ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାତୀୟ କ୍ରୀଡା ଦିବସ ରେ ୫0 ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ପୁରସ୍କୃତ

 ନବରଙ୍ଗପୁର -: ଆଦିବାସୀ ଅଧୁଷିତ ନବରଙ୍ଗପୁର ଜ଼ିଲ୍ଲା ର ଝରୀଗାଁ ପଞ୍ଚାୟତ ସମିତି ଅନ୍ତର୍ଗତ ଧୋଡ୍ରା ସ୍ଥିତ ସହୀଦ ଲକ୍ଷଣ ନାୟକ ଉଚ୍ଚ ବିଦ୍ୟାଳୟ ରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି l ଏହି ଦିବସ ରେ ଆୟୋଜିତ କ୍ରୀଡା କାର୍ଯ୍ୟକ୍ରମ ରେ ଦୁଇଶହ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥବା ବେଳେ, ବିଭିନ୍ନ ବିଭାଗ ରେ ଉତ୍ତମ ପ୍ରଦର୍ଶନ ପାଇଁ ୫0ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଙ୍କୁ ଜ଼ିଲ୍ଲା ମହିଳା କ୍ରୀଡା ସଂଯୋଜକ ଇଞ୍ଜିନିଅର ଚନ୍ଦନା ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କୃତ କରିବା ସହ ଛାତ୍ର ଛାତ୍ରୀ ମାନେ କ୍ରୀଡା କୁ ନେଇ ମଧ୍ୟ ନିଜର କେରିୟର ଗଠନ କରିପାରିବେ ବୋଲି କହିବା ସହ ଏହି ଅଞ୍ଚଳ ର କ୍ରୀଡ଼ାବିତ ମାନେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଉତ୍ତମ ପ୍ରଦର୍ଶନ କରି ଆମ ଅଞ୍ଚଳ ର ନା ଗୌରବାନ୍ୱିତ କରିଛନ୍ତି ବୋଲି ନିଜ ଅଭିଭାଷଣ ରେ କହିଥିଲେ l ଶିକ୍ଷକ ବଂଶୀଧର ଭୂୟାଁ ଙ୍କ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ କୁ ଶିକ୍ଷକ କେଦାରେଶ୍ୱର ପଟନାୟକ ପରିଚାଳନା କରିଥିବା ବେଳେ, କ୍ରୀଡା ଶିକ୍ଷକ କିଶୋର ଚନ୍ଦ୍ର ତ୍ରିପାଠୀ, ରାମ ନାରାୟଣ ମହାପାତ୍ର, ଶେଖର ସାବତ, ପ୍ରମୋଦ କୁମାର ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ୍।

Related posts

ଆନନ୍ଦପୁର – ବିବାହିତା ମହିଳା ଓ ତାଙ୍କ ପୁରୁଷ ବନ୍ଧୁ ବିଷ ପାନକରି ଗୁରୁତର ଅବସ୍ତାରେ ନଦୀ ପଠାରୁ ଉଦ୍ଧାର କଲା ପୋଲିସ୍

Sunil Chandra Nayak

ଶୁଭଦର୍ଶିନୀ ସଂଯୁକ୍ତା ସାହୁ ଙ୍କ କବିତା ଉଜ୍ଜଳ ଅନ୍ଧାର

Sunil Chandra Nayak

ଟେଲିଭିଜନ ଖବର…. ମେ ୩୦ ରୁ ଜୀ ସାର୍ଥକରେ ଆସୁଛି ଏକ ଭିନ୍ନ ଧରଣର ରିୟାଲିଟି ଶୋ   

Leave a Comment

error: Content is protected !!