ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଆଖି ନାହଁ କାନ ନାହଁ 

    ଆଖି ନାହଁ କାନ ନାହଁ 

ଆଖି ନାହିଁ ତାର ସବୁ ସେ ଦେଖୁଛି 
        କାନ ନାହିଁ ସବୁ ଶୁଣେ 
ସବୁ ଦେଖି ଶୁଣି ନୀରବେ ବସି ସେ    
        ଭକତ ର ମନ ଜାଣେ
ଭକତ ପାଇଁ ସେ ପିଏ ହଳାହଳ
        ଭକତ ତାକୁ ନଜାଣେ
ଆଖି ନାହିଁ ତାର…………….. ୧ 
ଭାବିଛ କି ପ୍ରଭୁ ନିଜ କଥା କେବେ 
      ସୃଷ୍ଟି ସର୍ଜନାରେ ରହି 
ସବୁତ ଦେଇଛ ଏଇ ସଂସାର କୁ 
       ନିଜକୁ ତ ଭୁଲି ଯାଇ 
ମୋ ମନ କହୁଛି ତୁମେ ଏକା ପ୍ରଭୁ 
      ଶ୍ରେଷ୍ଠ ଅଟ ଦାତା ପଣେ
ଆଖି ନାହିଁ ତାର……………. ୨ 
ମୟାକରି ତୁମେ ଆଖି ମୁଦି ଦେଲେ 
       ସାହା କେହିତ ନଥିବେ 
ଭାଙ୍ଗିବ ସବୁରୀ ମିଛ ଗର୍ବ ଦମ୍ଭ
      କେ କାହାକୁ ନଚିହ୍ନିବେ
ତୁମେ ହର୍ତ୍ତା କର୍ତ୍ତା ଦଇବ ବିଧାତା 
(ତୁମ) ମାୟାକୁ କିଏ ବା ଜାଣେ    
ଆଖି ନାହିଁ ତାର ସବୁ ସେ ଦେଖୁଛି 
        କାନ ନାହିଁ ସବୁ ଶୁଣେ ………୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

Related posts

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ରକ୍ତ ହୀନତା ନିରାକରଣ ଅଭିଯାନ ର ଶୁଭାରମ୍ଭ ,”ଆନିମିଆ ମୁକ୍ତ କଳାହାଣ୍ଡି ଆଜିର ଆହ୍ଵାନ “

Sunil Chandra Nayak

ମ,ରାମପୁର ଔଷଧ ବ୍ୟବସାୟୀ ସଂଘ ର ବୈଠକ

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ମୋ କାହାଣୀ

Sunil Chandra Nayak

Leave a Comment

error: Content is protected !!