ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଝରାଡିହି କନ୍ୟାଶ୍ରମରେ ବହୁବିଧ ସମସ୍ୟା ନେଇ ମାସା ଆର୍ମି ତରଫରୁ ରାଇରଙ୍ଗପୁର ଆଇଟିଡିଏ ପ୍ରଶାସକଙ୍କୁ ଲିଖିତ ଦାବିପତ୍ର

ମୟୂରଭଞ୍ଜ -୨୪/୮/୨୨(ମସିହା) ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ଛାତ୍ର ଛାତ୍ରୀ ଙ୍କ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।ହେଲେ ତଳ ସ୍ତରର ଅସାଧୁ ଯନ୍ତ୍ରୀ, କର୍ମଚାରୀ ଓ ଠିକାଦାରଙ୍କ ଅସାଧୁ ମେଣ୍ଟ ଯୋଗୁଁ ତାହା ଫଳପ୍ରସୂ ହୋଇପାରୁନାହିଁ ।ଏଭଳି ଘଟଣା ଦେଖିବାକୁ ମିଳିଛି ରାଇରଙ୍ଗପୁର ଆଇଟିଡିଏ ଅଧିନସ୍ଥ ବହଳଦା ବ୍ଲକର ଝରାଡିହି ଅନୁସୂଚିତ ଜନଜାତି ଛାତ୍ରୀନିବାସରେ । ଏଠାରେ ଛାତ୍ରୀମାନଙ୍କ ପାଣି,, ଶୌଚାଳୟ,କବାଟ ଝରକା,ବିଜୁଳି ଇତ୍ୟାଦି ଅଭାବ ପରିଦୃଶ୍ୟ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମୟୂରଭଞ୍ଜ ଆଦିବାସୀ ଷ୍ଟୁଡେଣ୍ଟସ ଆସୋସିଏସନ୍ ( ମାସା ଆର୍ମି) ତରଫରୁ ଏକ ସ୍ବତନ୍ତ୍ର ଦଳ ଝରାଡିହି ଯାଇ ସେଠାକାର ଶିକ୍ଷକ,ଛାତ୍ରୀ,ଅଭିଭାବକ ଓ ସ୍ଥାନ ପରିଦର୍ଶନ କରି ନାନା ଅସୁବିଧା ଅନୁଭବ କରି ଫେରିଛନ୍ତି । ସେଠାରୁ ଫେରି ଦଳ ତରଫରୁ ରାଇରଙ୍ଗପୁର ଆଇଟିଡିଏରେ ପ୍ରକଳ୍ପ ପ୍ରଶାସକଙ୍କ ଅନୁପସ୍ଥିତିରେ ବିଭାଗୀୟ ଅଧିକାରୀ ଗୌରହରି ମହାକୁଡ଼, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କ ସହ ଆଲୋଚନା କରି ଶିଘ୍ର ୪୮ ଘଣ୍ଟା ମଧ୍ୟରେ ସମାଧାନ ପାଇଁ ଅନୁରୋଧ କରିବା ସହ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ନଚେତ୍ ମାସା ଆର୍ମି ତରଫରୁ ବିଦ୍ୟାଳୟ ଫାଟକରେ ତାଲା ବନ୍ଦ ପକାଇଵେ ସେଥିପାଇଁ ପ୍ରଶାସନ ଦାୟୀ ରହିବେ ବୋଲି କହିଥିଲେ । ଏଥିରେ ବାମନଘାଟୀ ସାଂଗଠନିକ ସଭାପତି ବିଘ୍ନେଶ୍ୱର ବାସ୍କେ,ସଂଗଠକ ଜଗନ୍ନାଥ ମୁର୍ମୁ,ସଭାପତି ସୁନିଲ ସୋରେନ, ଉପସଭାପତି ରାମଚନ୍ଦ୍ର ମାର୍ଣ୍ଡୀ,ସଂପାଦକ ମାସାଂ ହେମ୍ବ୍ରମ, ସାଧାରଣ ସମ୍ପାଦକ ମାନସ ମୁର୍ମୁ ,ନଗର ସଭାପତି ରାମ ମୁର୍ମୁ,ଉପ ନଗର ସଭାପତି ଖିଦି ମାର୍ଣ୍ଡୀ,ନଗର ସଂପାଦକ ସୁନ୍ଦର ମୋହନ ଟୁଡୁ,,ନଗର ସାଧାରଣ ସଂପାଦକ ଚନ୍ଦନ ବାସ୍କେ, ଜିଲ୍ଲା ସଂପାଦକ ହାଡିବନ୍ଧୁ ଟୁଡୁ ପ୍ରମୁଖ ସାମିଲ ହୋଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଦାଦନ ଯାଇଥିବା ସ୍ୱାମୀ କୁ ହରାଇ ଚିନ୍ତାରେ ଫୁଲମଣୀ ୩ ଛୁଆ ଙ୍କୁ ପାଠ ପଢାଇବାରେ ଅସମର୍ଥ

ବିଜେପି ଯୁବ ମୋର୍ଚ୍ଚା ସଭାପତି ଙ୍କ ଅକାଳ ବିୟୋଗ

ବାରାହ ଫାସରେ ଫସି ମୃତ୍ୟୁବରଣ କରିଥିବା ଯମୁନା ଜାନୀଙ୍କ ପରିବାର କୁ ୧ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ

Leave a Comment

error: Content is protected !!