ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜେଭିସିସିଇ କମ୍ପ୍ୟୁଟର କେନ୍ଦ୍ରର ଗଣେଶ ପୂଜାରେ ଯୋଗଦେଲେ ବିଧାୟକ

ବାଲେଶ୍ଵର,୩୧/୮/୨୨- ବାଲେଶ୍ଵର ଜିଲ୍ଲା ଖଇରା ସବରେଜିଷ୍ଟ୍ରାର ଅଫିସ୍ ନିକଟସ୍ଥ ଜେଭିସିସିଇ କମ୍ପ୍ୟୁଟର କେନ୍ଦ୍ରରେ ପବିତ୍ର ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରର ସଞ୍ଚାଳକ ଧନଞ୍ଜୟ ପଣ୍ଡାଙ୍କ ଦ୍ବାରା ଆୟୋଜିତ ପୂଜା କିପରି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ସେଥିପାଇଁ ପୂର୍ବ ଦିନରୁ କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ଓ ସଂଚାଳକଙ୍କ ପରିବାର ଲାଗି ପଡିଥିଲେ । ଉକ୍ତ ପୂଜାରେ ଯୋଗଦା ପାଇଁ ସଂଚାଳକ ଶ୍ରୀ ପଣ୍ଡା ସ୍ଥାନୀୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀଙ୍କୁ ଅନୁରୋଧ କରିଥିଲେ । ଯାହାହେଉ ଶ୍ରୀ ଗଣେଶଙ୍କ ଆଶୀର୍ବାଦରୁ କେନ୍ଦ୍ରର ଅନୁରୋଧ ରକ୍ଷାକରି ପହଞ୍ଚି ଥିଲେ ମାନ୍ଯବର ବିଧାୟକ । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କ କମ୍ପ୍ୟୁଟର ଜ୍ଞାନର ବୃଦ୍ଧି ନିମନ୍ତେ ସୁନ୍ଦର, ଶିକ୍ଷଣୀୟ ଓ ଉପାଦେୟ ମୂଳକ ପରାମର୍ଶ ଦେଇଥିଲେ । ତାଙ୍କ ସହିତ ପୂର୍ବତନ ଖଇରା ସରପଞ୍ଚ ତଥା ବର୍ତ୍ତମାନର ସରପଞ୍ଚ ମାଳତୀ ଲତା ସେଠୀଙ୍କ ପ୍ରତିନିଧି ସୁଦର୍ଶନ ସେଠୀ ଓ ଜିଲ୍ଲାପରିଷଦ ସଦସ୍ୟା ରଶ୍ମିତା ମହାପାତ୍ର ମଞ୍ଚାସୀନ ଥିଲେ । ସଂଚାଳକଙ୍କ ନୂତନ ବିଦ୍ୟାଳୟ ଖୋଲିବା ପ୍ରୟାସକୁ ସ୍ବାଗତ କରିଥିଲେ ମାନ୍ଯବର ବିଧାୟକ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଅନୁଷ୍ଠିତ

Sunil Chandra Nayak

ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିିଶେଷଜ୍ଞ ଡ଼ାକ୍ତର ନିଯୁକ୍ତି ଦାବୀ

Sunil Chandra Nayak

ଓଡିଶା ରାଜ୍ୟ ପୁରୁଷ/ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ଙ୍କ ମିଳିତ ମହାସଂଘ ଚନ୍ଦାହାଣ୍ଡିର ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!