ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲା ବଳଭଦ୍ରେଶ୍ୱରଙ୍କ ଠାରେ ନବାନ୍ନ ଲାଗି ଶୁଭ ଲଗ୍ନ , ନର୍ଲା ଚଳଚଞ୍ଚଳ

ନର୍ଲା (ମନିସ) ନର୍ଲାସ୍ଥିତ ବଳଭଦ୍ରେଶ୍ୱର ମହାଦେବ ପୀଠରେ ନବାନ୍ନ ଲାଗି ଶୁଭ ଲଗ୍ନ ନିର୍ଘଣ୍ଟ କରାଯାଇଛି। ଇଂରାଜୀ ୧/୯/୨୦୨୨ ରିଖ ଭାଦ୍ର ଶୁକ୍ଳ ପକ୍ଷ ପଞ୍ଚମୀ ଗୁରୁବାର ଦିବା ଘ୧୦/୪୫ ମିନିଟ ଠାରୁ ଘ ୧୧/୫୫ ମି ମଧ୍ୟରେ ଏହି ନବାନ୍ନ ଲାଗି ସ୍ଥିର କରାଯାଇଛି। ମନ୍ଦିର ପରିଚାଳନା କମିଟିର ସଭାପତି ଚିରଞ୍ଜିବୀ ଗୈାଡିଆ, ଚନ୍ଦ୍ରଶେଖର ପୁଝାରୀ, ମନବୋଧ ସାହୁ, ଅମ୍ବିକା ପଟ୍ଟନାୟକ, କେତନ ନାଏକ ପ୍ରମୁଖ ନବାନ୍ନ ସକାଶେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ପର୍ବ ନବାନ୍ନ ସକାଶେ ନର୍ଲା ଅଞ୍ଚଳ ମଧ୍ୟ ଚଳଚଞ୍ଚଳ ହୋଇପଡିଛି। ଚଳିତ ବର୍ଷ ବେଶ ଆଡମ୍ବର ସହକାରେ ଏହି ପରମ୍ପରାର ପର୍ବ ପାଳନ ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ନୂଆଁଖାଇ ପାଇଁ ଜନସାଧାରଣ ନୂଆ ଧାନ, ଚୂଡା,ଗୁଡ଼, ନୂଆ ପୋଷାକ ଆଦି ସଂଗ୍ରହ ଆରମ୍ଭ କଲେଣି। ନବାନ୍ନ ବାସୀ ସହ ନୂଆଁଖାଇ ଜୁହାର, ଭେଟଘାଟ ସକାଶେ ମଧ୍ୟ ବିଭିନ୍ନ ସଂଗଠନର ଆୟୋଜନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଁଚିଛି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଭଏସ ଅଫ ୱେଷ୍ଟର୍ଣ ଓଡ଼ିଶା ପକ୍ଷରୁ ଲିପ୍ସା ମହାରଣା ସମ୍ବର୍ଦ୍ଧିତ

Sunil Chandra Nayak

ଆମପାଣି ଘାଟି ରେ ଟ୍ରକ ଦୁର୍ଘଟଣା, ଚାପି ହୋଇ ଡ୍ରାଇଭର ମୃତ

ପ୍ରିୟବ୍ରତ ଦେହୁରୀ ଙ୍କ କବିତା ତଥାପି ଆଜି ମୁଁ ବଞ୍ଚିଛି 

Leave a Comment

error: Content is protected !!