ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୟୂରଭଞ୍ଜ ୨ ବିଜେଡ଼ି ଉପସଭାପତିଙ୍କୁ ଜାମଦା ବିଜେଡ଼ି ପକ୍ଷରୁ ସ୍ବାଗତ ଓ ଶୁଭେଚ୍ଛା

ମୟୂରଭଞ୍ଜ/୩୧/୦୮/୨୦୨୨(ମସିହା) ବିଜୁ ଜନତା ଦଳ ମୟୂରଭଞ୍ଜ ୨ ର ଉପସଭାପତି ସୁବାଷ ମଣ୍ଡଳଙ୍କୁ ଜାମଦା ବିଜେଡ଼ି ତରଫରୁ ସ୍ବାଗତ,ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି |ପବିତ୍ର ଶ୍ରୀ ଗଣେଶ ଚତୁର୍ଥୀ ଦିବସର ପ୍ରାତଃ କାଳରେ ଶ୍ରୀଯୁକ୍ତ ସୁବାଷ ମଣ୍ଡଳଙ୍କ ବାସଭବନ ଫାଟକ ନିକଟରେ ବିଜେଡ଼ି କର୍ମଚାରୀଗଣ ତାଙ୍କୁ ଫୁଲତୋଡ଼ା ଦେବା ପୂର୍ବକ ସ୍ବାଗତ ଜଣାଇବା ସହ ଶୁଭେଚ୍ଛା ଜଣାଇଛନ୍ତି | ହୋ ସମାଜ ସଭାପତି ମଟକା ବିରୁଆ,ମହିଳା ବ୍ଲକ ସଭାପତି ଜାମଦା ର ସତ୍ୟବତୀ ମହାକୁଡ଼,ପାସନା ପଞ୍ଚାୟତ ସମିତି ସଭ୍ୟ ଭାରତୀ ପାତ୍ର,ସମାଜସେବୀ ମସ୍ତଫା ଅଲ୍ଲୀ,ତାଳଗାଁ ପଞ୍ଚାୟତ ସଭାପତି ଲକ୍ଷ୍ମୀଧର ପାତ୍ର,ଜାମଦା ପଞ୍ଚାୟତ ସଭାପତି ବାବୁଲାଲ ବେହେରା,ପାସନା ପଞ୍ଚାୟତ ସଭାପତି ଭାସ୍କର ଚନ୍ଦ୍ର ମଣ୍ଡଳ,ମୋରଣ୍ଡା ପଞ୍ଚାୟତ ସଭାପତି ରାମଚନ୍ଦ୍ର ମହାନ୍ତ,ବଡ଼ କୁଲେଇବିରା ପଞ୍ଚାୟତ ସଭାପତି ସୁରଜ ମଣ୍ଡଳ,ପଞ୍ଚାୟତ ସଂଯୋଜକ ଫୁଲସାଇ ଡମନ ମାର୍ଣ୍ଡି ସମେତ ଅଜୟ କୁମାର ପ୍ରଧାନ,ବିମଳ ନାଥ,ଶିବ ଶଙ୍କପ ବେହେରା,ପ୍ରଶ୍ନ ଶତପଥୀ,ବାବୁଲୁ ମହାକୁଡ଼ ମୟୂରଭଞ୍ଜ ୨ ଉପସଭାପତି ସୁବାଷ ମଣ୍ଡଳଙ୍କୁ ଙ୍କୁ ଫୁଲତୋଡା ଭେଟି ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ |ଏ ନେଇ ଶ୍ରୀଯୁକ୍ତ ସୁବାଷ ମଣ୍ଡଳଙ୍କୁ ଟେଲିଫୋନରେ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଅଞ୍ଚଳର ବିକାଶ ପାଇଁ ପାଦ ରଖିଆସିଛି,ଆଗକୁ ରଖିବି ଓ ରାଜ୍ୟ ସରକାରଙ୍କ ଯୋଜନାକୁ ଅଞ୍ଚଳରେ ଆଗେଇ ନେବି |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଦିପେନ ସାହୁ ପୁଣି ନିର୍ଦ୍ୱନ୍ଦରେ ବାର ସଭାପତି ନିର୍ବାଚିତ

Sunil Chandra Nayak

ଉତ୍କଳମଣି ସେବା ସଂସ୍ଥାର ଗୋପବନ୍ଧୁ ଜନ୍ମଜୟନ୍ତୀ ପାଳିତ

Sunil Chandra Nayak

କଲେଜ ସ୍ୱର୍ଣ୍ଣ ଜୟନ୍ତୀ ପାଳନର ସ୍ଥାୟୀ ରଙ୍ଗମଞ୍ଚ ନିର୍ମାଣ ପାଇଁ ସ୍ଥାନ ନିରୂପଣ

Sunil Chandra Nayak

Leave a Comment

error: Content is protected !!