ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଅଂହିସା ରଥ କୁ ସ୍ୱାଗତ ଓ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ତେନ୍ତୁଳିଖୁଣ୍ଟି ୩୦/୦୮/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ଅଂହିସା ରଥ 8 ସେପ୍ଟେମ୍ବର ଅପରାହ୍ନ 12 ଟା ରେ ଦିଗି ଗ୍ରାମରେ ପହଞ୍ଚିବ। ଉକ୍ତ ଦିନ ତମାମ ଉକ୍ତ ରଥ କୁ କେଉଁଠି ସ୍ୱାଗତ କରାଯିବ,?ରଥ କେଉଁ କେଉଁ ସ୍ଥାନକୁ ଯିବ ? କେଉଁ ସ୍ଥାନରେ କଣ କଣ କାର୍ଯ୍ୟକ୍ରମ କରାଯିବ ଆଦି ବିଷୟରେ ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ଙ୍କ ଅଧ୍ୟକ୍ଷତାରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ଦିଗି ଠାରେ ଅଂହିସା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ବ୍ଲକ ପ୍ରଶାସନ ଓ ବିଦ୍ୟାଳୟ ଗଣ ଶିକ୍ଷା ବିଭାଗର ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା କରାଯିବ। ଏଠାରେ ସାରେ ଜଂ ହା ସେ ଅଛା ହିନ୍ଦୁସ୍ତାନ ଥିମ ସଙ୍ଗୀତ ରେ ସ୍ୱାଗତ କରାଯିବ।ତତ୍ପରେ ଉଦୟ ପୁର ଠାରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଖାତିଗୁଡା ଅଭିମୁଖେ ରଥ ଯାଇ ଜବହର ନବୋଦୟ ବିଦ୍ୟାଳୟ,ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର,ଇଣ୍ଡସ ପବ୍ଲିକ ସ୍କୁଲ ,ସରସ୍ୱତୀ ଶିଶୁମନ୍ଦିରଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଥିମ ସଙ୍ଗୀତ ବନ୍ଦେ ମା ତ ର୍ରମସଙ୍ଗୀତ ରେ ସ୍ୱାଗତ କରିବେ। ଏହି କାର୍ଯ୍ୟକ୍ରମ ପାଇଁ ଛାତ୍ର ଛାତ୍ରୀ ଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯିବ। ଦେଶାତ୍ମବୋଧକ ନୃତ୍ୟ ପରିବେଷିତ ହେବ। ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀ ପରିବାର ସଦସ୍ୟ ଙ୍କୁ ସମ୍ବର୍ଦ୍ଧିତ କରାଯିବ। ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯିବ।ଦୁଇଟା ବେଳେ ଖାତିଗୁଡା ମୁଖ୍ୟରାସ୍ତା ପାର୍ଶ୍ଵ ଅତିଥି ଭବନ ନିକଟରେ ଏହି କାର୍ଯ୍ୟକ୍ରମ କରାଯିବ। ଏଠାକାର କାର୍ଯ୍ୟକ୍ରମ ଶେଷରେ ଅଂହିସା ରଥ ତେନ୍ତୁଳିଖୁଣ୍ଟି ଯାଇ ଶହୀଦ ଲକ୍ଷ୍ମଣ ନାୟକ ଙ୍କ ପ୍ରତମୁର୍ତି ନିକଟରେ ଶ୍ରଦ୍ଧାଞ୍ଜଳି ଦେବା ସହ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ରେ ସମ୍ବର୍ଦ୍ଧନା ଦିଆଯିବ। ତେନ୍ତୁଳିଖୁଣ୍ଟି ରୁ ତେନ୍ତୁଳି ଗଛ ଛକ ଠାରେ ପୂଜାରିଗୁଡା, କୁଜା ଜାନୀ ଗୁଡା ଓ ଦିବ୍ୟହୃଦୟ ଛାତ୍ର ଛାତ୍ରୀ ଅଂହିସା ରଥକୁ ସ୍ୱାଗତ କରିବେ। ଏଭଳି ଭାବରେ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ବାହାରିଥିବା ଅଂହିସା ରଥ କୁ ତେନ୍ତୁଳିଖୁଣ୍ଟି ବ୍ଲକ ର ବିଭିନ୍ନ ସ୍ଥାନରେ ସ୍ୱାଗତ କରିବାକୁ ନେଇ ପ୍ରସ୍ତୁତି ବୈଠକ ହୋଇଥିଲା। ବିଭିନ୍ନ ସ୍ଥାନର କାର୍ଯ୍ୟକ୍ରମ ପାଇଁ ଦାୟିତ୍ୱ ମଧ୍ୟ ବଣ୍ଟନ କରାଯାଇଥିଲା। ତହସିଲଦାର ପ୍ରଦୀପ କର ,ଆଇ ଆଇ ସି ଉମେଶ ଚନ୍ଦ୍ର ନାୟକ,ଡବ୍ଲୁ ଇ ଓ ଜଗମୋହନ ମାଝୀ, ବିପଣି ନିରୀକ୍ଷକ ରୋହିତ ମାଝୀ, ଏ ବି ଇ ଓ ମୋହନ ମଧୁ ସୁଦନ ବାଘ , ଏ ବି ଡି ଓ ସମେତ ପଶୁ ସଂପଦ ବିଭାଗ ଡାକ୍ତର,ଖବରଦାତା ସାମିଲ ଥିଲେ। କାର୍ଯ୍ୟକ୍ରମ କୁ ବି ଏସ ଏସ ଇ ରବିନ୍ଦ୍ର ସାହୁ ପରିଚାଳନା କରିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଆଇ ସହିତ ଗାଧୋଇବାକୁ ଯାଇଥିବାବେଳେ ପୋଖରୀରେ ବୁଡ଼ି ନାବାଳକର ମ୍ରୁତ୍ୟୁ

Sunil Chandra Nayak

ଫୁଲବାଣୀ ସେବିକା ମହା ବିଦ୍ୟାଳୟ ଠାରେ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!