ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

କେନ୍ଦ୍ରୀୟ ସ୍ବାସ୍ଥ୍ୟ ଦଳ ଥୁଆମୂଳ ରାମପୁର ଗସ୍ତ , ମା ଓ ଶିଶୁ ସ୍ବାସ୍ଥ୍ୟ ପ୍ରତି ଗୁରୁତ୍ୱାରୋପ 

କର୍ଲାପାଟ   :୨୭/୮- (ମନିସ):- ଭାରତ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ପକ୍ଷରୁ ଉପଦେଷ୍ଟା ଡକ୍ଟର ସିକଧାର୍ ଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ସିଡିଏମ୍ଓ ରଞ୍ଜନ ମିତ୍ରଙ୍କ ସହ ଅନୁଧ୍ୟାନ କାରୀ ପାହାଡ ପର୍ବତ ଘେରା ଆଦିବାସୀ ଅଧ୍ଯୁଷିତ ଥୁଆମୂଳ ରାମପୁର ଅଞ୍ଚଳକୁ ଯାଇ ସେଠାରେ ଥିବା ସ୍ବାସ୍ଥ୍ୟସେବା ପରିଚାଳନାକୁ ନେଇ ଅନୁଧ୍ୟାନ କରିଥିବା ବେଳେ ମାତୃ ମଙ୍ଗଳ ଯୋଜନା ଓ ପ୍ରସବ କକ୍ଷରେ ଥିବା ବିଭିନ୍ନ ବ୍ଯବହୃତ ଜିନିଷ ଗୁଡିକକୁ ଦେଖି ବିଶେଷ ଭାବରେ ସନ୍ତୋଷ ପ୍ରକଟ କରି ଥିଲେ। ଏହା ବ୍ଯତିତ ଗର୍ଭବତୀ ମହିଳା ମାନଙ୍କୁ କେବଳ ଡାକ୍ତରଖାନାରେ ହିଁ ପ୍ରସବ କରାଇବା ନେଇ ଦଳ ସଚେତନତା ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାସହିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ମାଁ ଗୃହକୁ ପରିଦର୍ଶନରେ ଯାଇଥିଲେ। ଏହାପରେ ଥୁଆମୂଳ ରାମପୁର ନିକଟସ୍ଥ ତେରେଙ୍ଗାସିଲ ଗ୍ରାମକୁ ଯାଇ ସେଠାରେ ଜନନୀ ଶିଶୁ ସୁରକ୍ଷା ଓ ପୁଷ୍ଟିକର ଖାଦ୍ୟ ଉପରେ ମହିଳା ମାନେ କେତେ ସଚେତନ ରହିଛନ୍ତି ତା ଉପରେ ଆକଲନ କରିଥିଲେ। ମାଁ ଓ ଶିଶୁଙ୍କ ଉପରେ ଗୁରୁତ୍ୱ ଦେଇ ମାଁ ଓ ଶିଶୁ ମୃତୁହାର କୁ ରୋକିବା ପାଇଁ ବିଶେଷ ଭାବରେ ଅଧିକ ଗୁରୁତ୍ୱ ଦେବାପାଇଁ ପରାମର୍ଶ ଦେଇଥିଲେ। ଏହାସହିତ କେନ୍ଦ୍ରୀୟ ପ୍ରତିନିଧି ଦଳ ଥୁଆମୂଳ ରାମପୁର ବ୍ଳକର ସାଇସୁରୁଣୀ ସ୍ଥିତ ସ୍ବାସ୍ଥ୍ୟ କେନ୍ଦ୍ରର ମାଁ ଗୃହ ପରିଦର୍ଶନ କରିଥିଲେ। ଥୁଆମୂଳ ରାମପୁର ବ୍ଳକରେ ଥିବା ସ୍ବାସ୍ଥ୍ୟ ସେବା ଗୁଡିକ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଗସ୍ତରେ ଯାଇଥିବା କେନ୍ଦ୍ରୀୟ ଦଳ ପକ୍ଷରୁ ଡେପୁଟି କମିଶନର (ଭାରତ ସରକାର) ଡାକ୍ତର ପଦ୍ମିନି କଶ୍ଯପ ଓ ସିନିୟର କନ୍ସଲଟାଣ୍ଟ ଡାକ୍ତର ସନ୍ତୋଷ ଓଝା ଏବଂ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଟିମ୍ ପକ୍ଷରୁ ଆଡିସନାଲ୍ ଡାଇରେକ୍ଟର ଡାକ୍ତର ପାଢ଼ୀ, ଡାକ୍ତର ସୌମ୍ଯ ମହାପାତ୍ର, କଳାହାଣ୍ଡି ଡିପିଏମ୍ ଅବନୀ ମହାପାତ୍ର, ଡି ଏମ୍ଆର୍ ସିଏଚ୍ ଭବାନୀ ସାହୁ, ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ନିତିଶ୍ ଝା, ଡାକ୍ତର ବେଦପ୍ରକାଶ ନେଗୀ, ଫାର୍ମାସିଷ୍ଟ ସୁଧାଂଶୁ ଶେଖର ପଣ୍ତା,ବିପିଏମ୍ ଦୀପକ ମାଝୀ ପ୍ରମୁଖ ଏହି ଗସ୍ତ ସମୟରେ ଉପସ୍ଥିତ ରହିଥିଲେ।

କର୍ଲାପାଟ ରୁ ରବି ନାରାୟଣ ସିଂ ଙ୍କ ସହ ବଳଭଦ୍ର ବାଗ ଙ୍କ ରିପୋର୍ଟ

 

Related posts

କୋକସରା ସ୍ୱାସ୍ଥ୍ୟକେନ୍ଦ୍ରରେ ମାନସିକ ରୋଗ ଚିହ୍ନଟ ଓ ଚିକିତ୍ସା ଶିବିର ଅନୁଷ୍ଠିତ

Sunil Chandra Nayak

ଜଳବନ୍ଦୀ ଗୁରୁମାଇ ଗୁଡା ରେ ଦମନ କାର୍ଯ୍ୟକ୍ରମ

Sunil Chandra Nayak

ଡେଙ୍ଗୁ ନିରାକରଣ ମାସ ପାଳନ ପାଇଁ ସମ୍ମନୟ ବୈଠକ

Sunil Chandra Nayak

Leave a Comment

error: Content is protected !!