ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୁପ୍ରା ଠାରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ 

ରୁପ୍ରା, ୧/୯ (ମନିସ ) : ନର୍ଲାବ୍ଲକ୍ ଅଧିନ ରୁପ୍ରା ଜଗନ୍ନାଥ ମନ୍ଦିର ପରିସରରେ ଆଜି ଅପରାହ୍ନରେ ପବିତ୍ର ଗଣପର୍ବ ନୂଆଁଖାଇ ଅବସରରେ ନୂଆଖାଇ ଭେଟଘାଟ୍ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ରୁପ୍ରା ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ଶ୍ୟାମ ସୁନ୍ଦର ସେନାପତି,ସମ୍ମାନିତ ଅତିଥି ଭାବେ ସମ୍ପାଦକ ଗୌରଚନ୍ଦ୍ର ଭୋଇ, ରବିନ୍ଦ୍ର ସାହୁ ଓ ରୁପ୍ରା ସରପଞ୍ଚ ପ୍ରତିନିଧି ସୁଶାନ୍ତ ସେନାପତି ଓ ନାଏବ ସରପଞ୍ଚ ଚନ୍ଦ୍ରମଣି ପ୍ରମୁଖ ଯୋଗଦାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ ବେହେରା ଯୋଗଦେଇ ଥିଲେ। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟାପକ ଅଖିଳ ମିଶ୍ର ବ୍ୟଙ୍ଗ କବିତା ପାଠ କରିଥିବା ବେଳେ ସ୍ୱ ଲିଖିତ କବିତା ପଠନ ନର୍ଲା ଶିଶୁ ବିଦ୍ୟାମନ୍ଦିରର ଗୁରୁଜୀ ଶିବରାମ ସାହୁ କରିଥିଲେ । ଏହି ଅବସରରେ ଦହି ହାଣ୍ଡି ଭଙ୍ଗା, ରଙ୍ଗୋଲି, ଲୋକଗୀତ, ବସ୍ତା ଡିଆଁ ସମେତ ଅନେକ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅଞ୍ଚଳର ଶତାଧିକ ଲୋକ ଓ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ବିଜୟୀ ପ୍ରତିଯୋଗୀ ମାନଙ୍କୁ ଅତିଥି ଗଣ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଓ ମଞ୍ଚ ପରିଚାଳନା ଜୟଚନ୍ଦ୍ର ଭୋଇ, ବିକ୍ରମ ଗୌଡ ଓ ଦୀପକ ସାହୁ କରିଥିଲେ। ସହଯୋଗ କରିଥିଲେ ଲୋଚନ ଗୌଡ, ଭରତ ଚନ୍ଦ୍ର ନାଏକ ଓ ଯୁବଗୋଷ୍ଠୀ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ସନ୍ଧିକୁଲିଆରୀ ଠାରେ ଓବିସି, ଏସଟି, ଏସସି ମିଳିତ ମହାମଞ୍ଚ ର ବୁଦ୍ଧିଜୀବୀ ସମ୍ମିଳନୀ 

Sunil Chandra Nayak

ବଡଦୁନ୍ଦୁ ମସଜିଦରେ ମୁସଲମାନ ସଂପ୍ରଦାୟର ଲୋକେ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପ୍ରାର୍ଥନା

Sunil Chandra Nayak

ବିଧାୟିକା ସୀମାରାଣୀ ଙ୍କ ହିନ୍ଦୋଳ ଏନ୍ ଏ ସି ଗସ୍ତ କାର୍ଯ୍ୟକ୍ରମ

Leave a Comment

error: Content is protected !!