ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରତମାତା କି ଜୟ ଧ୍ୱନି ରେ କମ୍ପିଲା ସିଲାଟି

ନବରଙ୍ଗପୁର— ବିଭିନ୍ନ ହିନ୍ଦୁ ସଙ୍ଗଠନ ମାନଙ୍କ ସଂଘବଦ୍ଧ ସମ୍ମିଳନୀ ଓ ମୋଟରସାଇକେଲ ରେଲି ରେ କମ୍ପିଲା ଉମରକୋଟ ବ୍ଲକ ର ସିଲାଟି ଗାଁ। ଧର୍ମ ଯୋଦ୍ଧା ସଂଗଠନ, ହିନ୍ଦୁ ମହାସଂଘ, ବିଶ୍ବହିନ୍ଦୁ ପରିଷଦ ର କାର୍ଯ୍ୟକର୍ତ୍ତା ମାନେ ଏକ ବିରାଟ ଶୋଭାଯାତ୍ରାରେ ଗାଁ ପରିକ୍ରମା କରିଥିଲେ। ଜୟ ଶ୍ରୀ ରାମ, ଜୟ ଭବାନୀ, ଭାରତମାତା କି ଜୟ ଧ୍ୱନି ରେ ପ୍ରକମ୍ପିତ ହେଲା ସିଲାଟି ଗାଁ। ହିନ୍ଦୁ ମହାସଂଘ ରାଷ୍ଟ୍ରିୟ ଅଧ୍ୟକ୍ଷ ଜୟନ୍ତ କୁମାର ପାତ୍ର, ଧର୍ମ ଯୋଦ୍ଧା ସଂଗଠନ ର ଓଡ଼ିଶା ସଭାପତି ସତ୍ୟ ସାମଲ , ବିଶ୍ବ ହିନ୍ଦୁ ପରିଷଦ ର ସୁନୀଲ ବେହେରା, ବାଳକୃଷ୍ଣ ପଟ୍ଟନାୟକ, ଯୁବ ହିନ୍ଦୁ ମହାସଂଘ ପ୍ରମୁଖ ଗଣେଶ ରାୟ, ସୁକେଶ ସରକାର, ବିଟୁ ବିଶ୍ବାସ, ମନୋହର ସେନା, ମିଲୁ ପଣ୍ଡା, ମୁନା ମଣ୍ଡଳ, ଧନଞ୍ଜୟ ବବାଲି, ସୁସାନ୍ତ ସରକାର, ରାଧାକାନ୍ତ ପାଢ଼ୀ, ହିତେନ୍ଦ୍ର ସିଂ ଓ ଅନ୍ୟମାନେ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ। ହିନ୍ଦୁ ମହାସଂଘ ପ୍ରମୁଖ ସମସ୍ତ ଙ୍କୁ ଭଗବତ ଗୀତା ପଢ଼ିବାକୁ ଅନୁରୋଧ କରିଥିଲେ ଏବଂ ଧର୍ମ ଯୋଦ୍ଧା ସଂଗଠନ ର ସତ୍ୟ ସାମଲ ହିନ୍ଦୁ ମାନଙ୍କୁ ସଂଗଠିତ ରହିବା ପାଇଁ କହିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ୍।

Related posts

ୱାରାଂଚିତି ପ୍ରବର୍ତ୍ତକ ଗୁରୁ ଲାକୋ ବୋଦ୍ରାଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ଆନନ୍ଦପୁର – ସଂସ୍କୃତି ବିନା ସଭ୍ୟତା ବଞ୍ଚିବା ଅସମ୍ଭବ

Sunil Chandra Nayak

ବାଲେଶ୍ବର – ଉତ୍କଳମଣି ବରିଷ୍ଟ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ ଅନୁଷ୍ଠିତ

Leave a Comment

error: Content is protected !!