ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ରଜନାଥ ବଡ଼ଜେନା ସାହିତ୍ୟ ପରିଷଦ ପକ୍ଷରୁ ୨୫ ତମ ଆଭାସୀ କବିତା ଆସର 

 ଢ଼େଙ୍କାନାଳ:ଅଦ୍ୟ ତା ୨୮/୦୮/୨୨ରିଖ ରବିବାର ଦିନ ଅପରାହ୍ନ ଚାରିଟା ସମୟ ରେ ଢ଼େଙ୍କାନାଳ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ,ବ୍ରଜନାଥ ବଡ଼ଜେନା ସାହିତ୍ୟ ପରିଷଦ ତତଫରୁ “ସ୍ମୃତି ଏକ ରୂପା ଜନ୍ହ” ଶୀର୍ଷକ ବିଷୟବସ୍ତୁରେ ୨୫ତମ ଆଭାସି କବିତା ଆସର ଅନୁଷ୍ଠିତ ହୋଇଯାଇଅଛି। କବିତା ଆସର ର ପ୍ରାରମ୍ଭିକ ପର୍ଯ୍ୟାୟରେ ରାହାସ କୁମାର ବେହେରା ସମସ୍ତ ଜ୍ୟେଷ୍ଠ କନିଷ୍ଠ, ବରିଷ୍ଠ କବି କବୀୟତ୍ରୀ ମାନଙ୍କୁ ଶୁଭେଛା ବାର୍ତ୍ତା ଦେବା ସହିତ କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ।ଅତିଥି କବି ଭାବ ରେ ଅସିତ୍ କୁମାର ପଟ୍ଟନାୟକ ଯୋଗ ଦେଇ କବି ବ୍ରଜନାଥ ବଡ଼ଜେନା ଙ୍କ ସାରସତ୍ୱ କୃତି ଉପରେ ଆଲୋକପାତ କରିଥିଲେ। ତତ୍ ସଙ୍ଗେ ସଙ୍ଗେ ପରିଷଦ ର ଏହି କାର୍ଯ୍ୟକ୍ରମ କୁ ଶତ ପ୍ରଶଂସା କରି ଥିଲେ ।ଏହି ପରିପ୍ରେକ୍ଷୀରେ ସର୍ବ ପ୍ରଥମେ ରଶ୍ମିତା ରାଉତ ମାଙ୍ଗଳିକ ସଂଗୀତ ଗାନ କରିଥିଲେ ।ପରେ ପରେ ବିନୟ କୁମାର୍ ସାମଲ ଆସର ଆରଂଭ କରିଥିବା ବେଳେ ସଭାପତି କବି ଜ୍ୟୋତି ନିରଞ୍ଜନ ସାମଲ ସଭାପତିତ୍ଵ କରିଥିଲେ।ଏହି ସରସ ସୁନ୍ଦର ସ୍ମୃତି ଆଧାରିତ ଆସର ଟି କୁ  ଶଦ୍ଦ ଭାବ ସଂଯୋଜନା ରେ ଯଥାକ୍ରମେ ରଶ୍ମିତା ରାଉତ ଓ ଦେବୀ ପ୍ରସାଦ ନାୟକ ଆପଣା ର ଶଦ୍ଦ ମାଧୁର୍ଯ୍ୟ ରେ ସଭିଙ୍କୁ ବିମୋହିତ କରି ପାରିଥିଲେ।ଉକ୍ତ ଅଭାସୀ କବିତା ଆସର ରେ ପଣ୍ଡିତ ବିପିନ ଶତପଥୀ, ଅନୀମା ପରିଡ଼ା, ଆଦିକନ୍ଦ ବିଶ୍ଵାଳ, ତୁଷାର ମିଶ୍ର,ସୁଷମା ମିଶ୍ର, ନାୟକ ଅକ୍ଷୟ ରାଜହସ୍ତୀ,ଡଃ ଗୌତମ ନାୟକ, କାଦମ୍ବରି ମହାକୁଡ, ଦେବିପ୍ରସାଦ ନାୟକ, ବୀରକିଶୋର ନାୟକ, ଲୀଳାବତି ପରିଡ଼ା, ରିନା ସେଠୀ, ପ୍ରଫେସର ରମେଶ ଚନ୍ଦ୍ର ସାହୁ, ଦୀନବନ୍ଧୁ ପୋଇ, ପ୍ରେମାନନ୍ଦ ରାଉତ, ସ୍ୱର୍ଣ୍ଣ ଲତା ରାଉତ, ଅଶୋକ କୁମାର ନାୟକ, ମଞ୍ଜୁଲତା ସାହୁ ପ୍ରମୁଖ କବି କବୀୟତ୍ରୀ ଉପସ୍ଥିତ ହୋଇ “ସ୍ମୃତି ଏକ ରୂପା ଜନ୍ହ ” ଶୀର୍ଷକ ରେ ନିଜ ନିଜ ର କବିତା ,ଗଳ୍ପ କୁ ଉପସ୍ଥାପନ କରିଥିଲେ ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା ଶାଶ୍‌ଖିଆ ପିଲା

Sunil Chandra Nayak

ଜନରଞ୍ଜନପ୍ରଧାନ ଙ୍କ କବିତା ନୂଆଖାଇ ହସୁଛି

Sunil Chandra Nayak

ବାସନ୍ତୀ ଲତା ଜେନା ଙ୍କ କବିତା କଳା ଜହ୍ନ

Sunil Chandra Nayak

Leave a Comment

error: Content is protected !!