,ଯଥା ଗାଇତା,ସମରଥ୍,ସାମପୁରିଆ ,ଡେଙ୍ଗୁରମୁନିଆ,ଧୁରୁଆ,ନେଙ୍ଗି,ପାତ୍ର,ଓ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ଛାତି ଥରିଗଲା ଭଳି ଦୃଶ୍ୟ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ଇଟାଭାଟି ମାଲିକ ଙ୍କ ର ମୃର୍ତ୍ତ ଦେହେ ଉଦ୍ଧାର ହତ୍ୟା କାଣ୍ଡର କାରଣ ଖୋଳ ତାଡ଼ ଚାଲିଛି

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ ବ୍ୟଙ୍ଗ କବିତା ନାଆଁଟି ମୋର ମାଛି

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ନାରୀ ତୁହି ବନ୍ଦନୀୟା

Sunil Chandra Nayak

Leave a Comment

error: Content is protected !!