ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ସାହୁ ଙ୍କ କବିତା ନୂଆଖାଇ ତିହାର

ନୂଆାଖାଇ ତିହାର

କୋଶଲି ମାଟିର ଅସଲି ପରବ
   ଆସିଛେ ହୋ ନୂଆଖାଇ
ମିଶିଭିରି ଆସ ସଭେ ପାଲି ଦେମା
    ଖୁସି ଭରା ନୂଆାଖାଇ।।
ଭଦୁଅ ମାସର ଋଷି ପଞ୍ଚମୀରେ
    ଆସେ ନବାନ୍ନ ତିହାର
ଘରେ ଘରେ ହସ ଖୁସି ଖେଲିଯାଏ
     କରି କି ସଫା ସୁତର।।
ଚାଉଲ୍ କୁଟି ସବୁ ଘରେ ପିଠାପନା
     କୁଟୁମ୍ ସବୁ ଗୁଟେ ଠାନେ
କୁରେ ପତର ଖଲି ଦନା ଟିପିକରି
    ଭୋଗ ଦେମା ଇଷ୍ଟ ଠାନେ।।
ନୂଆ ଶାଢି ଧୁତି ସଭେ ଦେମା ପିନ୍ଧି
     ପୁରୁଖା ସେ ପରମ୍ପରା
ଗାଆଁର ଝାକର ଡାକ୍ ଦେଉଚେ ହୋ
     ନିଅ ନୂଆଁ ଧାନ୍ କେରା।।
ଗାଆଁର ଦବୀ ଗୁଡି ବାସେ ମହ ମହ
     ବାସେ ଗାଆଁର ଧରନୀ
କେତେ ଗହ ଗହ ଲାଗୁଚେ ହୋ ଭାଇ
     ହସୁଚେ ପ୍ରକୃତି ରାନୀ।।
ଭାବ୍ ଦିଆନିଆ ବନ୍ଧୁବାନ୍ଧବ ସଙ୍ଗେ
    ବାନ୍ଧାମା ପ୍ରେମ ବନ୍ଧନେ
ନୂଆଧାନର ଗୁରସ ମିଶା ଚୂରାକେ
     ଖାଏମା ଶରଧା ମନେ।।
ଖାଇ କରି ଆସ ସଭେ ମିଶିଭିରି
    ପରା ପରା ବୁଲିଯିମା
ସବ୍ କୁ ଜୁହାର ଭେଟ ହେଉଥିମା
    ହିସା ଅଂକାର ଭୁଲିଯିମା।।
ବଛରକେ ଆସେ ଖୁସିର ତିହାର
     ନେଇ ନୂଆ ଆଶା ତାର
ଆସ ମିଶିଗୁଲି ପାଲିଥିମା ହସି
      ନୂଆଖାଇ ର ତିହାର।।
         

          ମମତା ସାହୁ

        ଗାଈଗାଁ,କଳାହାଣ୍ତି

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଓଃ କି ଭକ୍ତି !!

Sunil Chandra Nayak

କାମାକ୍ଷାନଗର ଆଦର୍ଶ ବିଦ୍ୟାଳୟରେ ବନମହୋତ୍ସବ ପାଳିତ

Sunil Chandra Nayak

କାଳିଆ ଦର୍ଶନ ନୋହିଲା ! ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ରାଇରଙ୍ଗପୁର ଏଡିଜିଏମଙ୍କ ଦେହାନ୍ତ

Sunil Chandra Nayak

Leave a Comment

error: Content is protected !!