ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ କବିତା ହେ ନୀଳାଦ୍ରି ନାଥ

ହେ ନୀଳାଦ୍ରି ନାଥ

ବିଜୟ କୁମାର ଜେନା

ତୁମରି ପରଶେ ନଦୀ ବହି ଯାଏ
       ସାଗର ମିଳନ ସୁଖ
ତୁମେ ଦୟା କଲେ ସର୍ବ ପ୍ରାଣୀଙ୍କର
     ଲାଘବ ହୁଅଇ ଦୁଃଖ।
ନିତି ପ୍ରତ୍ୟୁଷରେ ରବିଙ୍କ କିରଣ
     ଝଲସାଇ ଦିଏ ମହୀ
ତୁମ ସୃଷ୍ଟି କେଡେ ଜୀବନ୍ତ ଲାଗଇ
     ମୋ ମନ ହେଉଛି କହି।
ତୁମରି ଆଜ୍ଞାରେ ଦିନ ପରେ ରାତି
       ମାସ ବର୍ଷ ଋତୁ ଚକ୍ର
ଘୁରି ଘୁରି କାଳ ମୋର ସରି ଯାଏ
      ମୁକତି ପାଇଁକି ବ୍ୟଗ୍ର।
କେତେ ଦିନ ଆଉ ମାୟା ବନ୍ଧନରେ
      ଘାଣ୍ଟି ହେବି ଏ ସଂସାରେ
ହେ ନୀଳାଦ୍ରି ନାଥ ତୁମ କରୁଣାରୁ
     ବିନ୍ଦୁ ଏ ପଡୁ ମଥାରେ।
ଏହି ଆଶା ନେଇ ଶରଣ ପଶିଲି
     ନକର ବାରଣ ନାଥ
ପ୍ରତି ଓଡ଼ିଆର ଚେତନାରେ ତୁମେ
       ଆହେ ପ୍ରଭୁ ଜଗନ୍ନାଥ।

  ଅବସର ପ୍ରାପ୍ତ ପ୍ରାଧ୍ୟାପକ

ଶାମୁକା ସାହି ,ରଣପୁର ନୟାଗଡ଼

Related posts

ଅପର୍ତ୍ତି ସେଠୀ ଙ୍କ କବିତା ତୁ ଛଲା‌ କୁକୁର ମୁଁ ବୁଲା ମାଙ୍କଡ

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ବିରହ 

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

Leave a Comment

error: Content is protected !!