Uncategorizedବାଲାଜି ସେଠୀ ଙ୍କ କବିତା ଦେହ ଆଉ ମନ by Sunil Chandra NayakAugust 25, 20220197 Share1 ଦେହ ଆଉ ମନ ବାଲାଜି ସେଠୀ ଦେହ ଆଉ ମନ ଦୁହେଁ ଯେ ଅଭିନ୍ନ ନଖକୁ ଯେମିତି ମାଂସ ଲାଗିଲେ ଏକେ କୁ ବାଧଇ ଆରେକୁ ଆବେଗ ତାର ଭଗ୍ନାଂଶ । ଶୁଣିଦେଲେ ପୁଣ ପ୍ରୀତି ସମ୍ଭାଷଣ ପୁଲକିତ ହୁଏ ମନ ସେହି ପୁଲକରେ ଦେହେ ଖେଳିଯାଏ ଅଫୁରନ୍ତ ଶିହରଣ । କ୍ଷିପ୍ରତର ଅତି ମନ ଅଶ୍ୱ ଗତି କାମନାର ନାହିଁ ଅନ୍ତ ଦେହ ରଥ ସ୍ଥୂଳ ହୋଇବ ସଫଳ ମନ ଥିଲେ ନିୟନ୍ତ୍ରିତ । ସ୍ଥୂଳ ଶରୀରର ପରିଚୟ ସାର ବରଜି ସ୍ଵଭାଵ କ୍ରୁର ଦୟା,କ୍ଷମା,ପ୍ରେମ ଆବେଗାନୁପମ ମାନବିକ ଅସ୍ତିତ୍ୱର । ମନର ବିକାର କ୍ଷୀଣେ ଏ ଶରୀର ଲୁଣଖିଆ ହାଣ୍ଡି ସମ ବିବେକ ରହିତ ଅକାର୍ଯ୍ୟରେ ଲିପ୍ତ ନିନ୍ଦି ବସୁଥିବ କର୍ମ । ବିବିଶୁଦ୍ଧ ଭାବ କଳ୍ପନାରେ ଥିବ ମାନସ ରଖି ପବିତ୍ର ଗଙ୍ଗା ପରି ଶୁଦ୍ଧ ନିଶ୍ଚୟ ହୋଇବ ରକ୍ତ ମାଂସ ଧାରୀ ଗାତ୍ର । ଚିତ୍ରକୋଣ୍ଡା, ମାଲକାନଗିରି