ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ମାତୃପିତୃ ସମ୍ମିଳନୀ

ନର୍ଲା (ମନିସ) ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଅଧିନସ୍ଥ ସରସ୍ଵତୀ ଶିଶୁ ମନ୍ଦିର ଶିକ୍ଷଣ ଆଧାରକ୍ରମେ ଶିକ୍ଷା ବର୍ଷ ୨୦୨୨/୨୩ ର ପ୍ରଥମ ମାତୃପିତୃ ସମ୍ମିଳନୀ ସରସ୍ଵତୀ ଶିଶୁ ମନ୍ଦିର ରୁପ୍ରାରୋଡ ଠାରେ ଅନୁଷ୍ଠିତ ହୋଇଯାଇଛି। ଶିଶୁ ବାଟିକା ରୁ ସପ୍ତମ ଶ୍ରେଣୀ ଯାଏଁ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ପିତାମାତା ଏଥିରେ ଉପସ୍ଥିତ ରହି ଶିଶୁର ଶୈକ୍ଷକ, ବ୍ୟଚାରିକ, ସଂସ୍କାର ପଦ୍ଧତି ଓ ଆଦର୍ଶ ଦିନଚର୍ଯ୍ୟା ଉପରେ ଉପସ୍ଥିତ ଗୁରୁଜୀ,ଗୁରୁମାଙ୍କ ସହ ଆଲୋଚନା କରିଥିଲେ। ସଭା ପ୍ରାରମ୍ଭରେ ମା ବୀଣାପାଣିଙ୍କ ଫଟୋ ଚିତ୍ରରେ କେସିଙ୍ଗା ସଂକୁଳ ପ୍ରମୁଖ ମୋହନ ପୁଟେଲ ଦୀପ ପ୍ରଜ୍ବଳନ ପୂର୍ବକ ଏହାର ଶୁଭାରମ୍ଭ କରିଥଲେ। ବିଦ୍ୟାଳୟ ସମ୍ପାଦକ ସଞ୍ଜିବ ଦାସ, ଯୁଗ୍ମ ସଂପାଦକ ଦିଲ୍ଲୀପ କୁମାର ପଧାନ, କୋଷାଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ନାଏକ, ସଭ୍ୟା ବାସନ୍ତୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନାଚାର୍ଯ୍ୟ ହେମନ୍ତ କୁମାର ଭୋଇ ଅତିଥି ପରିଚୟ ସହ ସମ୍ମିଳନୀର ଆଭିମୁଖ୍ୟ ଜଣାଇଥିଲେ। ଏଥିରେ ଉପସ୍ଥିତ ଅଭିଭାବକ ଓ ଅଭିଭାବିକାମାନେ ନିଜ ନିଜ ଶିଶୁଙ୍କ ପ୍ରଗତିରେ ବିଭିନ୍ନ ମତାମତ ରଖି ବିଦ୍ୟାଳୟ କାର୍ଯ୍ୟରେ ସହଯୋଗ କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ପାଇଁ ବଡପଳଶା ଜାହେରା ଗାଳରେ ପୂଜାର୍ଚ୍ଚନା

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ଅଲିଅଳି ତଅପୋଇ 

Sunil Chandra Nayak

ଆଶା କର୍ମୀଙ୍କର ଦିନିକିଆ ତାଲିମ ଶିବିର

Sunil Chandra Nayak

Leave a Comment

error: Content is protected !!