ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡ.ପ୍ରଶାନ୍ତ କୁମାର ଶତପଥୀ ଙ୍କ କବିତା ମଙ୍ଗଳ ଦାୟକ ପ୍ରଭୁ ଗଜାନନ

ମଙ୍ଗଳ ଦାୟକ ପ୍ରଭୁ ଗଜାନନ

ମଙ୍ଗଳ ଦାୟକ ପ୍ରଭୁ ଗଜାନନ
ବିଦ୍ୟା ବୁଦ୍ଧିରେ ପଣ୍ଡିତ, 
ଜ୍ଞାନଦାତା ପ୍ରଭୁ ହେ ଗଣାଧିପତି 
ସୁର ନରଙ୍କ ବନ୍ଦିତ l
ଏକଦନ୍ତ ପ୍ରଭୁ ହେରମ୍ବ ବିଘ୍ନେଶ 
ବିନାୟକ ଗଣପତି, 
ଗିରିଜାନନ୍ଦନ ମହେଶଙ୍କ ପ୍ରିୟ  
ଗଣେଶ୍ୱର ବିଦ୍ୟାପତି l
ପୁରାଣ ଶାସ୍ତ୍ରର ଆରମ୍ଭରେ ନାମ 
ବିଦ୍ୟା ଆରମ୍ଭରେ ପୁଣି, 
ବିଦ୍ୟାଦାତାଙ୍କର ନାମ ସୁମରିଲେ 
ଜଗତକୁ ଯିବା ଜିଣି l
ବଟରେ ଗଣେଶ କାଞ୍ଚିରେ ଗଣେଶ 
କାମଦ ଗଣେଶ ନାମ, 
ଚାରଗଣେଶ ପ୍ରଭୁ ନୃତ୍ୟଗଣେଶ 
ଧନ୍ୟ ସେହି ପୁରୀ ଧାମ l 
ଦେଖି କଟେ ପାପ ସେ ଅପୂର୍ବ ରୂପ 
ଶ୍ରୀକ୍ଷେତ୍ରରେ ହାତୀବେଶ, 
ଗଣପତି ଭଟ୍ଟ ଦର୍ଶନ କରିଲେ 
ରହିଛି ପ୍ରଭୁଙ୍କ ଯଶ l 
ଅଜ୍ଞାନ ଅନ୍ଧାର ଦୂରକର ପ୍ରଭୁ 
ବିଦ୍ୟା ବୁଦ୍ଧି ଦେଇ ଭରି, 
ବିଘ୍ନବିନାୟକ ସିଦ୍ଧି ପ୍ରଦାୟକ 
ବିଦ୍ୟାର୍ଥୀ ମାନଙ୍କ ଶିରୀ l
ସିଦ୍ଧିଦାତା ପ୍ରଭୁ ଗଣପତି ବାପା 
ଅଗ୍ର ପୂଜ୍ଯ ବିନାୟକ, 
ମୂଷିକବାହନ ପ୍ରଭୁ ଗଣାଧିପ 
ସୁଖଶାନ୍ତି ପ୍ରଦାୟକ l
ଆହେ ସିଦ୍ଧିଦାତା ପ୍ରଭୁ ବିଦ୍ୟାଦାତା 
ସକଳ ଭାଗ୍ୟ ବିଧାତା, 
କୃପା କଟାକ୍ଷରେ ଚାହିଁଥାଅ ପ୍ରଭୁ 
ବୁଦ୍ଧିଦାତା ନିଧିଦାତା l

ଡ.ପ୍ରଶାନ୍ତ କୁମାର ଶତପଥୀ 

ଛତ୍ରପୁର, ଗଞ୍ଜାମ

Related posts

ଖାଉଟି ଅଧିକାର ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିିଶେଷଜ୍ଞ ଡ଼ାକ୍ତର ନିଯୁକ୍ତି ଦାବୀ

Sunil Chandra Nayak

ଆମ୍ ଆଦମୀ ପାର୍ଟି ବେରୋଜଗାର ଯୁବକ ଯୁବତୀ ଙ୍କୁ ଭତ୍ତା ର ସୁନେଲୀ ସପ୍ନ ଦେଖାଇଲା ?

Sunil Chandra Nayak

Leave a Comment

error: Content is protected !!