ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ସିନ୍ଦୁରା

      ସିନ୍ଦୁରା 

                    ଶ୍ଯାମା ପ୍ରସାଦ୍ ବୋଷ୍ 

ସିନ୍ଦୁରା ଫାଟିଲା ପୂର୍ବ ଆକାଶରେ 
ପ୍ରଭାତୀ ସଙ୍ଗୀତ ଗାଇ 
ଜୀବ ଜଗତ ଟି ଚଞ୍ଚଳ ହୋଇଲା 
ଶୁଭ ସକାଳ କୁ ପାଇ । 
ସୁପ୍ତ ଚେତନା ଟି ଜାଗ୍ରତ ହୋଇଲା 
ଅନ୍ଧାର ଦୂରେଇ ଦେଇ 
ନିସ୍ତବ୍ଧ ଏ ଧରା ମୁଖରିତ ହେଲା 
କେତେ କଳରବ ହେଇ । 
ଅଶୁଭ ଅନ୍ଧାର ବିଦାୟ ନେଲାଣି 
ମେଲାଣୀ ବାରତା ପାଇ 
ଶୁଭ ଆଲୋକରେ ସିନ୍ଦୁରା ଫାଟିଲା   
ପୂରୁବ ଆକାଶେ ଥାଇ । 
ମଧୁ ମକ୍ଷିକାର ଗୁଣୁ ଗୁଣୁ ଗୀତେ 
ସୁପ୍ତ ଧରଣୀ ଟା ଚେଇଁ   
କି ସୁନ୍ଦର ଶୋଭା ପ୍ରକାଶି ଉଠିଲା 
ସିନ୍ଦୁର ମସ୍ତକେ ନାଇ । 
ଆକାଶ ମଥାନେ ସତେ ପ୍ରକୃତିର 
ସିନ୍ଦୁର ର ଶୋଭା ନେଇ 
ସିନ୍ଦୁରା ଫାଟିଲା ନବ ବଧୂ ପରି  
ଶୋଭା ପ୍ରକାଶିଲା ସେଇ । 
ପକ୍ଷୀର କୁଜନେ ଚଳ ଚଞ୍ଚଳିତ 
ପ୍ରଭାତି ସ୍ବାଗତ ଗାଇ 
ପୂରୁବ ଆକାଶେ ମୁରୁଜ କୁ ବୁଣି
ସୂରୁଜ ଆସିଲେ ଉଇଁ ।
ବେଦ ଓଁକାର ରେ ଓଁକାରିତ ହେଲା 
ଶୁଭ ଶଙ୍ଖ ବାଜୁଥାଇ 
ଘଣ୍ଟ ଘଣ୍ଟା ଧ୍ବନି ମୁଖରିତ ହେଲା 
ଆଧ୍ଯାତ୍ମ୍ଯ ଭାବନା ଛାଇ । 
ନବ ପ୍ରଭାତର ନବୀନ ବାରତା 
ପ୍ରତି ହୃଦୟ କୁ ଛୁଇଁ 
ନବ ଚେତନାର ସିନ୍ଦୁରା ଫାଟିଲା 
ପବିତ୍ର ହୋଇଲା ଭୂଇଁ । 

ଶ୍ଯାମା ପ୍ରସାଦ୍ ବୋଷ୍ 

ବେଗୁନିଁଆ , ମଲ୍ଲୀକ୍ ସାହି 
ଗୋପ୍ , ପୁରୀ 

Related posts

ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀଙ୍କ ତେନ୍ତୁଳିିଖୁଣ୍ଟି ବ୍ଳକ ଗସ୍ତ

Sunil Chandra Nayak

ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସର୍ବ ଧର୍ମ ନୂଆଖାଇ ତିହାର ପାଳନ 

Sunil Chandra Nayak

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!