ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର….

କଳାହାଣ୍ଡି ଜିଲ୍ଲା ଧର୍ମଗତ ଥାନା ଅନ୍ତର୍ଗତ କିର୍କାକାନି କେନାଲ ହୁଡ଼ା ନିକଟସ୍ଥ ଏକ ଗଛ ଉପରେ ପ୍ରେମୀ ଯୁଗଳଙ୍କ ମୃତଦେହ ଆଜି ଦେଖିବାକୁ ମିଳିଛି। ମୃତକ ହେଲେ ପାର୍ଥ ରାଉତ (୨୩) ଓ ନାବାଳିକା ଦୀପା ନାଏକ (୧୬) ଙ୍କର ବୋଲି ଜଣାପଡିଛି। ମୃତା ଛାତ୍ରୀ ଜଣକ ଶୋଶିଆ ହାଇସ୍କୁଲ ର ନବମ ଶ୍ରେଣୀର ଛାତ୍ରୀ ବୋଲି ତା ପାଖରୁ ମିଳିଥିବା ପରିଚୟ ପତ୍ର ରୁ ଜଣା ପଡିଛି। ଖବର ପାଇ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ୍ ଚୋପଦାର ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରଛନ୍ତି। ପ୍ରେମ ସମ୍ପର୍କକୁ ନେଇ ଉଭୟେ ଆତ୍ମହତ୍ୟା କରିଥିବା ପାରିପାର୍ଶିକ ସ୍ଥିତିରୁ ପୋଲିସ ଅନୁମାନ କରୁଛି। ତଦନ୍ତ ଚାଲିଛି ଖୁବ ଶୀଘ୍ର ସତ୍ୟ ଲୋକଲୋଚନକୁ ଆସିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଡୁମେରପଦର ବିଜେପି ମଣ୍ଡଳ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

ଶୌଚାଳୟ ବ୍ୟବହୃତ କରିବା ସହ ପଥ ପ୍ରାନ୍ତ ସେବା କରିବା ନେଇ ସାଧାରଣରେ ଦାବି

Sunil Chandra Nayak

ପରିଚୟ ଓ ଜନନାଟ୍ୟ ମଂଚର ମିଳିତ ଆନୁକୂଲ୍ୟରେ ଜଗନ ମୋହନ ଲାଲାଙ୍କ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!