ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜମିରେ ମାଟି ମାଡ଼ି ଆସି ଚାଷୀ ମୁଣ୍ଡରେ ଚଡ଼କ

ତେନ୍ତୁଳିଖୁଣ୍ଟି 26/08/22 ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ମଞ୍ଚାଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମର ଲଗାଣ ବର୍ଷାରେ ମୋ ପୋଖରୀ ହୁଡ଼ା ଭାଙ୍ଗି ମଦନ ହରିଜନଙ୍କ ୨ଏକର ଜମି, ପ୍ରଶାନ୍ତ ହରିଜନ ୧ଏକର ,ରବି ହରିଜନ ୧ ଏକର ଜମି ଉପରେ ଚିକିଟା ମାଟି ନିମ୍ନ ଗାମୀ ହୋଇ ମଦନଙ୍କ ସମେତ ଆଉ ଗ୍ରାମର ୨ଜଣଙ୍କ ଜମିରେ ଚିକିଟା ମାଟି ମାଡି ଯାଇଛି। ମୌସୁମୀ ବର୍ଷା ରେ ଧାର ଉଧାର କରି ଜମିରେ ଚାଷ କରିଥିଲେ।ଧାନ କ୍ଷେତ୍ର ସଂପୂର୍ଣ୍ଣ ସବୁଜ ବନାନୀ ରେ ପରିଣତ ହୋଇଥିଲା, ଗତ ୨ବର୍ଷ କୋରାନା ଯୋଗୁ ସାର ଅଭାବ ରେ ଜମି ରେ ଭଲ ଅମଳ ହୋଇନଥିଲା। ଭାବିଥିଲେ ଏ ବର୍ଷ ଭଲ ଅମଳ ହେଲେ ୨ବର୍ଷ ର ଚାଷ ର କିଞ୍ଚିତ୍ ମାତ୍ରାରେ ବର୍ତ୍ତିଯାଇ ପାରିବେ, ଶାନ୍ତିରେ ରେ ଘରେ ବସି ନିଶ୍ୱାସ ଟି ମାରି ପାରିବେ। ହେଲେ ବିଧିର ବିଧାନ କେ କରିବ ଆନ ସବୁ ଭାବନା ଅଲଗା ହୋଇଗଲା।ଲଗାଣ ବର୍ଷା ରେ ପ୍ରକୃତିର ତାଣ୍ଡବ ଏମିତି କରିଦେଲା ଯେ ସବୁ କ୍ଷେତ କୁ ମାଟିରେ ପୋତି ଦେଲା ଏବେ ମୁଣ୍ଡରେ ହାତ ମାରି ବସିଛି ଚାଷୀ ପରିବାର। ଚାଷୀ ମୁଣ୍ଡରେ ପଡିଛି ଚଡ଼କ, କିଭଳି ସାହୁକାରଙ୍କ ଋଣ ପରିଶୋଧ କରିବେ, କିଭଳି ୩ପରିବାର କୁଟୁମ୍ବ ପୋଷିବେ ଚିନ୍ତାରେ ପରିବାର। ତୁରନ୍ତ ରାଜସ୍ୱ ବିଭାଗୀୟ ଅଧିକାରୀ କ୍ଷେତ୍ର ପରିଦର୍ଶନ କରି କ୍ଷୟ କ୍ଷତିର ଆକଳନ କରି ସରକାରଙ୍କ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ୩ଚାଷୀ ସମେତ ଗ୍ରାମ ବାସୀ ଦାବୀ କରିଛନ୍ତି।ଏ ନେଇ ତେନ୍ତୁଳିଖୁଣ୍ଟି ତହସିଲଦାର୍ ପ୍ରଦୀପ କୁମାର କର ଙ୍କ ସହିତ ଯୋଗାଯୋଗ କରିବାରୁ ରାଜସ୍ୱ ନିରୀକ୍ଷକ ଙ୍କୁ କହିବେ କେତେ ପରିମାଣ ରେ ମାଟି ମାଢ଼ିଛି ଉଭୟ କୃଷି ବିଭାଗୀୟ ଅଧିକାରୀ ଓ ରାଜସ୍ୱ ନିରୀକ୍ଷକ ଙ୍କ ରିପୋର୍ଟ ଆସିଲେ ସାହାଯ୍ୟ ପାଇଁ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଜୁଲାଇ ୮ରେ ମୁକ୍ତିଲାଭ କରିବ “ମାୟାଦର୍ପଣ”

Sunil Chandra Nayak

ମୟୂରଭଞ୍ଜ:ବଜ୍ରାଘାତରେ ୩ମୃତ,ଜଣେ ଗୁରୁତର

Sunil Chandra Nayak

ଉତ୍ସାହ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!