ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଛାତ୍ର ଗଢିଲେ ଗଣେଶ ମୂର୍ତ୍ତି

ଡାବୁଗାଁ,୨୭/୮ – ୪ ଦିନ ବାକି ଗଣେଶ ପୂଜା | ୨ ବର୍ଷ ହେଲା କରୋନା ପାଇଁ କଟକଣା ଥିବାରୁ ବିଦ୍ୟାଳୟରେ ପୂଜା ହୋଇ ନଥିଲା | ଚଳିତ ବର୍ଷ କରୋନା କଟକଣା ନଥିବାରୁ ଏହାକୁ ପାଳନ କରିବା ପାଇଁ ଛାତ୍ରୀଛାତ୍ର ମହଲରେ ଆଗ୍ରହ ଭରି ରହିଛି | ସ୍କୁଲ ପାଇଁ କେଉଁଠୁ ମୂର୍ତ୍ତି କିଣିବେ ଓ ସାଜସଜା କିପରି ହେବ ତାହାକୁ ନେଇ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି | ସାଧାରଣତ ସ୍କୁଲରେ ମୂର୍ତ୍ତି କିଣାଯାଇ ପୂଜା କରାଯାଉଥିବା ବେଳେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବଡଓଲମା ଆଶ୍ରମ ବିଦ୍ୟାଳୟ-୧ ରେ ୪ ଜଣ ଛାତ୍ର ନିଜ ହାତରେ ଗଢି ତୋଳିଛନ୍ତି ୪ ଫୁଟର ଆକର୍ଷଣୀୟ ଗଣେଶ ମୂର୍ତ୍ତି | ୩୧ ତାରିଖ ଏହି ମୂର୍ତ୍ତି ବିଦ୍ୟାଳୟରେ ପୂଜା କରାଯିବ | ବଡଓଲମା ଆଶ୍ରମ ବିଦ୍ୟାଳୟର ୧୦ ଶ୍ରେଣୀର ଭଗବାନ ସାନ୍ତା, ସତ୍ୟ ସାନ୍ତା, କୈଳାସ ଭତ୍ରା ଓ ଦେବେନ୍ଦ୍ର ଭତ୍ରା ଗଣେଶ ପୂଜା ପାଇଁ ମୂର୍ତ୍ତି ତିଆରି କରିବାକୁ ଚିନ୍ତା କରିଥିଲେ | ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ବେହେରା ଙ୍କୁ କହିଥିଲେ | ପିଲା ମାନଙ୍କ ଆଗ୍ରହ ଦେଖି ପ୍ରଧାନ ଶିକ୍ଷକ ଅନୁମତି ଦେଇଥିଲେ | ସେମାନେ ମୂର୍ତ୍ତି ପାଇଁ କାଠ, ମାଟି ଏବଂ ବିଭିନ୍ନ ସାମଗ୍ରୀ ସଂଗ୍ରହ କରିଥିଲେ | ୧୫ ଦିନ ପୂର୍ବରୁ ମୂର୍ତ୍ତି ତିଆରି ଶେଷ ପରେ ପ୍ରଧାନ ଶିକ୍ଷକ ଙ୍କୁ ରଙ୍ଗ ଆଣି ଦେବା ପାଇଁ କହିଥିଲେ | ୩ ଦିନ ତଳେ ପ୍ରଧାନଶିକ୍ଷକ ଛାତ୍ର ମାନଙ୍କୁ ରଙ୍ଗ ଓ ତୁଳି ଯୋଗାଇ ଦେଇଥିଲେ | ମୂର୍ତ୍ତି ତିଆରି କରିବା ପାଇଁ ସେମାନଙ୍କର ମନରେ ଭରି ରହିଥିଲା ଭକ୍ତି ଭାବନା | କାରଣ ମୂର୍ତ୍ତି ତିଆରି କରିବା ଦିନଠାରୁ ସେମାନେ ଆମିଷ ନ ଖାଇ ସଂପୂର୍ଣ୍ଣ ନିଷ୍ଠାର ସହ ରହିଥିବା କହିଥିଲେ | ଆଉ ଏହି ମୂର୍ତ୍ତି ତିଆରି ଯୋଗୁଁ ସେମାନଙ୍କ ପାଠପଢାରେ କୌଣସି ବ୍ୟାହତ ଘଟି ନାହିଁ | ସ୍କୁଲ ଛୁଟିପରେ ଅପରାହ୍ନ ୪ଟାରେ ସେମାନେ ନଖେଳି ମୂର୍ତ୍ତି ତିଆରି କରିଥିଲେ | ଏହି ଛାତ୍ର ମାନଙ୍କୁ ଶିକ୍ଷକ ଭୋଜରାଜ ମାଝି ଓ ଜଗଦୀଶ ସାହୁ ସହଯୋଗ କରିବା ସହ ଉତ୍ସାହିତ କରିଥିଲେ | ଭବିଷ୍ୟତରେ ଜଣେ ଭଲ ଶିଳ୍ପୀ ହେବା ପାଇଁ ଲକ୍ଷ୍ୟ ରଖିଥିବା ଛାତ୍ରମାନେ କହିଛନ୍ତି |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ନୂଆପଡା ଘଟିପଡା ୩୫୩ ନଂମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା

ଉତ୍କଳ ସାଂସ୍କୃତିକ ପରିଷଦର ୩୨ତମ ବୋଇତ ବନ୍ଦାଣ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ବେହେରା ଗୁଡ଼ା ଗାଁରେ ପୁଣି ତଣ୍ଟିଏ ପାଣିରେ ବୁହାହେଲା ଶବ

Sunil Chandra Nayak

Leave a Comment

error: Content is protected !!