ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିନତି ଦାଶ ଙ୍କ କବିତା ବଂଶୀ

ବଂଶୀ

ଜାତି ତା କଣ୍ଟା ବାଉଁଶି, 
କାହ୍ନା ହସ୍ତେ ଶୋଭି
ସାଜେ ସେ ବଂଶୀ, 
ମନ ଚୈତନ୍ୟ ନିଏ ଆକର୍ଷି. 
ଭରି ସମ୍ମୋହନ, କରେ ନିମନ୍ତ୍ରଣ, 
ମୋହେ ବୃନ୍ଦାବନ, ହରେ ଗୋପୀମନ 
ରାଈ ପରାଣ ହୁଅଇ ତ୍ରାସି, 
ପ୍ରତିକୂଳତା ର ପ୍ରତିଘାତ ରେ ବି 
ବଢେ ପ୍ରିତୀପଣର ପ୍ରତୀତି. 
ପବନ ଟୋପାକ ସାର 
ଅଧର ପରଶେ ନୀଳମଣିର 
ପଞ୍ଚତାନେ ଝରେ ସୁର 
ଧ୍ଵନି ପଞ୍ଚକାଣ୍ଡେ ମାରେ ଶର 
ଉଲ୍ଲାସ ଗୋଧନ, ଉଛୁଳା ଯମୁନା 
ବିହ୍ୱଳନ୍ତି ଗୋପୀ କୂଳ. 
ତମାଳ ବନରେ ମେଳ, 
ନିଶି ଅନ୍ଧାରେ ଉଲ୍ଲାସ ଝର, 
ହରିଣୀ ହସଇ, 
ମଦନେ ମୟୂରୀ 
କୀଟଠୁ ବ୍ରହ୍ମ ବାତୁଳ 
ମୁଗ୍ଧା ଖଦ୍ୟୋତିକା ଜାଳେ ଆଲ. 
ଗୋପେ ଗୋପନତା ମିଥ୍ୟାସାର 
ବଂଶୀସ୍ଵନ ବିସରଇ ପ୍ରଲୁବ୍ଧତାର, 
ପ୍ରେମେ ଭିଜା ସବୁରି ଅନ୍ତର, 
ହଜଇ ଅନ୍ଧାରେ ନିଷିଦ୍ଧପଣତା 
ପରକୀୟା ପ୍ରୀତି ମିଛ ହଟ ହଟା 
ପ୍ରଣୟ ବନ୍ଧନ ଅମୃତ ବଳୟେ 
ଆତ୍ମା ରେ ଆତ୍ମା ବିଭୋର 
କୃଷ୍ଣ ପ୍ରେମେ ସର୍ବେ ଜର ଜର. 
ବଂଶୀ ବିନା କାହ୍ନା ମୋହନ ସାଜେନା 
ସ୍ୱର ବିନା ବାଂଶ, ବଂଶୀ ତ ସାଜେନା 
ମୋହନବଂଶୀ ର ସମ୍ମୋହନ ବିନା 
ପ୍ରେମ ବାରତା ଅଧୁରା ସିନା 
ଉଜାଣି ଅଧୁରା, ରାସ ବି ଅଧୁରା 
ଗୋପ ଗୋପ ନୁହେଁ କେଳି ବିନା, 
କେଳି ବିନା କୃଷ୍ଣ ନୁହଁ ହୃଷ୍ଟ ଚିତ୍ତ
ଉନ୍ମନା ସେ ପ୍ରୀତି ବିନା.

ମିନତି ଦାଶ

ବାରିପଦା

Related posts

ସାହିତ୍ୟ ଅଗଣା

Sunil Chandra Nayak

ରାଇରଙ୍ଗପୁର କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ;୧୦୯ ଟି ପଂଜିକୃତ ମାମଲାରୁ ୮ ଟି ଫଇସଲା; ଟ୨୦,୨୦,୯୭୭ ଙ୍କା ଜୋରିମାନା ଆଦାୟ

Sunil Chandra Nayak

ପ୍ରତାପ କିଶୋର ରାଉତ ଙ୍କ କବିତା ଆସ ପ୍ରେମ ଦୀପ ଜାଳି ଦେବା

Sunil Chandra Nayak

Leave a Comment

error: Content is protected !!