ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବ କୁମାର ଦାସ ଙ୍କ କବିତା ଯେଉଁଠି ରାତି ସରେ

ଯେଉଁଠି ରାତି ସରେ

ତୁମ ଆଖିର କଜ୍ଜଳରେ
ସଜ୍ଜ ହୋଇ
ସ୍ବପ୍ନ ମାନେ ଯେଉଁଠି ମଗ୍ନ ହୁଅନ୍ତି
ସେଇଠି
କେତେ କେତେ ଅନ୍ତଃକରଣରୁ
ଆନ୍ତରିକତାର ନିର୍ବାପିତ ସ୍ୱର ନିର୍ଗତ ହୁଏ
କେତେ କେତେ ନିଷିଦ୍ଧ, ନିଃସଙ୍ଗ ଜୀବନ 
ନିଶାପ ମାଗେ, ହିସାବ ମାଗେ
ନ୍ୟାୟର ଦେବତା ମାନଙ୍କ ଠାରୁ ll
ନ୍ୟାୟ ତ ଏଠି ନିଶ୍ଚଳ
ନାୟକର ନିୟନ୍ତ୍ରଣ ଭିତରେ
କେଉଁ ଏକ ଚାପର ନିର୍ଣ୍ଣୟ…
କେଉଁ ଏକ ନିଲାମୀ ଖବର କାଗଜ ବୋଧେ
ହଁ ଏଇ ଖବର କାଗଜ
ନୂଆ ସକାଳର କପେ ଚାହା ସହିତ
ପଢ଼ିବାର ଏକ ନିଆରା ନିଶା
ମୋଟା ଅକ୍ଷରର ହେଡ଼ ଲାଇନରେ
ସୁସଜ୍ଜିତ ଶବ୍ଦ ଝଙ୍କାର
ଦୁର୍ବୁତ୍ତ, ଦୁର୍ଘଟଣା, ଦହନ ଭିତରେ
ଦରଦୀ ମଣିଷର ଦାରୁଣ ଦୁଃଖ ହୁଏ
ହୁଏ ପୁଣି ନିଗିଡା ଲୁହ
ସେଇ ଲୁହ ଯେବେ ଗାଲକୁ ସ୍ପର୍ଶ କରେ
କେଉଁ ଏକ ଭାବନାର ଚମକ ପାଇ
ନିଦ ଭାଙ୍ଗିଯାଏ
ସ୍ବପ୍ନ ମରିଯାଏ
ବୋଧ ହୁଏ ରାତି ସରିଯାଏ….. Il

 ନବ କୁମାର ଦାସ

ସୁରଡ଼ିହା, ବାଲିଆପାଳ, ବାଲେଶ୍ୱର

Related posts

ମମତା ସାହୁ ଙ୍କ କବିତା ଆମ ସଂସ୍କୃତିରେ ଅକ୍ଷୟ ତୃତୀୟା

ତେନ୍ତୁଳିଖୁଣ୍ଟି ବ୍ଲକ ଦିଗିସଲପା ଝିଅ ଯୁକ୍ତ ଦୁଇ ବିଜ୍ଞାନ ରେ ଓଡ଼ିଶାରେ ତୃତୀୟ : ଛୁଟୁଛି ଶୁଭେଚ୍ଛା ର ସୁଅ

Sunil Chandra Nayak

ଚନ୍ଦାହାଣ୍ଡି ଧାନମଣ୍ଡି ଦୁର୍ନିତୀ ମାମଲା, ଦୁଇବର୍ଷ ପରେ ଗିରଫ ହେଲେ ପୂର୍ବତନ ଲ୍ୟାମ୍ପ ଏମଡି , ଅନ୍ୟ ୫ ଜଣଙ୍କ ନାମରେ ମାମଲା ରୁଜୁ

Sunil Chandra Nayak

Leave a Comment

error: Content is protected !!