ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୀ ସାର୍ଥକରେ ‘ସାରେଗାମାପା’ର ପ୍ରସାରଣ ୨୦ ଅଗଷ୍ଟରୁ ଆରମ୍ଭ ହୋଇଛି..

ଇରା ମହାନ୍ତିଙ୍କୁ ପ୍ରଥମ ଥର ପାଇଁ ମ୍ୟୁଜିକ ରିୟଲିଟି ସୋ’ରେ ମହାଗୁରୁ ଭାବେ ଦେଖିବାକୁ ମିଳିବ….

ଜୀ ସାର୍ଥକରେ ଚଳିତ ଅଗଷ୍ଟ ୨୦ ତାରିଖରୁ ଆରମ୍ଭ ହୋଇଛି ଓଡିଶାର ସବୁଠାରୁ ବଡ ସିଂଗିଙ୍ଗ ରିୟାଲିଟି ସୋ ‘ସାରେଗାମାପା’ ସ୍ୱରର ମହାମଞ୍ଚ’। ନିକଟରେ ଏହାର ସମସ୍ତ ଅଡିସନ ଶେଷ ହୋଇଥିବା ବେଳେ ଅଗଷ୍ଟ ୨୦ ତାରିଖରୁ ପ୍ରତି ଶନିବାର ଓ ରବିବାର ରାତି ୯ଟା ୩୦ରେ ଏହାର ପ୍ରସାରଣ କରାଯାଉଛି । ଓଡିଶାର ସବୁଠାରୁ ବଡ ଏହି ମ୍ୟୁଜିକ ରିୟଲିଟି ସୋ’ରେ ଜଜ୍ ଭାବେ ରହିଛନ୍ତି ଯୁବପିଢ଼ୀଙ୍କ ପ୍ରଥମ ପସନ୍ଦ କଣ୍ଠଶିଳ୍ପୀ କୁଲଦୀପ ପଟ୍ଟନାୟକ ଓ ଦିପ୍ତୀରେଖା ପାଢ଼ୀ । ମହାଗୁରୁ ଭାବେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଇରା ମହାନ୍ତି ନଜର ଆସିଛନ୍ତି । ବର୍ଷ ବର୍ଷ ଧରି ଓଡିଆ ସଂଗୀତ ଦୁନିଆରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଇରାଙ୍କୁ ପ୍ରଥମ ଥର ପାଇଁ ମ୍ୟୁଜିକ ରିୟଲିଟି ସୋ’ରେ ମହାଗୁରୁ ଭାବେ ଦେଖିବାକୁ ମିଳିବ ।

ଜୀ ସାର୍ଥକରେ ପ୍ରସାରିତ ଓଡିଶାର ସବୁଠାରୁ ବଡ ମ୍ୟୁଜିକ ରିୟଲିଟି ସୋ ‘ସାରେଗାମାପା’ରୁ ସଫଳତା ପାଇ ଅନେକ କଣ୍ଠଶିଳ୍ପୀ ଏବେ ଓଡିଆ ସଂଗୀତ ଦୁନିଆରେ ରାଜ୍ କରୁଛନ୍ତି । ଏହି ମେଗା ସୋ ଅନେକ ଜଣଙ୍କୁ ପ୍ରସିଦ୍ଧ କରାଇଛି । ସ୍ୱର ଓ ସଂଗୀତକୁ ଭଲ ପାଉଥିବା ଏବଂ ଏଥିରେ କ୍ୟାରିୟର ଗଢ଼ିବାକୁ ଚାହୁଁଥିବା କଳାକାର ମାନଙ୍କ ପାଇଁ ଏହି ସୋ ଏକ ବଡ ସୁଯୋଗ । ଏହି ସିଜିନରେ ଅଡିସନ ରାଉଣ୍ଡରୁ ହଜାର ହଜାର ପ୍ରତିଯୋଗୀମାନଙ୍କ ମଧ୍ୟରୁ ବଛା ହୋଇ ଓଡିଶାର ବିଭିର୍ଣ୍ଣ ସହରରୁ ଆସିଛନ୍ତି କିଛି ଭିର୍ଣ୍ଣ ଧରଣର କଣ୍ଠଶିଳ୍ପୀମାନେ, ଯେଉଁମାନେ ଏଥର ‘ସାରେଗାମାପା” ମଞ୍ଚରେ କରିବେ ଧମାଲ । ଗତ ସିଜିନ ତୁଳନାରେ ଚଳିତଥର ‘ସାରେଗାମାପା’ ସ୍ୱରର ମହାମଞ୍ଚ’ ଓଡିଶାରେ ଚହଳ ପକାଇବା ଆରମ୍ଭ କରିଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କେନ୍ଦ୍ରୀୟ ମାନବ ଅଧିକାର ସୁରକ୍ଷା ସଙ୍ଗଠନର ଜିଲ୍ଲାସ୍ତରୀୟ ମାନବିକତା ସଚେତନତା ସଭା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ରାଇରଙ୍ଗପୁରରେ ବାଉଁଶ ହସ୍ତଶିଳ୍ପ ପୁଞ୍ଜ ସ୍ତରୀୟ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!