ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ସରକାରୀ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ (ଇ.ଟି.ଇ.ଆଇ)ରେ ଜାତୀୟ କ୍ରୀଡା ଦିବସ

ଧର୍ମଗଡ଼ ଅଧିନସ୍ଥ ସରକାରୀ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ (ଇ.ଟି.ଇ.ଆଇ) ରେ ଆଡ଼ମ୍ବର ର ସହିତ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଉକ୍ତ ସଭାରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାମ ଚନ୍ଦ୍ର ବାଗ ସଭାପତିତ୍ୱ କରି ଦୈନନ୍ଦିନ ଜୀବନରେ କ୍ରୀଡ଼ାର ମହତ୍ତ୍ୱ ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ । ଏହା ସହିତ ଅନୁଷ୍ଠାନର ଅନ୍ୟ ଶିକ୍ଷକ ପ୍ରଶିକ୍ଷକ ଶ୍ରୀଯୁକ୍ତ ଜୟନ୍ତ କୁମାର ମୁଣ୍ଡ, ଆଦିତ୍ୟ ନାରାୟଣ ପାତ୍ର, ସୁଧାଂଶୁ ଶେଖର ପଣ୍ଡା, ଅଭିଜିତ ମହାନ୍ତି ଓ ପ୍ରଶିକ୍ଷିକା ଶ୍ରୀମତୀ ଅଞ୍ଜୁଶ୍ରୀ ମିଶ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମର ମାହୋଲ କୁ ବହୁଗୁଣିତ କରିଥିଲେ । ଅନୁଷ୍ଠାନର ଶାରୀରିକ ପ୍ରଶିକ୍ଷକ ଶ୍ରୀଯୁକ୍ତ ଅଭିଜିତ ମହାନ୍ତିଙ୍କ ତତ୍ତ୍ଵାବଧାନରେ ଗୁରୁଛାତ୍ର ଓ ଗୁରୁଛାତ୍ରୀଙ୍କ ଦ୍ଵାରା ପିରାମିଡ, ଯୋଗାସନ, ସୂର୍ଯ୍ୟନମସ୍କାର ପ୍ରଦର୍ଶନ ହୋଇଥିଲା । ଅପରାହ୍ନ ସମୟରେ ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟାପକ ଏବଂ ଧର୍ମଗଡ଼ ଇ.ଟି.ଇ.ଆଇ ଓ କଳାହାଣ୍ଡି ଡାଏଟ୍ ର ଶିକ୍ଷକ ପ୍ରଶିକ୍ଷକ ମାନଙ୍କ ମିଳିତ ଭାବରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଉଭୟ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଦ୍ୱାରା ମ୍ୟାଚ୍ ଶୁଭାରମ୍ଭ ହୋଇଥିବା ବେଳେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀଯୁକ୍ତ ଚିନ୍ମୟ ନାଏକ ଯୋଗଦାନ କରିବା ସହିତ ଖେଳାଳୀ ରୂପେ କାର୍ଯ୍ୟକ୍ରମରେ ସମ୍ପୃକ୍ତ ହୋଇଥିଲେ । ପ୍ରଥମେ ପଞ୍ଚାୟତ ମହାବିଦ୍ୟାଳୟ ଦଳ ବ୍ୟାଟିଙ୍ଗ୍ କରି ୮ ଓଭର ମଧ୍ୟରେ ୬ ୱିକେଟ ହରାଇ ୧୦୬ ରନ୍ ସଂଗ୍ରହ କରିଥିଲେ । ପଞ୍ଚାୟତ ମହାବିଦ୍ୟାଳୟ ପକ୍ଷରୁ ମାନସ ରଞ୍ଜନ ନାୟକ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ । ପରେ ଧର୍ମଗଡ଼ ଇ.ଟି.ଇ.ଆଇ ତରଫରୁ ଈଶ୍ୱର ଚନ୍ଦ୍ର ବେହେରା ଓ ଅଭିଜିତ ମହାନ୍ତି ଓପନର ବ୍ୟାଟିଙ୍ଗ୍ କରିଥିଲେ । ଧର୍ମଗଡ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ତରଫରୁ ମନୋଜ ବେଶ୍ରା, ସୁଧାଂଶୁ ପଣ୍ଡା, ଅଭିଜିତ ମହାନ୍ତି, ସୁଦୀପ ବୈଠାରୁ ଭଲ ବେଟିଙ୍ଗ କରିଥିଲେ ! ଯାହାଫଳ ରେ ମାତ୍ର ୪ ୱିକେଟ୍ ହରାଇ ଇ.ଟି.ଇ.ଆଇ, ଧର୍ମଗଡ଼ ୭ ଓଭର ୨ ବଲ୍ ରେ ବିଜୟ ହାସଲ କରିଥିଲା ।ପରିଶେଷ ରେ ପଂଚାୟତ କଲେଜ ର ଅଧ୍ୟକ୍ଷ ଙ୍କ ଦ୍ଵାରା ଚାମ୍ପିୟନ ଦଳ କୁ ଏବଂ ଇ. ଟି. ଇ. ଆଇ ର ଅଧ୍ୟଷ୍ ଦ୍ଵାରା ରନସଅପ ଦଳ କୁ ପୁରଷ୍କାର ବିତରଣ କରାଯାଇଥିଲା ! “ଆସ ଖେଳି ସୁସ୍ଥ ରହିବାର” ବାର୍ତା ଦିଆଯାଇଥିଲା !

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସାଲେବିଡି ଠାରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ଶ୍ରୀନିବାସ ପଣ୍ଡା ଙ୍କ କବିତା ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ

Sunil Chandra Nayak

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଆଶାର କୌମୁଦୀ

Sunil Chandra Nayak

Leave a Comment

error: Content is protected !!