ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତାସାହୁ ଙ୍କ କବିତା ଶ୍ରୀ ଗଣେଶ

     ଶ୍ରୀ ଗଣେଶ 

               

                  କବିତାସାହୁ

ନମୋ ନମଃ ଶ୍ରୀ ଗଣେଶ ଗଉରୀ ନନ୍ଦନ 
ପୃଥୁଳ ଶରୀର ପ୍ରଭୁ ଆହେ ଗଜାନନ 
ଅଗ୍ର ପୂଜ୍ଯ ବିଦ୍ଯା ଦାତା ମୂଷିକ ବାହାନ। 
୨- ମାତାଙ୍କ ହଳଦୀ ମଳୁରୁ ଜନମ ତୁମ୍ଭର 
    ମାତା ଆଜ୍ଞା ପାଳି ଜଗିଲ ଗୁମ୍ଫା ଦ୍ବାର 
    ପିତାଙ୍କ ତ୍ରିଶୂଳେ  ଶିରଚ୍ଛେଦ ତୁମ୍ଭର 
   ହାତୀ ମସ୍ତକ ରେ ତୁମେ ଶ୍ରୀ ଗଣେଶ। 
୩– ବକ୍ରତୁଣ୍ଡ ମହାକାୟ ଶ୍ରୀ ଗଣେଶ ଦେବ 
      ଶୁଭାଶିଷ ଦିଅ ସଦା ବିଘ୍ନ ବିନାଶନ ହେବ
      ତୁମ୍ଭର କରୁଣା ଦୃଷ୍ଟି ପଡେ ଯାହାଠାରେ 
      ଯଶ ମାନ ବୁଦ୍ଧି ଜ୍ଞାନ ବଢଇ ତାହାର । 
୪- ଗଜାନନ ଗଣପତି ଶ୍ରୀ ଗଣେଶ ଦେବ 
      ମାତା ତୁମ ପାରବତୀ ପିତା ମହାଦେବ 
      ରିଦ୍ଧି ସିଦ୍ଧି ଦୁଇ ପତ୍ନୀ ଶୁଭ ଲାଭ ପୁତ୍ର 
       କପାଳେ ସିନ୍ଦୁର ତୁମ ଦିଶଇ ଶୋଭିତ ।

             ଜୟପୁର

Related posts

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା ଶାଶ୍‌ ବହର୍‌ କଥାପଦେ

Sunil Chandra Nayak

ପୂଜା ବାଦି ଙ୍କ କବିତା କଳ୍ପନା

Sunil Chandra Nayak

ଗଣ୍ଡାମେର ନେତାଜୀ ସଂଯୁକ୍ତ ବିଦ୍ୟାର୍ଥୀଙ୍କ ହିନ୍ଦୁ ନବବର୍ଷ ପାଳିତ

Sunil Chandra Nayak

Leave a Comment

error: Content is protected !!