ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନାଗରିକ ବିକାଶ ସଂଗଠନ କଳାହାଣ୍ଡି  ର ଦୁଇ ଦିନିଆ ପ୍ରସ୍ତାବିତ ଟ୍ରେନିଙ୍ଗ କୁ ବୈଠକ

ଗୋଳାମୁଣ୍ଡା/ତା୨୯/୮/ମସିହା/ କୋରୋନା ସମୟରେ ସ୍କୁଲ୍ ବନ୍ଦ ରହିଥିଲା ବେଳେ ନାଗରିକ ବିକାଶ ସଂଗଠନ କଳାହାଣ୍ଡି ପକ୍ଷରୁ ମୋ ଚାଠ ଶାଲି ମାଧ୍ୟମ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଭୋଲେଣ୍ଟିୟର୍ ଭାଇ ଭଉଣୀ ମାନେ ଶିକ୍ଷା ପ୍ରଦାନ କରିଥିଲେ। ସେମାନଙ୍କୁ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚହକା ପଞ୍ଚାୟତରେ ଭୋଲେଣ୍ଟିୟର୍ ପ୍ରମାଣ ପତ୍ର ପ୍ରଦାନ କରାଯିବା ପାଇଁ ଦୁଇ ଦିନର ଟ୍ରେନିଂ ପ୍ରଦାନ କରାଯିବ ବୋଳି ନାଗରିକ ବିକାଶ ସଂଗଠନ ପକ୍ଷରୁ ଉପସ୍ଥିତ ରହି ଥିବା ବକ୍ତା ମାନେ ଉପସ୍ଥାପନ କରିଥିଲେ। ସେଥିରେ ଓଡିଶା ଶ୍ରମଜୀବି ମଞ୍ଚ ଓ ମହିଳା ଶ୍ରମଜୀବି ବିକାଶ ମଞ୍ଚର ଆହ୍ବାନ କ୍ରମେ ଶ୍ରୀଯୁକ୍ତ ବାଳକୃଷ୍ଣ ପଟନାୟକ ଭାଇ ଭୋଲେଣ୍ଟିୟର୍ ଶିବିର ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରି ଗୁଟ ସାଲିର ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ। ଓ କଳାହାଣ୍ଡି ନାଗରିକ ବିକାଶ ସଂଗଠନର ବ୍ଲକ ସ୍ତରୀୟ କାର୍ଯ୍ୟ କର୍ତ୍ତା ଶ୍ରୀଯୁକ୍ତ ଗୈରବ ସୁନାନୀ ଭୋଲେଣ୍ଟିୟର୍ ଶିବିର ଗୋଲାମୁଣ୍ଡା ବ୍ଲକ ସଂଗଠନ କାର୍ଯ୍ୟ କର୍ତ୍ତା ଶ୍ରୀଯୁକ୍ତ ଝଜକେତନ ହରିଜନ,ଅକ୍ଷୟ କୁମାର, ପବିତ୍ର ବିଶ୍ରା,କୋକସରା ବ୍ଲକ କାର୍ଯ୍ୟ କର୍ତ୍ତା ଉପେନ୍ଦ୍ର ସୁନାନୀ, ଆତ୍ମଶକ୍ତି ଟ୍ରସ୍ କାର୍ଯ୍ୟ କର୍ତ୍ତା ଶ୍ରୀଯୁକ୍ତ ଗୋତ୍ତମ ଭୋଇ ଙ୍କ ସହିତ ଚାଟସାଲି ସେଣ୍ଟର ର ତିରିଶି ଜଣ ଭୋଲେଣ୍ଟିୟର୍ ପ୍ରମୁଖ ଉପସ୍ଥିତ ରହି ଭୋଲେଣ୍ଟିୟର୍ ଶିବିର ଆୟୋଜନ କରାଯାଇଥିଲା ,ମାଁ ମାଣିକେଶ୍ୱରୀ ଓ କଳାହାଣ୍ଡି ଜିଲ୍ଲାର ଜନ ସାଧାରଣ ଲୋକଙ୍କ ଆଶିର୍ବାଦ ହେଲେ ଆହୁରି ଅନେକ ସ୍ଥାନରେ ପ୍ରବେଶ କରିବାରେ ସୁଯୋଗ ମିଲି ପାରିବ ବୋଲି ଆଜିକାର ସଭାରେ ଉପସ୍ଥାପନ କରିଥିଲେ, ଏହି ଅବସରେ ଅଞ୍ଚଳର ବିଶିଷ୍ଟ ସମାଜ ସେବୀ ଶଙ୍କର ଖୁରା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ପୂର୍ଣ ସହଯୋଗ କରିଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ,ନିର୍ଭୟ, ନିରପେକ୍ଷ, ପ୍ରଗତିଶୀଳ ମସିହା,

Related posts

ଚନ୍ଦ୍ରକଳା ଦେବୀ ଙ୍କ କବିତା ବୋଲ ବମ

Sunil Chandra Nayak

କାଶ୍ମୀରୀ ହିନ୍ଦୁଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଚିନ୍ତାଶୀଳ ହେବା ଉଚିତ – କୁସୁମ..

Sunil Chandra Nayak

ଉଦ୍ୟୋଗ ବିକାଶ ଶିବିର ଉଦଯାପିତ

Leave a Comment

error: Content is protected !!