ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ବିଦ୍ୟାଧରମହାନ୍ତ ଙ୍କ କବିତା ସନ୍ଧ୍ୟା

      ସନ୍ଧ୍ୟା 

 ( ବଙ୍ଗଳାଶ୍ରୀ)
ମନୋହର ବେଶେ ଉପଗତ ହେଲା
    ପୃଥିବୀରେ ସନ୍ଧ୍ୟାରାଣୀ
ଦିବସର ଶୁଭ୍ର ପୋଷାକ ଉତ୍ତାରି
   ରାଜପଣେ ମହାମାନୀ।୧
ତରୁ କୁଞ୍ଜେକୁଞ୍ଜେ ଦିଗବଳୟରେ
    ରମ୍ୟ ମେଘମାଳେ ଧୀରେ
ସିନ୍ଦୁରାବରଣ ରଙ୍ଗ ବୋଳିଦେଇ
   ଉହ୍ଲାଇଲେ ପୃଥିବୀରେ।୨
ସ୍ୱଗୃହ ଫେରନ୍ତା ଦ୍ଵିଜ କଣ୍ଠେକଣ୍ଠେ
       ହୁଳହୁଳି ଦେଇଧରା
ଆନନ୍ଦେ ନାଚିଲେ ସ୍ରୋତସ୍ୱିନୀ ସ୍ୱରେ
   ଜଗତ କରି ମୁଖରା।୩
ମନ୍ଦିରେ ମନ୍ଦିରେ ଶଙ୍ଖ ଘଣ୍ଟା ଧ୍ଵନି
     ସ୍ୱରେ ହେଲେ ମତୁଆଲା
କୁଳ ଭୁଆଶୁଣି ସନ୍ଧ୍ୟା ଦୀପେ ସୁଖେ
       ଭୁଲି ଦିବସର ଜ୍ୱାଳା।୪
ଗୃହକୁ ଫେରନ୍ତା ଗୋମହିଷୀର କଣ୍ଠ
      ଘଣ୍ଟି ଟିଣିଟିଣି ସ୍ୱରେ
ଆସିଲେ ଧରାକୁ ରଜନୀ ସୁନ୍ଦରୀ
     କେଡେ ମଧୁରେ ମଧୁରେ।୫
ପଦ୍ମିନୀ ମୁଦିଲା ପାଖୁଡା ସନ୍ଧ୍ୟାରେ
        ହସିଲା କୁମୁଦ ରାଣୀ
ଆକାଶେ ଆନନ୍ଦ ହୋଇଲା ଚନ୍ଦ୍ରମା
      ଦ୍ବିଜେ ଉଚାରିଲେ ବାଣୀ।୬
ଦେହୁ ନିରିଗତ ହେଉଥିଲା ଘର୍ମ
    ସନ୍ଧ୍ୟା ହେଉଁ ଉପଗତ
ଆପେ ଦୂର ହେଲା ସନ୍ଧ୍ୟାର ଆଗମେ
     ଦ୍ବିପତ୍ରି ବୁଜିଲେ ପତ୍ର।୭
ପଲ୍ଲୀ ବିଳାସିନୀ କିବା ନଗ୍ରନାରୀ
      ବିଳାସିନୀ ବାମାକୁଳ
ଚିତ୍ତବିନୋଦନେ ନଗର ଭ୍ରମଣେ
      ବଜ଼ାରେ ହୋଇଲେ ଠୁଳ।୮
ଧରା ଉଦ୍ୟାନରେ ହଳଦିଆ ଫୁଲ
     ଲତାକୁଞ୍ଜେ ପତ୍ରଫୁଲ
ଆକାଶ ଉଦ୍ୟାନେ ବିକଶିତ ହେଲେ
       ଲକ୍ଷଲକ୍ଷ ତାରାଫୁଲ ।୯
ପ୍ରତାପୀ ତପନ ତାପକୁ ନିବାରି
      ଅନ୍ଧକାରକୁପେ ଡେଇଁ
ଶୟନ କରିଲେ ଛୋଟ ଶିଶୁପରି
     ନିଦରେ ନୟନ ଫେଇ।୧୦
ସନ୍ଧ୍ୟାର ଆଗମେ ଧରଣୀ ବାସୀଏ
     ଦିନକର କାମସାରି
ଖାଦ୍ୟ ପାନାହାର ଶେଷେ ନିଦ୍ରାଗଲେ
     ଦିବା ଅଭିନୟ କାରି।୧୧
ସହର ବଜାରେ କ୍ରୀଡାରତ ପିଲା 
    ସନ୍ଧ୍ୟା ଯବନିକା ପାତେ
ବାହୁଡ଼ିଲେ ଗୃହ ଆନନ୍ଦ ଉଲ୍ଲାସ
     ନିଜନିଜ ଅଉକାତେ।୧୨
ବିଧାତା ଇଛାରେ ପ୍ରଭାତ ପ୍ରଦୋଷ
     ସନ୍ଧ୍ୟା ହୋଇଥାଏ ନିତି
ଗଗତର ହିତେ ସକଳ ସର୍ଜନା
      ଏହା ହିଁ ବିଧାତା ନୀତି।୧୩

ଶ୍ରୀ ବିଦ୍ୟାଧରମହାନ୍ତ,

ତମ୍ବାହରା
ହରିଚନ୍ଦନପୁର,କେନ୍ଦୁଝର.

Related posts

ଜଣା ଅଜଣା – ଓଡ଼ିଶା ରୁ ଆଉ ଜଣେ ମଧ୍ୟ ରାଷ୍ଟ୍ରପତି ଥିଲେ – ଭି ଭି ଗିରି

Sunil Chandra Nayak

ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ପରିଚାଳନା ପାଇଁ ତାଲିମ ଶିବିର

Sunil Chandra Nayak

ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ମାହାସଭା ପ୍ରଥମ ଅଧିବେଶନ

Sunil Chandra Nayak

Leave a Comment

error: Content is protected !!