ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତାଙ୍କ ପରଲୋକ

ଚନ୍ଦାହାଣ୍ଡି (ମ ନି ସ) ମୋଟର ସାଇକେଲ ଦୁର୍ଘଟଣା ରେ ଚନ୍ଦାହାଣ୍ଡି ବ୍ଲକ ର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କାର୍ତ୍ତିକ ଚନ୍ଦ୍ର ବାଘ ଙ୍କ ପରଲୋକ ହୋଇଥିବା ଜଣାପଡିଛି । ସୂଚନା ରୁ ପ୍ରକାଶ କାର୍ତ୍ତିକ ଚନ୍ଦ୍ର ବାଘ ଆଜି ସକାଳେ ନିଜ ମଟର ସାଇକେଲ ଯୋଗେ ଚନ୍ଦାହାଣ୍ଡି ରୁ ଫେରୁ ଥିବା ବେଳେ ଚନ୍ଦାହାଣ୍ଡି କେନାଲ ନିକଟରେ ଏକ ବାଇକ ସହ ଧକ୍କା ହେବାରୁ ସେ ପଡିଯାଇ ଗୁରୁତର ଆହତ ହୋଇ ଚେତାଶୂନ୍ୟ ହୋଇ ପଡିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚନ୍ଦାହାଣ୍ଡି ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ତାଙ୍କ ସ୍ବାସ୍ଥ୍ୟ ବସ୍ଥା ଗୁରୁତର ହେବା ସହ କାନ ପଟୁ ରକ୍ତ ଶ୍ରାବ ବନ୍ଦ ହେଉନଥିବାରୁ ଡାକ୍ତର ମନିଷ ପୁରୋହିତ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ଏସ ଏ ନ ଏଲ ମେଡିକାଲ କଲେଜ କୁ ସ୍ଥାନାନ୍ତର କରିଥିଲେ । ତେବେ କୋରାପୁଟ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ସ୍ଵର୍ଗତ କାର୍ତ୍ତିକ ବାଘ ଚନ୍ଦାହାଣ୍ଡି ବ୍ଲକ୍ ର ପ୍ରଥମ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇ ଥିବା ବେଳେ ସ୍ବର୍ଗତ ଯାଦବ ମାଝୀ ଙ୍କ ନେତୃତ୍ୱ ପ୍ରତି ଆକୃଷ୍ଟ ହୋଇ ରାଜନୀତି ରେ ପ୍ରବେଶ କରିଥିଲେ । ତାଙ୍କ ବିୟୋଗ ରେ ଚନ୍ଦା ହାଣ୍ଡି ବ୍ଲକ୍ ସମେତ ନବରଙ୍ଗପୁର , ନୂଆପଡ଼ା,କଳାହାଣ୍ଡି ର ବିଭିନ୍ନ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି।ତାଙ୍କ ବିୟୋଗରେ ସାଂସଦ ରମେଶ ମାଝୀ, ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଓ ପ୍ରଦୀପ ମାଝୀ, ବିଧାୟକ ପ୍ରକାଶ ମାଝୀ, କ୍ଷେମରାଜ ବାଘ, ଗୋବିନ୍ଦ ଜୈନ, ପ୍ରମୋଦ ପାଢ଼ୀ , କିଶୋର ଖମାରୀ, ପୁରୁଷୋତ୍ତମ ପାରି, ହୁମେଶ୍ୱର ହଂସ, ଭୋଡେବ ବାଘ, ଦୂତୀବାହନ ଖମାରୀ, ବିଜୟ ଶୋରି, ପ୍ରେମଚାନ୍ଦ ସିଂ ଧୁରୁଆ, ଦିଲୀପ ଦାସ, ମହମ୍ମଦ ହୁସେନ,ମକୁନ୍ଦ ବେଶ୍ରା, ସଂଗ୍ରାମ ସାହୁ, ବିଶିକେଶନ ପାଢ଼ୀ, ନଳିନୀ ଦାସ, ତ୍ରିପତି ଦଳେଇ, ପ୍ରମୁଖ ଶୋକପ୍ରକାଶ କରିଛନ୍ତି l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ମହା ବିଷୁବ ସଂକ୍ରାନ୍ତି

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ସୁଧାମୟୀ ସନ୍ଧ୍ୟା

Sunil Chandra Nayak

Leave a Comment

error: Content is protected !!