ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରପଞ୍ଚ ସଙ୍ଘ ପକ୍ଷରୁ ବ୍ଳକ ସ୍ତରୀୟ କାର୍ଯ୍ଯ କାରିଣୀ ବୈଠକ ଅନୁଷ୍ଠିତ

ଭତ୍ତା ହିତାଧିକାରୀଙ୍କୁ ସିଧାସଳଖ ଭତ୍ତା ପ୍ରଦାନ କରାଯାଉ

ଥୁଆମୂଳ ରାମପୁର:୨୮/୮- (ମନିସ):- ଥୁଆମୂଳ ରାମପୁର ବ୍ଳକ ସରପଞ୍ଚ ସଙ୍ଘ ପକ୍ଷରୁ ବ୍ଳକ ସ୍ତରୀୟ ବୈଠକ ଗୋପାଳପୁର ଗ୍ରାମପଞ୍ଚାୟତ କାର୍ଯ୍ଯାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଗୋପାଳପୁର ସରପଞ୍ଚ ଶ୍ରୀ ବେଣୁ ମାଝୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ସରପଞ୍ଚ ସଙ୍ଘର ସଭାପତି ଶ୍ରୀ ବଳଭଦ୍ର ଜାନୀ, ସମ୍ପାଦିକା ଗୀତାଞ୍ଜଳୀ ମାଝୀ, ଉପ ସଭାପତି ଶ୍ରୀ ଧନସିଂ ମାଝୀ, କୋଷାଧ୍ୟକ୍ଷ ଶ୍ରୀ ଧୃବକାନ୍ତ ମାଝୀ ଓ ଅନ୍ଯାନ୍ଯ ଗ୍ରାମପଞ୍ଚାୟତ ର ସରପଞ୍ଚ ପ୍ରମୂଖ ଉପସ୍ଥିତ ହୋଇଥିଲେ। ଥୁଆମୂଳ ରାମପୁର ବ୍ଳକ ଏକ ଦୁର୍ନୀତି ଗନ୍ତାଘର ପାଲଟି  ଯାଇଥିବା ଅଭିଯୋଗ ହୋଇ ଆସୁଛି। ସେନେଇ ସରପଞ୍ଚ ସଙ୍ଘ ପକ୍ଷରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଥୁଆମୂଳ ରାମପୁର ବ୍ଳକ ଏକ ଆଦିବାସୀ ଅଧ୍ୟୁଷିତ ପାହାଡ ପର୍ବତ ଘେରରେ ଅବସ୍ଥିତ ଦୁର୍ଗମ ଅଞ୍ଚଳରେ ଥିବା ବିଭିନ୍ନ ଗ୍ରାମପଞ୍ଚାୟତ ଏବେ ସମସ୍ୟା ଦେଇ ଗତି କରୁଅଛି। ବିଶେଷ କରି ଗରିବ ବୃଦ୍ଧ ବୃଦ୍ଧା ଦିବ୍ଯାଙ୍ଗ ମାନଙ୍କୁ ଭତ୍ତା ବ୍ଯବସ୍ଥା ରେ ବହୁତ ଅସୁବିଧା ଭୋଗୁଛନ୍ତି। ସରକାରଙ୍କ ନିୟମ ଅନୁସାରେ ସେମାନଙ୍କର ଭତ୍ତା ଟଙ୍କା ଗୁଡିକ ନିଜ ପାସ ବୁକ୍ ରେ ପ୍ରଶାସନ ପକ୍ଷରୁ ଜମା କରାଯାଉଛି। ହେଲେ ଏଥିରେ ଅଧିକାଂଶ ଭତ୍ତା ପାଇବା ହିତାଧିକାରୀ ବଞ୍ଚିତ ହେଉଛନ୍ତି। କାରଣ ଦୁର୍ଗମ ଅଞ୍ଚଳରେ ବାସବାସ କରିଥିବା ଏହି ହିତାଧିକାରୀ ସୁଦୂର ଥୁଆମୂଳ ରାମପୁର ମୂଖ୍ଯାଳୟ ଠାରେ ଥିବା ବ୍ଯାଙ୍କ କୁ ଯାଇ ପାସବୁକ୍ ଖୋଲିବା ଓ ଭତ୍ତା ପାଇବା କେତେ ଯେ କାଠିକର ପାଠ ଜଣେ ବୃଦ୍ଧ କିମ୍ବା ବୃଦ୍ଧା ହିଁ ଅନୁଭବ କରିପାରୁଛି।ଏହାଛଡା ଦିବ୍ଯାଙ୍କ ହିତାଧିକାରୀଙ୍କ କଥା ନକହିବା ଭଲ। ସେମାନଙ୍କ ଭତ୍ତା ବାବଦର ଟଙ୍କା ସିଧାସଳଖ ହିତାଧିକାରୀ ଙ୍କ ବ୍ଯାଙ୍କ ପାସ ବହିକୁ ଯିବ ସେମାନେ ବ୍ଯାଙ୍କ କୁ ଯାଇ ଉଠାଣ କରିବେ। ଅନ୍ଯ ପକ୍ଷରୁ ଦେଖିବାକୁ ମିଳୁଛି ଯେ ବ୍ଯାଙ୍କ ରେ ପାସବୁକ୍ ଖୋଲିବା ଏତେ ସହଜ ହେଉନାହିଁ। ଯାହାଫଳରେ ହିତାଧିକାରୀଙ୍କ ଦୁଃଖ ଦ୍ବିଗୁଣିତ ହେବାକୁ ବସିଲାଣି। ବ୍ଯାଙ୍କ ରେ ପାସବୁକ୍ ଖୋଲିବା ସମୟରେ ବିଭିନ୍ନ ପ୍ରକାର ପ୍ରମାଣ ଦେବାକୁ ପଡିଥାଏ। ଏହି ସବୁ କାଗଜ ପତ୍ର ଜଣେ ଜଣେ ନିରୀହ ଗରିବ ବୃଦ୍ଧ ବୃଦ୍ଧା ଓ ଦିବ୍ଯାଙ୍କ ଯୋଗାଡ କରିବା ପାଇଁ ସମ୍ଭବ ହେଉନାହିଁ । ଯଦିବା କିଛି ବୃଦ୍ଧ ବୃଦ୍ଧା ଙ୍କର ପାସବୁକ୍ ରହିଥିଲେ ମଧ୍ୟ ତାଙ୍କର ଭତ୍ତା ବାବଦର ଟଙ୍କା ପାସବୁକ୍ ନଥିବା ଭଳି ସମସ୍ୟା ରହିଛି।ଏହି ବ୍ଳକରେ ଥିବା କେତେକ ଗ୍ରାମପଞ୍ଚାୟତରେ କେହି କେହି ଭତ୍ତା ହିତାଧିକାରୀ ଙ୍କର ୩/୪ ମାସ ହେବ ସେମାନେ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହାର ମୂଖ୍ଯ କାରଣ ହିତାଧିକାରୀଙ୍କ ଭତ୍ତା ପାଇଁ ବ୍ଯାଙ୍କ ବ୍ଯବସ୍ଥାରେ ଘୋର ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଏହି ବ୍ଯାଙ୍କ ବ୍ଯବସ୍ତାରେ ଅନେକ ପ୍ରକାର ତୃଟି ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ସରପଞ୍ଚ ସଙ୍ଘ ପକ୍ଷରୁ ବିରୋଧ କରିଛନ୍ତି। ପୂର୍ବ ଭଳି ହିତାଧିକାରୀଙ୍କୁ ତାଙ୍କର ଭତ୍ତା ଗ୍ରାମପଞ୍ଚାୟତ ଠାରେ ହିଁ ହାତାହାତି ପ୍ରଦାନ କରାଯିବା ପାଇଁ ସରପଞ୍ଚ ସଙ୍ଘ ପକ୍ଷରୁ ପ୍ରଶାସନ ପାଖରେ ନିବେଦନ କରିବା ସହିତ ଅନ୍ଯାନ୍ଯ ସମସ୍ୟାର ସମାଧାନ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା କରିଥିଲେ।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବିଜୁ ଜନତା ଦଳର ୨୫ତମ ପୂର୍ତ୍ତି ପାଳନ

Sunil Chandra Nayak

ନୂତନ ପ୍ରଧାନ ଶିକ୍ଷୟତ୍ରୀ ଯୋଗଦାନକୁ ବିରୋଧ. ବିଦ୍ୟାଳୟରେ 3 ଘଣ୍ଟା ତାଲା ଠୁଙ୍କିଲେ ଗ୍ରାମବାସୀ  

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ବାରା ଆଇନ୍ ସଚେତନତା ଶିବିର

Sunil Chandra Nayak

Leave a Comment

error: Content is protected !!