ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ଗଣେଶ ଚତୁର୍ଥୀରେ ପ୍ରାଚୀର ପତ୍ରିକା ଉନ୍ମୋଚିତ

ନର୍ଲା:(ମନିସ) ନର୍ଲା ବ୍ଳକ ଅନ୍ତର୍ଗତ ରୁପ୍ରାରୋଡ ସରସ୍ଵତୀ ଶିଶୁ ମନ୍ଦିର ଠାରେ ବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ପ୍ରାଚୀର ପତ୍ରିକା ଜାହ୍ନବୀ ଉନ୍ମୋଚିତ ହୋଇଯାଇଛି। ଶିଶୁମାନଙ୍କ ଦ୍ଵାରା ସମ୍ପାଦିତ ଏହି ପତ୍ରିକାଟିକୁ ଭୀମକେଲା ଓ କର୍ମେ ଗ୍ରାମ ପଞ୍ଚାୟତର ଗ୍ରାମ ରୋଜଗାର ସେବକ କର୍ଣ୍ଣ ମହାନନ୍ଦ ଅତିଥି ଭାବେ ଯୋଗଦେଇ ଉନ୍ମୋଚିତ କରିଥିଲେ। ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ଲିଖିତ ବିଭିନ୍ନ ଗଳ୍ପ, କବିତା, ହସକଥା, ଜଣାଅଜଣା, ବୋଧକଥା, ଶିଶୁଙ୍କ ତୂଳିରେ ଚିତ୍ର ଆଦି ସ୍ଥାନ ପାଇଛି। ଶିଶୁ ସମ୍ପାଦକ ରୂପେ ତେଜସ୍ବିନୀ ସୋନୀ ଓ ଇନ୍ଦିରା ପ୍ରିୟଦର୍ଶିନୀ ସାହୁ ଦାୟିତ୍ଵ ନିର୍ବାହ କରିଥିବା ବେଳେ ପ୍ରଚ୍ଛଦଶିଳ୍ପୀରେ ଜିତେନ୍ଦ୍ର ଗଉଡ ରହିଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଘନଶ୍ୟାମ ଭୋଇ ଓ ସଂପାଦକ ସଞ୍ଜିବ ଦାସ ଉପସ୍ଥିତ ରହି ଶିଶୁ ଲେଖକଙ୍କ ଲେଖାକୁ ପ୍ରଶଂସା କରି ଜାହ୍ନବୀର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି। ବିଦ୍ୟାଳୟ ପକ୍ଷରୁ ପ୍ରତିବର୍ଷ ସରସ୍ଵତୀ ପୂଜା ଓ ଗଣେଶ ଚତୁର୍ଥୀରେ ପ୍ରାଚୀର ପତ୍ରିକା ଜାହ୍ନବୀ ପ୍ରକାଶିତ ହେଉଥିବା ପ୍ରଧାନାଚାର୍ଯ୍ୟ ହେମନ୍ତ କୁମାର ଭୋଇ ପ୍ରକାଶ କରିଛନ୍ତି।

ପ୍ରଦୀପ କୁମାର ଗଉଡ ମସୀହା ପ୍ରତିନିଧି

Related posts

ବ୍ଲକ ଶିକ୍ଷା ଅଧିକାରୀ ଙ୍କ ପ୍ରତିଶୃତି ପରେ ଆନ୍ଦୋଳନ ରୁ ଉଠିଲେ କୋଷାଗୁମୁଡ଼ା ଆଦର୍ଶ ବିଦ୍ୟାଳୟ ର ଛାତ୍ର ଛାତ୍ରୀ

Sunil Chandra Nayak

ନିଳମାଧବ ଆଦିବାସୀ ଶବର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ମୋହିତ ସ୍ବପ୍ନର ମାୟା

Leave a Comment

error: Content is protected !!