ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବର୍ଷା ହେଲେ ପାଠ ପଢା ବନ୍ଦ _ଶିକ୍ଷକ ଛାତ୍ର ଛାତ୍ରୀ ଅଛନ୍ତି ଭିତ୍ତିଭୂମି ନାହି

ତେନ୍ତୁଳିଖୁଣ୍ଟି 24/0୮/22 ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଣ୍ଡିଆଗୁଡ଼ା ଗ୍ରାମ ମାତ୍ର ବ୍ଲକ୍ ଠାରୁ ୩ରୁ ୪କିମି ମଧ୍ୟରେ ରହିଛି। ଆଖ ପାଖ ଅଞ୍ଚଳରୁ ୫ରୁ ୬ଗ୍ରାମକୁ ନେଇ ରାଜସ୍ୱ ଗ୍ରାମ ର ମାନ୍ୟତା ମଧ୍ୟ ପାଇଛି। ଗ୍ରାମର ଏକ ମାତ୍ର ପ୍ରାଥମିକ ବିଦ୍ୟାଳୟ ରହିଛି, ସେଠାରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ମୋଟ ୫୦ ଛାତ୍ର ଛାତ୍ରୀ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ଏମାନଙ୍କ ପାଠ ପଢେଇବା ପାଇଁ ୨ଟି ଶିକ୍ଷକ ନିଯୁକ୍ତି ପାଇଛନ୍ତି।ଗୋଟିଏ କୋଠା ଘରେ ପ୍ରଧାନ ଶିକ୍ଷକ ଙ୍କ କାର୍ଯ୍ୟଳୟ ରହିଛି।ତାହା ବି ଡେମେଜ୍ ହୋଇଯାଇଛି। ଆଉ ୨ଟି ଟିଣ ଛପର ଘର ପରିତ୍ୟକ୍ତ ଅବସ୍ଥା ଅନେକ ବର୍ଷ ହେଲା ପଡି ରହିଛି।ଦିନକୁ ଦିନ ଲଗାଣ ବର୍ଷା ହେଲେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଶିକ୍ଷକ ପାଠ ପଢିବେ କଣ ନିଜ ଜୀବନକୁ କିପରି ସୁରକ୍ଷିତ ରଖିବା ସେ ଚିନ୍ତା ରେ ରହିଥାନ୍ତି। ବିଭାଗୀୟ ଅଧିକାରୀ ଏହି ଗୃହ କୁ ଅକାମୀ ଖାତା ପେନ୍ ରେ ଲିପବଦ୍ଧ କରି ଉପରିସ୍ତ ଅଧିକାରୀଙ୍କୁ ବି ଅବଗତ କରିଛନ୍ତି।ତଥାପି ଶ୍ରେଣୀ ଗୃହ ଅଭାବ ଯୋଗୁ ଆଉ କୌଣସି ଉପାୟ ନ ପାଇ ପ୍ରଥମ ରୁ ୫ମ ଶ୍ରେଣୀ ପିଲାଙ୍କୁ ଗୋଟିଏ ସ୍ଥାନ ରେ ଶିକ୍ଷା ଦେବାକୁ ବାଧ୍ୟ । କୋଠରି ର କାଂଥ ଭୁଷୁଡି ଗଲେ ପିଲାଙ୍କ ଜୀବନ ଗଲା, ବିଦ୍ୟାଳୟ ଆଉ ବିଦ୍ୟାଳୟ ଭଳି ଦେଖା ଯାଉ ନାହି।ଦିନକୁ ଦିନ ଏଠାରେ ସରୀସୃପ ର ଆବାସ ସ୍ଥାନ କରିଥିବା ପରିଲକ୍ଷିତ ହେଉଛି। ଏସବୁ ବିଷୟ ଜାଣି ମଧ୍ୟ କେମିତି ପରିତ୍ୟକ୍ତ ଭଗ୍ନ ଅବସ୍ଥାରେ ଥିବା ଶ୍ରେଣୀ ଗୃହ ରେ ପିଲାମାନଙ୍କୁ ୧୦ରୁୁ ୪ ସୁରକ୍ଷିତ ରଖୁଛନ୍ତି ତାହା ଭଗଭାନଙ୍କୁ ଜଣା, ଶ୍ରେଣୀ ରେ ଶିକ୍ଷକ ପାଠ ପଢାଇବେ ନା ସେମାନଙ୍କୁ ସୁରକ୍ଷା ଅଧିକାରୀ ଭାବେ ସୁରକ୍ଷା ଦେବେ। ବର୍ଷା ହେଲା ଆଉ ପାଠପଢା ନାହି ଆପେ ଆପେ ବନ୍ଦ ହୋଇଯାଏ। ଭଗ୍ନ ଶ୍ରେଣୀ ଗୃହ ପାଶ୍ୱ ରେ ବିଦ୍ୟାଳୟ ଶୌଚାଳୟ ମଧ୍ୟ ରହିଛି।ବିଦ୍ୟାଳୟ ପାଚେରୀ କହିଲେ ସମ୍ମୁଖ ପାଶ୍ୱ ରେ କୌଣସି ଫାଟକ ନାହିଁ ।ବର୍ଷା ଆସିଲେ ଶ୍ରେଣୀ ଗୃହ ରେ ସଂପୂର୍ଣ୍ଣ ପାଣି ଭର୍ତ୍ତି ହୋଇଯାଉଛି।। ମୁଣ୍ଡ ଉପରେ ବିପଦ ଭାବି ଅଭିଭାବକ ପିଲାଙ୍କୁ ବିଦ୍ୟାଳୟ କୁ ପଠାଇବାକୁ ଅମଙ୍ଗ ହେଉଥିବ। ଅଭିଯୋଗ ହେଉଛି, ଏମିତିକି ବିଦ୍ୟାଳୟ ପରିତ୍ୟାଗ ପ୍ରମାଣ ପତ୍ର ମାଗି ଅନ୍ୟ ବିଦ୍ୟାଳୟ ରେ ଜଇନ୍ କରିଥିବା ଶୁଣିବାକୁ ମିଳୁଛି। ରାସ୍ତା କୁ ଲାଗି କି ବିଦ୍ୟାଳୟ ରହିଛି ଗାଡ଼ି ମୋଟର ସବୁ ବେଳେ ଯାତାୟତ କରୁଛି କେତେବେଳେ ଦୁର୍ଘଟଣା ହୋଇପାରେ ଜାଣି ହେବ ନାହିଁ ତେନ୍ତୁଳିଖୁଣ୍ଟି ଠାରୁ ଖାତିଗୁଡ଼ା ସୀମାନ୍ତ ଭର୍ତ୍ତି ଅଞ୍ଚଳ ଲୋକ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି। ତଥାପି  ଶିକ୍ଷା ବିଭାଗୀୟ ଅଧିକାରୀ ସବୁ ଜାଣି ବି ନିରବ ଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳୁଛି। ଏ ବିଷୟ ନେଇ ଆମେ ଖଣ୍ଡିଆଗୁଡ଼ା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ କବିତା ଭଞ୍ଜ ଙ୍କୁ ପଚାରିବାରୁ ବିଦ୍ୟାଳୟ ପରିଚାଳନା କମିଟି ଏ ବିଷୟରେ ବୈଠକ କରି ପୂର୍ବରୁ ମଧ୍ୟ ଅବଗତ କରିଛୁ ପୁନର୍ବାର ଆଉ ଏକ ବୈଠକ କରି ପତ୍ର ମାଧ୍ୟମରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିବୁ ବୋଲି କହିଛନ୍ତି। ଏଠାରେ ପ୍ରଶ୍ନ ଉଠେ ଯେ ବ୍ଲକ୍ ସଦର ମହକୁମା ଗ୍ରାମ ବିଦ୍ୟାଳୟ ର ଏଭଲି ଅବସ୍ଥା ହେଲେ ୧୫ଟି ଗ୍ରାମ ପଞ୍ଚାୟତ ର ବିଦ୍ୟାଳୟ ର ଅବସ୍ଥା କଣ ହୋଇନଥିବ । ରାଜ୍ୟ ସରକାର ବିଦ୍ୟାଳୟ ଓ ଗଣ ଶିଷା ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାସ କଥା କଥା ରେ କହନ୍ତି ରାଜ୍ୟ ସରକାର ବିଦ୍ୟାଳୟ ଗୁଡ଼ିକ ପୁରା ସ୍ମାର୍ଟ କରି ଚକା୍ ଚାକ୍ କରୁଛନ୍ତି। ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ ନାମକୁ ମାତ୍ର ଶିକ୍ଷା ବିଭାଗ କୁ ୫ଟି ରେ ସାମିଲ କରି ବାହାବା ମାରିବା ଛଡ଼ା ଆଉ କିଛି ନାହି, ୫ ଟି ର ଗୋଟିଏ ଟି ମଧ୍ୟ ଏଠାରେ କାମ କରୁନାହିଁ ବୋଲି ଗ୍ରାମବାସୀ ସମେତ ବ୍ଲକ୍ ର ବୃଦ୍ଧି ଜୀବି ଅଭିଯୋଗ କରିଛନ୍ତି।

ଗୋବର୍ଦ୍ଧନ ସାହୁ, ତେନ୍ତୁଳିଖୁଣ୍ଟି

Related posts

ରାଇରଙ୍ଗପୁରରେ ଏକ ଦିବସୀୟ ପ୍ରଧାନ ଶିକ୍ଷକ ଓ ଦିବ୍ଯାଙ୍ଗ ପିଲାଙ୍କ ସଂଚାର -୩ ସଚେତନତା ଶିବିର 

Sunil Chandra Nayak

ବନ୍ଧଗଡ଼ ଜଙ୍ଗଲ ବିଭାଗ ପକ୍ଷରୁ ୭୩ ତମ ବନ ମହୋତ୍ସବ ପାଳିତ

ସଚେତନତା କଥାବସ୍ତୁ କୁ ନେଇ କ୍ଷୁଦ୍ର ଚଳଚ୍ଚିତ୍ର “ଗନ୍ଦରୀ ପାଏନ ହାଏ ହାଏ” ସୁଟିଂ ଶେଷ

Sunil Chandra Nayak

Leave a Comment

error: Content is protected !!